ଛତ୍ରପୁର, ୨୮ା୧୧(ଦିଲ୍ଲୀପ ସାମଲ): ରୁଷିକୂଲ୍ୟା ମୁହାଣରେ ଉଡି ବୁଲୁଥିବା ବେଳେ ଏକ ବିଦେଶୀ ପକ୍ଷୀ ଗୋଡରେ ଟ୍ୟାଗ୍ ବନ୍ଧା ଯାଇଥିବା ଜଣାପଡିଛି। ସ୍ଥାନୀୟ ପରିବେଶବିତ ରବିନ୍ଦ୍ରନାଥ ସାହୁ ତାଙ୍କ କ୍ୟାମେରାରେ ଏହାକୁ ଉତ୍ତୋଳନ କରିଛନ୍ତି। ଏହି ପକ୍ଷୀଟି ସ୍ୟାଣ୍ଡ ପ୍ଲୋଭର ପ୍ରଜାତିର ବୋଲି ଜଣାପଡିଛି। ସାଧାରଣତଃ ଶୀତଦିନେ ସୁଦୂର ୟୁରୋପ ଓ ଉତ୍ତର ଆମେରିକା ସହ ବିଭିନ୍ନ ସ୍ଥାନରୁ ଅନେକ ପ୍ରଜାତିର ପକ୍ଷୀ ରୁଷିକୂଲ୍ୟା ମୁହାଣକୁ ଉଡି ଆସିଥାନ୍ତି। ଚଳିତବର୍ଷ ଉଡି ଆସିଥିବା ପକ୍ଷୀଙ୍କ ମଧ୍ୟରେ ସ୍ୟାଣ୍ଡ ପ୍ଲୋଭର ପ୍ରଜାତିର ପକ୍ଷୀଟି ରହିଥିବା ବିଶ୍ୱାସ କରାଯାଉଛି। ଗୋଡରେ ଲାଗିଥିବା ଟ୍ୟାଗ ସାଧାରଣତଃ ଏମାନଙ୍କର ଗତିବିଧି ଉପରେ ନଜର ରଖିବାପାଇଁ ବ୍ୟବହାର କରାଯାଇଥାଏ। ଅତ୍ୟଧିକ ପ୍ରତିକୂଳ ପରିସ୍ଥିତିରେ ଏହି ପକ୍ଷୀଗୁଡିକ କେଉଁ ପ୍ରକାର ପରିସ୍ଥାନକୁ ନିଜ ବାସସ୍ଥଳୀ ରୂପେ ବ୍ୟବହାର କରିଥାନ୍ତି ଏହା ଉପରେ ଗବେଷଣା କରାଯାଇଥାଏ ବୋଲି ପରିବେଶବିତ ରବୀନ୍ଦ୍ର କହିଛନ୍ତି। ଚଳିତବର୍ଷ ଆସିଥିବା ବିଦେଶୀ ପକ୍ଷୀ ଗବେଷକମାନଙ୍କୁ ସେମାନଙ୍କ ଗବେଷଣାରେ ସହାୟକ ହେବ ବୋଲି ରବୀନ୍ଦ୍ର ଆଶା କରିଛନ୍ତି।
Dharitri – Odisha’s No.1 Odia Daily


