ନୂଆଦିଲ୍ଲୀ,୨୫ା୧୧: ଏୟାର ଇଣ୍ଡିଆର ୧୧ଟି ବିମାନ ବାତିଲ କରାଯାଇଛି। ଇଥିଓପିଆ ଜ୍ୱାଳାମୁଖୀ ପ୍ରଭାରୁ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏୟାର ଇଣ୍ଡିଆ ଏପରି ବଡ଼ ନିଷ୍ପତ୍ତି ନେଇଛି। ୨୪ ଓ ୨୫ ତାରିଖରେ ମୋଟ୍ ୧୧ଟି ବିମାନ ବାତିଲ କରିଛି ଏୟାର ଇଣ୍ଡିଆ । AI 106- ନ୍ୟୁୟର୍କ-ଦିଲ୍ଲୀ, AI 102- ନ୍ୟୁୟର୍କ (JFK) ଦିଲ୍ଲୀ ବିମାନ ବାତିଲ ହୋଇଥିବାବେଳେ AI 2204- ଦୁବାଇ-ହାଇଦ୍ରାବାଦ, AI 2290- ଦୋହା-ମୁମ୍ବାଇ ବିମାନ ବାତିଲ ହୋଇଛି। ସେହିପରି AI 2212- ଦୁବାଇ-ଚେନ୍ନାଇ, AI 2284- ଦୋହା-ଦିଲ୍ଲୀ ବିମାନ ବାତିଲ ହୋଇଛି। AI 2822- ଚେନ୍ନାଇ-ମୁମ୍ବାଇ, AI 2466- ହାଇଦ୍ରାବାଦ-ଦିଲ୍ଲୀ ବିମାନ ବାତିଲ। -AI 2444/2445- ମୁମ୍ବାଇ-ହାଇଦ୍ରାବାଦ-ମୁମ୍ବାଇ ବିମାନ ବାତିଲ କରାଯାଇଥିବାବେଳେ AI 2471/2472- ମୁମ୍ବାଇ-କୋଲକାତା-ମୁମ୍ବାଇ ବିମାନ ମଧ୍ୟ ବାତିଲ ହୋଇଛି।


