ପୁରୁଣା ଗାଡ଼ି କିଣୁଛନ୍ତି କିମ୍ବା ବିକୁଛନ୍ତି? RC ଟ୍ରାନ୍ସଫର ନକଲେ ପଡ଼ିପାରେ ବଡ଼ ଝଞ୍ଜାଟ – ଜାଣନ୍ତୁ

ନୂଆଦିଲ୍ଲୀ, ୨୬୨୫:  ଯେତେବେଳେ ଆମେ କୌଣସି ପୁରୁଣା ଗାଡ଼ି କିଣୁ କିମ୍ବା ବିକୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି RC (ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌) ଟ୍ରାନ୍ସଫର କରାଇବା। RC ଟ୍ରାନ୍ସଫର ହେଲେ ହିଁ ଗାଡ଼ିର ବର୍ତ୍ତମାନର ପ୍ରକୃତ ମାଲିକ କିଏ ତାହା ସ୍ପଷ୍ଟ ହେଇଯାଏ। ଏହା ଭବିଷ୍ୟତରେ କୌଣସି ଆଇନଗତ କିମ୍ବା କାଗଜପତ୍ର ସମ୍ବନ୍ଧୀୟ ଅସୁବିଧାରୁ ରକ୍ଷା କରିଥାଏ। ଯଦି ଆପଣ ନୂଆ ଗାଡ଼ି କିଣି ପୁରୁଣା ଗାଡ଼ି ବିକୁଛନ୍ତି, ତେବେ ଆଜିର ଏହି ଖବର ଆପଣଙ୍କ ପାଇଁ ବହୁତ କାମରେ ଆସିବ।
କେଉଁ ଫର୍ମ ପୂରଣ କରିବେ?
ଗାଡ଼ିର ମାଲିକାନା ବଦଳାଇବା ପାଇଁ ଫର୍ମ ୨୯ ଓ ଫର୍ମ ୩୦ ପୂରଣ କରିବା ବାଧ୍ୟତାମୂଳକ। ଏହି ଫର୍ମଗୁଡ଼ିକ ଆପଣ RTO ଅଫିସ୍‌ରୁ ନେଇପାରିବେ କିମ୍ବା parivahan.gov.in ଓ୍ବେବସାଇଟ୍‌ରୁ ଡାଉନଲୋଡ୍‌ କରିପାରିବେ।
ଯଦି ଗାଡ଼ିକୁ ଅନ୍ୟ ରାଜ୍ୟକୁ ନେଉଛନ୍ତି, ତେବେ ପୁରୁଣା RTO ଠାରୁ ଫର୍ମ ୨୮ (NOC) ଆଣିବାକୁ ପଡ଼ିବ।
ଯଦି ଗାଡ଼ି ଲୋନ୍‌ରେ କିଣାଯାଇଥିଲା, ତେବେ ବ୍ୟାଙ୍କ୍‌ରୁ  NOC ଓ ଫର୍ମ ୩୫ ମଧ୍ୟ ଲଗାଇବାକୁ ପଡ଼ିବ, ଯାହାଦ୍ୱାରା ଗାଡ଼ି ଉପରେ କୌଣସି ଲୋନ୍‌ ବକେୟା ନାହିଁ ବୋଲି ପ୍ରମାଣିତ ହେବ।RC ଟ୍ରାନ୍ସଫର କରିବାର ଦୁଇଟି ସହଜ ଉପାୟ
୧. ଅନଲାଇନ୍‌ (ସବୁଠାରୁ ସହଜ)
୨. ଅଫଲାଇନ୍‌ (RTO ଅଫିସ୍‌କୁ ଯାଇ)
ଅନଲାଇନ୍‌ରେ କେମିତି କରିବେ?

  • parivahan.gov.in ରେ ଯାଇ “Vehicle Related Services” ବାଛନ୍ତୁ
  • ନିଜ RTO ବାଛନ୍ତୁ
  • “Transfer of Ownership” ଉପରେ କ୍ଲିକ୍‌ କରନ୍ତୁ
  • ଗାଡ଼ି ନମ୍ବର ଓ ଚେସିସ୍‌ ନମ୍ବରର ଶେଷ ୫ଟି ଅଙ୍କ ଭରନ୍ତୁ
  • ସବୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍‌ କରନ୍ତୁ
  • ଅନଲାଇନ୍‌ରେ ଫିସ୍‌ ଦିଅନ୍ତୁ (ରାଜ୍ୟ ଓ ଗାଡ଼ି ଅନୁଯାୟୀ ଭିନ୍ନ ହେଇଥାଏ; ଦୁଇଚକିଆ ଗାଡ଼ି ପାଇଁ ସାଧାରଣତଃ ୩୦୦ରୁ ୫୦୦ ଟଙ୍କା)

ଗୁରୁତ୍ୱପୂର୍ଣ୍ଣ କଥା
କେତେକ ରାଜ୍ୟରେ RC ଟ୍ରାନ୍ସଫର ପାଇଁ ବାୟୋମେଟ୍ରିକ୍‌ ଯାଞ୍ଚ ବାଧ୍ୟାମୂଳକ। ଆବଶ୍ୟକ ହେଲେ ଅନଲାଇନ୍‌ରେ ହିଁ ନିକଟସ୍ଥ RTO ପାଇଁ ସ୍ଲଟ୍‌ ବୁକ୍‌ କରି ସ୍ଲିପ୍‌ ପ୍ରିଣ୍ଟ ନେଇ ଯାଇ ବାୟୋମେଟ୍ରିକ କରାଇ ପାରିବେ। ପୂରା ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ୩୦ ଦିନ ଲାଗିପାରେ।
ତେଣୁ ଗାଡ଼ି କିଣାବିକା କରୁଛନ୍ତି ତେବେ RC ଟ୍ରାନ୍ସଫରକୁ ବିଳମ୍ବ ନକରି ଅନଲାଇନ୍‌ରେ ହିଁ ସାରିଦିଅନ୍ତୁ – ସମୟ ଓ ଟଙ୍କା ଦୁଇଟି ବଞ୍ଚିବ!


Enter your email to get our daily news in your inbox.

All Right Reserved By Dharitri.Com

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri