ବିକ୍ରି ହେଲାନି ଧାନ: ଆନ୍ଦୋଳନ ପାଇଁ ସଜବାଜ ଚାଷୀ

ବରଗଡ଼,୨୯।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଶୁକ୍ରବାରରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ ମଣ୍ଡି ଖୋଲିଛି। ଗୁରୁବାର ରାତି ସୁଦ୍ଧା ଜିଲାର ପ୍ରାୟ ୭୭ହଜାର ଚାଷୀଙ୍କ ପାଖକୁ ଧାନବିକ୍ରି ଟୋକନ ପହଞ୍ଚତ୍ଛି। ବିଭିନ୍ନ ମଣ୍ଡିକୁ ବିକ୍ରି ପାଇଁ ଚାଷୀମାନେ ଧାନ ମଧ୍ୟ ଆଣିଛନ୍ତି। ହେଲେ କୌଣସି ମଣ୍ଡିରୁ ବସ୍ତାଟିଏ ମଧ୍ୟ ଧାନ ବିକ୍ରି ହୋଇ ନାହିଁ। ଅନ୍ୟପଟେ ଚଳିତ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଏପର୍ଯ୍ୟନ୍ତ ମିଲର୍ସ ଏବଂ ଯୋଗାଣ ବିଭାଗ ମଧ୍ୟରେ ଚୁକ୍ତିନାମା ସୁଦ୍ଧା ହୋଇପାରି ନ ଥିବାବେଳେ ଧାନ କିଣାବିକା ପାଇଁ ରହିଥିବା ୱେବସାଇଟ୍‌ ମଧ୍ୟ ଖୋଲି ନଥିବା ଚର୍ଚ୍ଚାର ବିଷୟ ହୋଇଛି। କେବଳ ସେତିକି ନୁହେଁ, ଧାନଦରକୁ ନେଇ ମଧ୍ୟ ଚାଷୀମାନେ ଦ୍ୱନ୍ଦ୍ୱରେ ରହିଛନ୍ତି। ପୂର୍ବରୁ ବିକ୍ରି କଲେ ଚାଷୀମାନେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ପାଉଥିଲେ। ତେବେ ଏଥର କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ପ୍ରତି ୬୯ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ଚାଷୀମାନେ କୁଇଣ୍ଟାଲ ପ୍ରତି ୩୧୬୯ ଟଙ୍କା ପାଇବେ ବୋଲି ମନରେ ଆଶା ବାନ୍ଧିଛନ୍ତି। ମାତ୍ର ବିଭିନ୍ନ ମଣ୍ଡି ଫଳକରେ ଲେଖାଇଥିବା ଧାନଦର କୁଇଣ୍ଟାଲ ପ୍ରତି ୩୧୬୯ଟଙ୍କାକୁ ନିଭାଇ ଦିଆଯାଇଛି। ଫଳରେ ଧାନଦର ନେଇ ମଧ୍ୟ ଚାଷୀମାନେ ସନ୍ଦୀହାନରେ ରହିଛନ୍ତି। ଆରମ୍ଭରୁ ଏଭଳି ଅଚଳାବସ୍ଥା ଧାନ ସଂଗ୍ରହ ପ୍ରକ୍ରିୟାରେ ଅବହେଳା ଏବଂ ଅଚଳାବସ୍ଥାକୁ ପଦାରେ ପକାଇ ଦେଇଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ତେଜି ଉଠିଛି। ତେବେ ରବିବାର ସୁଦ୍ଧା ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ନହେଲେ ସୋମବାରରୁ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି।
ବିଗତବର୍ଷ ଗୁଡ଼ିକୁ ଦେଖିଲେ ଏଥର ବହୁ ବିଳମ୍ବରେ ମଣ୍ଡି ଖୋଲିଛି। ଅନ୍ୟବର୍ଷ ଗୁଡ଼ିକରେ ନଭେମ୍ବର ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା ମଣ୍ଡି ଖୋଲୁଥିଲା। ଏଥର କିନ୍ତୁ ଜିଲାରେ ନଭେମ୍ବର ମାସ ଶେଷ ସପ୍ତାହରେ ମଣ୍ଡି ଖୋଲିଛି। ତେବେ ମଣ୍ଡି ଖୋଲିବାର ଯଥେଷ୍ଟ ପୂର୍ବରୁ ପୂର୍ବବର୍ଷରେ ଟୋକନ ମିଳୁଥିଲା। କିନ୍ତୁ ଏଥର ତାହା ମଧ୍ୟ ହୋଇପାରି ନାହିଁ। ଶୁକ୍ରବାର ମଣ୍ଡି ଖୋଲୁଥିବା ବେଳେ ଗୁରୁବାର ରାତିରେ ଧର୍ମକୁ ଆଖିଠାର ଭଳି ଟୋକନ ପ୍ରଦାନ କରାଯାଇଛି। ତେବେ ଯେଉଁମାନଙ୍କୁ ଟୋକନ ମିଳିଛି, ଅଧିକାଂଶ ଚାଷୀଙ୍କ କ୍ଷେତ୍ରରେ ବିକ୍ରି ତାରିଖ ଡିସେମ୍ବର ୧୦ତାରିଖରୁ ଉଲ୍ଲେଖ ରହିଥିବା ଚାଷୀମାନେ କହିଛନ୍ତି। ଏଭଳି ବିଳମ୍ବକୁ ନେଇ ଚାଷୀମାନେ ବାଧ୍ୟ ହୋଇ ବିଭିନ୍ନ ମଣ୍ଡିରେ ଧାନ ପୂରାଇଛନ୍ତି। ଗୋଡ଼ଭଗା ମଣ୍ଡିରେ ପ୍ରାୟ ୪୦ହଜାର, ଅତାବିରା ମଣ୍ଡିରେ ୩୦ହଜାର ଏବଂ କଲାପାଣି ମଣ୍ଡିରେ ୨୦ହଜାର ବସ୍ତା ଧାନ ଚାଷୀମାନେ ଭର୍ତ୍ତି କରି ସାରିଥିବା ସୂଚନା ମିଳିଛି। ଜିଲାର ଅନ୍ୟ କେତେକ ମଣ୍ଡି ଗୁଡ଼ିକରେ ମଧ୍ୟ ଚାଷୀମାନେ ଅନୁରୂପଭାବେ ଧାନ ପୂରାଇ ସାରିଛନ୍ତି। ଶୁକ୍ରବାର ମଣ୍ଡି ଖୋଲିବା ପରେ ମଣ୍ଡି ଗୁଡ଼ିକରେ ଧାନ ପରିମାଣ ବଢ଼ି ଚାଲିଛି। କିନ୍ତୁ ଆରମ୍ଭରୁ ଧାନବିକ୍ରିରେ ଅଚଳାବସ୍ଥା ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି।
କଲାପାଣି ଗ୍ରାମର ଜଣେ ଚାଷୀ ଏକାଦଶିଆ ସାହୁ କହିଛନ୍ତି, ସେ ୧୫/୨୦ ଏକର ଜମିରେ ଧାନ ଚାଷ କରନ୍ତି। ଧାନ ଅମଳ କରି ସାରିଲେଣି। ହେଲେ ବିକ୍ରି କରି ପାରି ନାହାନ୍ତି। ଫଳରେ ଧାନ ଅମଳ ପ୍ରକ୍ରିୟାରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ପ୍ରଦାନ ସହିତ ଅନ୍ୟ ଗୁଜୁରାଣ ମେଣ୍ଟାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସେହିପରି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି। ମଣ୍ଡି ଖୋଲିବା ବିଳମ୍ବିତ ହେବାରୁ ଅନେକ ଚାଷୀ ଧାନ ଅମଳରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ଏବଂ ଅନ୍ୟ ଗୁଜୁରାଣ ମେଣ୍ଟାଇବା ପାଇଁ କୁଇଣ୍ଟାଲ ପ୍ରତି ୧୫୦୦ରୁ ୧୬୦୦ ଟଙ୍କା ମଧ୍ୟରେ ବିକ୍ରି କରି ଦେଲେଣି। ସେହିପରି ଅନ୍ୟବର୍ଷ ମଣ୍ଡି ଖୋଲିବା ଦିନ ଚାଷୀଙ୍କ କ୍ଷେତ୍ରରେ ଯେଭଳି ଉତ୍ସାହ ଦେଖାଯାଇଥାଏ। ତାହା ପରିଲକ୍ଷିତ ହୋଇ ନାହିଁ। ଏ ବିଧାୟକ, ପ୍ରଶାସନିକ ଅଧିକାରୀମାନେ ମଣ୍ଡିକୁ ପହଞ୍ଚି ନଡ଼ିଆ ଭାଙ୍ଗି ଧାନକିଣାର ଶୁଭାରମ୍ଭ କରିଥାନ୍ତି। ମାତ୍ର ଏଥର ତାହା ବି ହେଲା ନାହିଁ। ମୋଟାମୋଟିଭାବେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ବିଫଳ ହୋଇଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଧାନ ସଂଗ୍ରହ ନୀତି ଅନୁଯାୟୀ, ନଭେମ୍ବର ମାସ ପହିଲାରୁ ମଣ୍ଡି ଖୋଲାଯାଇଥିଲେ ଏଭଳି ସମସ୍ୟା ଉପୁଜି ନଥାନ୍ତା ବୋଲି ସେ ମତବ୍ୟକ୍ତ କରିଛନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri