ଘରେ ଘରେ ଥଣ୍ଡା,କାଶ: କାମ କରୁନି ମେଡିସିନ୍‌, କାରଣ କହିଲେ ଡାକ୍ତର

ଭୁବନେଶ୍ୱର, ୨୯ା୧୧ (ବନ୍ଦନା ସେଠୀ)- ଘରେ ଘରେ ଥଣ୍ଡା, କାଶ ବ୍ୟାପିଛି। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନାକରୁ ପାଣି ବାହାରିବା ସହିତ ଖୁଁ ଖୁଁ ହେଉଛନ୍ତି। ଯେତେ ମେଡିସିନ ଖାଇଲେ ବି କମୁନି। ଗତ କିଛିଦିନ ହେବ ରାଜଧାନୀ ସମେତ ଚାରିଆଡେ ଏଭଳି ସ୍ବାସ୍ଥ୍ୟ ସ୍ଥିତି ଲାଗି ରହିଛି। ବିଶେଷକରି ବୃଦ୍ଧ ଓ ଶିଶୁଙ୍କ ପାଇଁ ଏହି ଥଣ୍ଡା କାଶ ବହୁତ କଷ୍ଟଦାୟକ ହୋଇପଡ଼ିଛି। ଏବେ ଶୀତ ପ୍ରକୋପ ବଢ଼ୁଥିବାରୁ ଥଣ୍ଡାଜ୍ୱର ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଥିବା ଜଣାପଡିଛି। ଥଣ୍ଡା କାଶ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ସବୁଠି ଲମ୍ବା ଲାଇନ୍‌ ଲାଗି ରହୁଛି।

ଦୁର୍ବଳ ଲୋକ, ଛୋଟ ଛୁଆଙ୍କୁ ଜଲ୍‌ଦି ଥଣ୍ଡା ହୁଏ

ଗରମରୁ ଥଣ୍ଡାକୁ ଆସିଲେ ଆମ ଶରୀରରେ ମେକାନିଜିମ୍‌ ବଦଳିଥାଏ ଏବଂ ଇମ୍ୟୁନିଟି ହ୍ରାସ ପାଏ। ଏଭଳି ଥଣ୍ଡା ପାଗରେ ଭାଇରସ୍‌ ଆଟାକ୍‌ କରିବାରୁ ଭାଏରାଲ୍‌ ଫିଭର୍‌ ବହୁ ପରିମାଣରେ ହୋଇଥାଏ। ନାକରୁ ପାଣି ବାହାରିବା ସହିତ କାଶ, ଛିଙ୍କ ହୋଇଥାଏ। ତେବେ ଏହା ବେଶୀ ଦିନ ଲାଗି ରହିଲେ ନିମୋନିଆ ଏବଂ ଜ୍ୱର ହେବାର ଆଶଙ୍କା ରହିଛି। ସାଧାରଣତଃ ଦୁର୍ବଳ ଲୋକ, ଛୋଟ ଛୁଆ, ଥଣ୍ଡାରେ ବେଶୀ ବୁଲୁଥିବା ଲୋକ, ଥଣ୍ଡା ପାଣିରେ ଗାଧୋଉଥିବା ଲୋକଙ୍କୁ ଏହା ହୋଇଥାଏ। ତେଣୁ ଯେତେଦୂର ସମ୍ଭବ ଥଣ୍ଡାରେ ବାହାରକୁ ନ ବାହାରିବା ଉଚିତ୍‌। ପିଲାମାନଙ୍କୁ ଶୀତବସ୍ତ୍ର ପିନ୍ଧାଇବା ସହିତ ସିଧାସଳଖ ପବନଠାରୁ ଦୂରେଇ ରଖିବାକୁ ପଡିବ। ବିଶେଷକରି କାଶ, ଛିଙ୍କ ହେଉଥିବା ଲୋକଙ୍କଠାରୁ ପିଲାମାନଙ୍କୁ ଦୂରେଇ ରଖିବାକୁ ପଡିବ। କେବଳ କୋଭିଡ୍‌ ସମୟରେ ମାସ୍କ ପିନ୍ଧିବା ତାହା ନୁହେଁ, ଥଣ୍ଡା ହେଲେ ମଧ୍ୟ ମାସ୍କ ପିନ୍ଧିବା ଦରକାର। ସେହିପରି ଟିକେ ଥଣ୍ଡା ହେବା ମାତ୍ରେ ମେଡିସିନ୍‌ ଖାଇବା ଦରକାର ନାହିଁ ଏହା ବିନା ଚିକିତ୍ସାରେ ଦିନେ ଦି ଦିନରେ ଭଲ ହୋଇଯିବ। ବେଶୀ ହେଲେ କିମ୍ବା ଜ୍ୱର ହେଲେ ପାରାସିଟାମଲ୍‌ ଦେଇ ପାରିବା। ମାତ୍ର ଆଣ୍ଟିବାଟିକ୍‌ ବ୍ୟବହାର କରିବା କିମ୍ବା ବ୍ୟସ୍ତ ହେବା ଉଚିତ୍‌ ନୁହେଁ।
-ଡା. ଲକ୍ଷ୍ମୀଧର ସାହୁ, ପୂର୍ବତନ ନିର୍ଦ୍ଦେଶକ, କ୍ୟାପିଟାଲ ହସ୍ପିଟାଲ

ମେଡିସିନ୍‌ ଖାଇଲେ କାମ କରୁନି
ଗଲା ସପ୍ତାହେ ହବ ଘରେ ସମସ୍ତଙ୍କୁ ଥଣ୍ଡା, କାଶ। ଯେତେ ମେଡିସିନ୍‌ ଖାଇଲେ ବି କମୁନି। ବଡମାନେ ଯାହା ଯେମିତି ଆଡ୍‌ଜଷ୍ଟ କରି ଦେଉଛନ୍ତି କିନ୍ତୁ ଛୁଆମାନେ ବ୍ୟସ୍ତ କରି ଦେଉଛନ୍ତି। ମୋ ସାନ ଝିଅକୁ ୪/୫ଦିନ ହେବ ଥଣ୍ଡା ଆଉ କାଶ ହେଉଛି। କିଛି ବି ଖାଉନି କି ଶୋଉନି। ମେଡିସିନ୍‌ ଦେଲେ କମି ଯାଉଛି, ପୁଣି ଦିନେ ଦି ଦିନ ପରେ ଯୋଉ କଥାକୁ ସେଇ କଥା। ଏବେ ଆଉ ମେଡିସିନ୍‌ ନଦେଇ ଘରୋଇ ଉପଚାର କରୁଛି।
-ସୋନମ୍‌ ବେହେରା, ଗୃହିଣୀ

ଥଣ୍ଡା, ଜ୍ୱର ସାଙ୍ଗକୁ ଘୋଳାବିନ୍ଧା ହେଉଛି
ଘରେ ବାପା, ମା’ ସମସ୍ତଙ୍କୁ ଥଣ୍ଡା, ଜ୍ୱର। ତା’ ସାଙ୍ଗକୁ ଦେହ ହାତ ସବୁ ଘୋଳାବିନ୍ଧା ହେଉଛି। ନିୟମିତ ଗରମ ପାଣି ପିଇବା ସହିତ ଶୀତବସ୍ତ୍ର ପିନ୍ଧୁଛନ୍ତି ତଥାପି ଥଣ୍ଡା ଛାଡିବାର ନଁା ଧରୁନି। ଡାକ୍ତରଙ୍କୁ ଦେଖାଇଲେ ଭାଏରାଲ୍‌ ଆଉ ୨/୪ଦିନରେ ଭଲ ହୋଇଯିବ ବୋଲି କହି ମେଡିସିନ୍‌ ଲେଖି ଦେଉଛନ୍ତି। ପେନ୍‌କିଲର୍‌ ଖାଇଲେ ଟିକେ କମି ଯାଉଛି ପୁଣି ସେମିତି ଦେହହାତ ବିନ୍ଧା ହଉଛି।
-ମୁନା ସେଠୀ, କର୍ମଜୀବୀ

ଯେତେ ଘରୋଇ ଉପଚାର କଲେ ବି କମୁନି
ଛୋଟରୁ ବଡ ସମସ୍ତଙ୍କ ଦେହ ଖରାପ। ସୋରିଷ ତେଲ ମାଲିସ୍‌ ଠାରୁ ଆରମ୍ଭ କରି ତୁଳସୀ ପତ୍ର ରସ ପିଇବା ଯାଏ ଯେତେ ଘରୋଇ ଉପଚାର କଲେ ବି କମୁନି। ସକାଳୁ ଉଠି ସ୍କୁଲ ଯିବାକୁ ଛୁଆ ମଙ୍ଗୁନି। ମୋ ୬ବର୍ଷର ପୁଅର ଦେହ ହାତ ଦରଜ ଆଉ ବିନ୍ଧା ହେଉଛି। ତେଲ ମାଲିସ କରିବାକୁ ଡାକ୍ତର ପରାମର୍ଶ ଦେଉଥିବାବେଳେ କିଛି କାଟୁ କରୁନି।
-ମୃତ୍ୟୁଞ୍ଜୟ ଦାସ, କର୍ମଜୀବୀ

କାଶରେ ରାତିରେ ଶୋଇ ହେଉନି
ଗଲା କିଛିଦିନ ହେବ ସ୍ବାମୀ, ସ୍ତ୍ରୀ ଛୁଆ ସମସ୍ତଙ୍କ ଦେହ ଖରାପ। କାଶ ଏତେ ହଉଚି ଯେ ରାତିରେ ଶୋଇ ହଉନି। ଥଣ୍ଡାରେ ନାକ ବନ୍ଦ ହୋଇ ଯାଉଛି ଆଉ ତଣ୍ଟି ପୁରା ଦରଜ ରହୁଛି। ତା’ ସାଙ୍ଗକୁ ଛିଙ୍କ ଆଉ ଆଖିରୁ ପାଣି ବାହାରୁଛି। ଘରୁ ବାହାରିଲେ ମାସ୍କ ପିନ୍ଧିକି ବାହାରିବାକୁ ପଡୁଛି। କେବଳ ମେଡିସିନ୍‌ ଖାଇ ଖାଇ ଦିନ ଯାଉଛି।
-ପଦ୍ମିନୀ ପ୍ରଧାନ, ଗୃହିଣୀ


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri