ସ୍କୁଟିରେ ଯାଉଥିଲେ ବାପ-ଝିଅ: ଧକ୍କା ଦେଇ ଘୋଷାଡି ନେଲା କାର, ଆଉ ତା’ପରେ…

ଢେଙ୍କିକୋଟ,୨୪ା୧୦(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ୍‌ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ଢେଙ୍କିକୋଟ ହାଇସ୍କୁଲ ସମ୍ମୁଖ ୨୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାପା, ଝିଅ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଦ୍ୱୟ ବାଲେଶ୍ୱରର କିଶୋର ଚନ୍ଦ୍ର ପଢ଼ିଆରି ଓ ଝିଅ ଭାଗ୍ୟଶ୍ରୀ ପଢିଆରି।

ପ୍ରକାଶ ଯେ, ଭାଗ୍ୟଶ୍ରୀ ତେଲକୋଇ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। କୌଣସି ପରୀକ୍ଷା ଥିବାରୁ ବାପାଙ୍କ ସହ ସ୍କୁଟି (ନଂ. ଓଡି ୦୧ ୱାଇକ୍ୟୁ ୭୬୦୬) ଯୋଗେ ବାଲେଶ୍ୱରକୁ ଯାଉଥିଲେ। ୨୦ ନମ୍ବର ଜାତୀୟ ରାଜପଥ ମରାମତି କାର୍ଯ୍ୟ ଯୋଗୁ ୨ ଲେନ୍‌ ବନ୍ଦ ରହିଥିଲା। କୌଣସି ସିଗନାଲ ନ ଦେଇ ଗୋଟିଏ ପାର୍ଶ୍ୱରେ ୨ ଲେନ୍‌ରେ ଗାଡ଼ି ଯାତାୟତ କରୁଥିଲା।

ଏହି ସମୟରେ ଢେଙ୍କିକୋଟ ହାଇସ୍କୁଲ ସମ୍ମୁଖ ବିପରିତ ଦିଗରୁ ଆସୁଥିବା କାର (ନଂ. ଓଡି ୦୯ ଏମ ୩୯୮୯) ସ୍କୁଟିକୁ ସମ୍ମୁଖରୁ ଧକ୍କା ଦେଇ କିଛି ବାଟ ଘୋଷାରି ନେଇଥିଲା। ବାପ, ଝିଅ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଘଟଗାଁ ଡାକ୍ତରଖାନାକୁ ପଠାଇଥିଲେ। କିଶୋରଙ୍କ ଦୁଇଗୋଡ଼ ଜଙ୍ଘରୁ ଭାଙ୍ଗି ଯାଇଥିବା ବେଳେ ଭାଗ୍ୟଶ୍ରୀଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଘଟଗଁା ଡା. ମୁକ୍ତିକାନ୍ତ ନାୟକ ସୂଚନା ଦେଇଛନ୍ତି।

ଖବର ପାଇ ଘଟଗାଁ ଓ ଢେଙ୍କିକୋଟ ପୋଲିସ ପହଞ୍ଚି ୩ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିଛି। ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଶହ ଗାଡି ଛିଡ଼ା ହୋଇଥିଲା। ପୋଲିସ ଗାଡ଼ି ହଟାଇ ଗାଡ଼ି ଚଳାଚଳ ସ୍ବାଭାବିକ କରିଥିଲା। ଠିକାସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁ ଦୈନିକ ଛୋଟ, ବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ଏଥିପ୍ରତି ଠିକାସଂସ୍ଥା, ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri