ପେଟ ପାଇଁ ନଦୀବାଲି ଭରସା, ବିପଦରେ ଜୀବନ: ପ୍ରଶାସନ ଦୃଷ୍ଟିଦେବାକୁ ଦାବି

ମହାକାଳପଡ଼ା, ୨୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ନଦୀନାଳରୁ ବେଆଇନ ଭାବେ ବାଲି ଉଠାଇ ବଡ଼ ବଡ଼ ଡଙ୍ଗାରେ ଚାଲାଣ କରି ବାଲି ବ୍ୟବସାୟୀମାନେ ବେଶ୍‌ ଦୁଇପଇସା ରୋଜଗାର କରୁଛନ୍ତି। ଜିଲାର ମହାକାଳପଡ଼ା ଅଞ୍ଚଳ ମହାନଦୀ, ପାଇକା, ଲୁଣା, ଚିତ୍ରୋତ୍ପଳା ଆଦି ନଦୀରୁ ପ୍ରତିଦିନ ବଡ଼ ବଡ଼ ଡଙ୍ଗାରେ ବାଲି ବୋଝେଇ ହୋଇ ବିଭିନ୍ନ ଅଞ୍ଚଳର ନଦୀଘାଟ ତଥା ମହାନଦୀ କୂଳର ବାହାକୁଦ, ଚଉମୁହାଣି ଘାଟ ସମେତ ଲୁଣା ଓ ପାଇକା ନଦୀ ତିଖିରୀ ନଦୀଘାଟ ଆଦି ଅଞ୍ଚଳରେ ଖଲାସ କରାଯାଉଛି। ବାଲି ବ୍ୟବସାୟୀମାନେ ପ୍ରତି ଟ୍ରାକ୍ଟର ମୂଲ୍ୟ ୨ରୁ ୩ ହଜାର ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ନଦୀ ସଇରାତରୁ ବାଲି ଉଠାଇବା ପାଇଁ କଟକଣା ଜାରି କରାଯାଇଛି। ହେଲେ ରାତି ଅଧିଆ ବାଲି ବ୍ୟବସାୟୀମାନେ କେତେଜଣ ଶ୍ରମିକଙ୍କୁ ନିୟୋଜିତ କରୁଥିବା ଦେଖିବାକୁ ମିଳୁଛି। ଏହି ଶ୍ରମିକମାନେ ରାତିରେ ସାମୁଦ୍ରିକ ଜୁଆର ଛାଡ଼ିଯିବା ପରେ ନଦୀରୁ ଜଳସ୍ତର ଖସିଯାଏ, ଅତି ସତର୍କତା ସହ ପାଣିରେ ବୁଡ଼ି ବାଲ୍‌ଟି ଯୋଗେ ବାଲି ଛାଣି ଡଙ୍ଗାକୁ ଉଠାଇଥାନ୍ତି। ଏହି ବାଲି ଉଠାଇବା ସମୟରେ ଅସାବଧାନତାବଶତଃ ଜୀବନ ପ୍ରତି ବିପଦ ସାବ୍ୟସ୍ତ ହୋଇଥାଏ ବୋଲି ନିୟୋଜିତ ଶ୍ରମିକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ବିପଦପୂର୍ଣ୍ଣ ବାଲି ବୋଝେଇ ଡଙ୍ଗା ନଦୀରେ ଚାଲାଣ ହେଉଥିବା ବେଳେ ଟଳମଳ ହେଉଥିବା ଦେଖିବାକୁ ମିଳେ। ପରିବାର ଦାରିଦ୍ର୍ୟ ଯୋଗୁ ପ୍ରତିପୋଷଣ ପାଇଁ ଦୈନିକ ମଜୁରି ଲାଗିବାକୁ ପଡ଼େ। ଏକ ବଡ଼ ଡଙ୍ଗାରେ ବାଲି ବୋଝେଇ ହେବା ପାଇଁ ୫ରୁ ୬ ଘଣ୍ଟା ସମୟ ଲାଗେ। ଏହା ୬ ରୁ ୭ ଟ୍ରାକ୍ଟର ବାଲି ଚାଲାଣ ହୋଇଥାଏ ବୋଲି କୁହାଯାଉଛି। ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ସ୍ବାଇଁଙ୍କ ସମେତ ବହୁ ବରିଷ୍ଠ ମୁରବି କହିଛନ୍ତି, ବିଶେଷକରି ନଦୀବାଲି ଲଘୁ ଖଣିଜ ସମ୍ପଦ ଅଧୀନ ହୋଇଥିବାରୁ ଜିଲା ଖଣି ଅଧିକାରୀ ଓ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟିଦେବାକୁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ମହାକାଳପଡ଼ା ଭାରପ୍ରାପ୍ତ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରେ ଅଭିଯୋଗକୁ ଭିତ୍ତିକରି ପ୍ରଶାସନ ପକ୍ଷରୁ ବେଆଇନ ବାଲିଘାଟ ଉପରେ ଏନ୍‌ଫୋର୍ସ ଟିମ୍‌ ପକ୍ଷରୁ ଚଢ଼ାଉ କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri