୨୪ ଘଣ୍ଟାରେ ମିଳିବ ପଟ୍ଟା

ଭୁବନେଶ୍ୱର,୨୭ା୧୧ (ରବିନାରାୟଣ ଜେନା): ରାଜ୍ୟରେ ଭାଜପା ସରକାର କ୍ଷମତାସୀନ ହେବା ପରଠାରୁ ରାଜସ୍ବ ବିଭାଗରେ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଏବେ ଆଉ କେତେକ ସଂସ୍କାର ଅଣାଯିବାକୁ ରହିଛି। ଲୋକେ ଯେପରି ଜମି କିଣାବିକା ବେଳେ ସମସ୍ୟାର ସମ୍ମୁଖୀନ ନ ହେବେ ତାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଣିକି ୨୪ ଘଣ୍ଟା ମଧ୍ୟରେ ପଞ୍ଜୀକରଣ ଜମିର ପଟ୍ଟା ଯୋଗାଇବା ଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯିବାକୁ ରହିଛି। ଏନେଇ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନ ଥିଲେ ହେଁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅନେକ ସମୟରେ ଗୋଟିଏ ଲେଖାଏ ପ୍ଲଟ୍‌ ଏକାଧିକ ଥର ପଞ୍ଜୀକରଣ ହେଉଥିବା ବିଭାଗର ନଜରକୁ ଆସୁଛି। ଏଥିଲାଗି ବିଭାଗ ସମସ୍ୟାରେ ପଡୁଛି। ଲୋକମାନେ କୋର୍ଟ-କଚେରିରେ ଖର୍ଚ୍ଚାନ୍ତ ହେଉଥିବା ବେଳେ ସରକାରଙ୍କୁ ମଧ୍ୟ ଏହାର ଜବାବ ଦେବାରେ ଖର୍ଚ୍ଚାନ୍ତ ହେବା ସହିତ ସମୟ ଗଡ଼ିଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏଣିକି ଜମି ପଞ୍ଜୀକରଣ ଦିନ ହିଁ ପଟ୍ଟା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ। ତେବେ ଏହି ପଟ୍ଟା ପ୍ରସ୍ତୁତ ହେବା ପୂର୍ବରୁ ପଞ୍ଜୀକରଣ ହୋଇଥିବା ଖାତା ଓ ପ୍ଲଟ୍‌ ନମ୍ବରରୁ ଉକ୍ତ ଅଂଶକୁ ବାଦ୍‌ ଦିଆଯିବ। ଫଳରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଗୋଟିଏ ପ୍ଲଟ୍‌କୁ ଏକାଧିକ ଥର ବିକାକିଣା ହୋଇପାରିବ ନାହିଁ। ତେବେ ଏହି ପଟ୍ଟା ପ୍ରୋଭିଜନାଲି ଦେବାକୁ ଏବେ ଆପାତତଃ ସ୍ଥିର ହୋଇଛି। ଏନେଇ ଆସନ୍ତା ୨୮ତାରିଖରେ ପୁନର୍ବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ। ଉକ୍ତ ବୈଠକରେ ଏହାର ପୂର୍ଣ୍ଣାଙ୍ଗ ରୂପରେଖ ପ୍ରକାଶ ପାଇବ। ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ରେକର୍ଡ ଡିଜିଟାଇଜେଶନ ହେବା ଦ୍ୱାରା ଏବେ ୩୦ ବର୍ଷର ଏନ୍‌କମ୍ବରାନ୍ସ ସାର୍ଟିଫିକେଟ୍‌(ଇସି) ପ୍ରଦାନ କରାଯାଇପାରୁଛି। ଏହାକୁ ୭୦ ବର୍ଷ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଦେବାକୁ ରାଜସ୍ବ ବିଭାଗ ଲକ୍ଷ୍ୟ ରଖିଛି। ଏଥିପାଇଁ ଏବେ ଆଉ ୨୦ ବର୍ଷର ରେକର୍ଡ ଡିଜିଟାଇଜେଶନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ହୋଇପାରିଲେ, ଜମିଜମା କିଣାବିକା ସମସ୍ୟାରେ ଅଧିକ ସ୍ବଚ୍ଛତା ଆସିବା ସହିତ ଲୋକେ ଝମେଲାରେ ପଡ଼ିବେ ନାହିଁ ବୋଲି ବିଭାଗ ଲକ୍ଷ୍ୟ ରଖିଛି। ସେହିପରି ବିଭାଗ ପକ୍ଷରୁ ବିନା କାଗଜରେ ସରକାରୀ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟସ୍ତରରୁ ତହସିଲ୍‌ଦାର ଏବଂ ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏଣିକି ବିନା କାଗଜପତ୍ରରେ ହେବ। ଲୋକସେବା ଭବନରେ ଯେପରି ‘ଓସ୍ବାସ୍‌’ ମାଧ୍ୟମରେ ସମସ୍ତ ସରକାରୀ କାର୍ଯ୍ୟ ସମ୍ପାଦନା ହେଉଛି ଅନୁରୂପ ଭାବେ ତହସିଲଦାର ଓ ଆର୍‌ଆଇଙ୍କ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଆପଣାଯିବ। ଯାହାଫଳରେ ଲୋକେ ଉନ୍ନତମାନର ରାଜସ୍ବ ସେବା ହାତପାଆନ୍ତାରେ ପାଇପାରିବେ ବୋଲି ବରିଷ୍ଠ ଅଧିକାରୀ ଜଣକ ନିଜ ନାମ ଗୋପନ ରଖି କହିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri