ଦାରିଙ୍ଗବାଡ଼ି,୨୪।୪(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱ ରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, କନ୍ଧମାଳ ଏମ୍ପି ସୁକାନ୍ତ ପାଣିଗ୍ରାହୀଙ୍କ ପ୍ରତିନିଧି ଭାବେ ଦଳର ମଣ୍ଡଳ ସାଧାରଣ ସମ୍ପାଦକ ରୁଦ୍ର ମାଧବ ସାହୁ, ବିଧାୟକ ପ୍ରଫୁଲ ପ୍ରଧାନଙ୍କ ବ୍ଲକ ପ୍ରତିନିଧି ପ୍ରମୋଦ ଦିଗାଲ, ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକଙ୍କ ସମେତ ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ସେହିପରି ବ୍ଲକର ଅଧିକାରୀଙ୍କ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ବିପିସି ଜଗନ୍ନାଥ ରଥ, ଯୋଗାଣ ନିରୀକ୍ଷକ ନିହାର ରଞ୍ଜନ ବେହେରା, ବ୍ଲକ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ଓଡିଶା ଜୀବିକା ମିଶନ ର ବିପିଏମ ପିଣ୍ଟୁ ନାୟକ,ବିଭିନ୍ନ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ଭାଜପାର ମଣ୍ଡଳ ସଭାପତି ମିଟୁ ସାହୁ, ଜିଲ୍ଲା ଉପସଭାପତି ଅଜିତ ସାହୁ, ଜିଲା ସମ୍ପାଦକ ସନ୍ତୋଷ ସାହୁ, ଯୁବ ମୋର୍ଚ୍ଚା ସଭାପତି ରୁଦ୍ର ନାରାୟଣ ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ୧୬୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନର ଶୁଭାରମ୍ଭ କରିବା ସହ ପ୍ରଥମ କିସ୍ତି ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସପର କରିଥିଲେ।

