ଏଇ ଭାରତରେ

ବୟସ ୧୪, ହେଲେ ସାପ ଧରି ସାହସର ପରିଚୟ ଦେଇଛନ୍ତି କେରଳର ଅନନ୍ୟା ବିଶ୍ୱେସ ।
ସ୍କଉଲରେ ପଢୁଥିବାରୁ ସପ୍ତାହନ୍ତରେ ସାପ ଧରିବାକୁ ବାହାରିଯାଉଛନ୍ତି ଏବଂ ଏବେ ସୁଦ୍ଧା ୭୫ରୁ ଊର୍ଦ୍ଧ୍ୱ ସାପ ଧରି ସାରିଲେଣି। ସେ କେରଳର ପାଲାକ୍କାଡ୍‌ ଜଙ୍ଗଲ ବିଭାଗକୁ ଏ ଦିଗରେ ମଧ୍ୟ ସହଯୋଗ କରୁଛନ୍ତି। ଅନନ୍ୟା ମଧ୍ୟ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ଭାବେ ଜଣାଶୁଣା। ସେ ପଞ୍ଚମରେ ପଢ଼ୁଥିବା ସମୟରେ ନୀଳଗିରି ପର୍ବତମାଳା ଅଞ୍ଚଳର ଓଟିକୁ ପ୍ରଥମେ ଭ୍ରମଣରେ ଯାଇଥିଲେ ତା ପରେ ବାରମ୍ବାର ସେଡାକୁ ଯିବାକୁ ଚାହିଁଥିଲେ। ପରିସ୍ଥିତି ଏମିତି ହେଲା ତାଙ୍କ ମାତାପିତା ଅନନ୍ୟାଙ୍କୁ ଓଟି ପବ୍ଲିକ ସ୍କୁଲରେନାମ ଲେଖାଇଥିଲେ। ସେ ସେଠାରେ ୮ ବର୍ଷ ପଢ଼ିଛନ୍ତି ଓ ପରେ ପୁଣି କେରଳ ଫେରି ସାପ ଧରୁଛନ୍ତି। ସେ ପ୍ରଥମେ ଓଟିରେ ସାପ ଧରିବା ଆରମ୍ଭ କରିଥିଲେ। ସେ ସାପ ଓ ଅନ୍ୟାନ୍ୟ ସରୀସୃପଙ୍କ ସମ୍ପର୍କରେ ଜୁନିୟର ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି। କେରଳ ବନ ବିଭାଗରୁ ସେ ସାପ ଧରାରେ ବ୍ୟବହାରିକ ପ୍ରଶିକ୍ଷଣ ପାଇଛନ୍ତି। ୨୦୨୩ରେ ମଧୁମଲାଇ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ବାଘ ଉଦ୍ଧାର କାର୍ଯ୍ୟରେ ଭାଗ ନେଇଥିଲେ। ବଡ଼କଥା ହେଉଛି ସେ ୯୫୦୦ରୁ ଅଧିକ ପିଲାଙ୍କୁ ବନ୍ୟପ୍ରାଣୀ ସମ୍ପର୍କରେ ସଚେତନ କରିବାରେ ସକ୍ଷମ ହୋଇିଛନ୍ତି। ଅନନ୍ୟା ୬ଟି ଭାଷାରେ କଥା ହୋଇପାରୁଥିବାରୁ ପିଲାମାନଙ୍କୁ ବନ୍ୟପ୍ରାଣୀ ସମ୍ପର୍କରେ ସଚେତନ କରାଇବା ସହଜ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri