ସଂସ୍କୃତ: ଭାଷାର ଜନନୀ

ସମୟକ୍ରମେ ବିଶ୍ୱରେ ଅନେକ ଭାଷା ସୃଷ୍ଟି ହୋଇଛି ଏବଂ କିଛି ବିଲୀନ ହୋଇଛି। ତନ୍ମଧ୍ୟରେ ସଂସ୍କୃତ ବିଶ୍ୱର ଏକ ପ୍ରାଚୀନ ଭାଷା। ସଂସ୍କୃତ ଭାଷାରେ ବିରଚିତ ବେଦ ଏକ ପ୍ରାଚୀନ ଶାସ୍ତ୍ର ଯାହା ପୂର୍ବରୁ କୌଣସି ତତ୍ତ୍ୱ ବିଶ୍ୱ ରହସ୍ୟକୁ ଏତେ ପ୍ରାମାଣିକ ଭାବରେ ଉପସ୍ଥାପନ କରି ନ ଥିଲା। ଯେତେବେଳେ ବିଶ୍ୱରେ ଲେଖନ କଳାର ସୃଷ୍ଟି ହୋଇ ନ ଥିଲା ସେତେବେଳେ ଶ୍ରବଣ ମାଧ୍ୟମରେ ଋଷିମାନେ ବେଦ ମନ୍ତ୍ରଗୁଡ଼ିକୁ ମନେରଖୁଥିଲେ। ତେଣୁ ବେଦକୁ ଶ୍ରୁତିଶାସ୍ତ୍ର କୁହାଯାଏ। ପରବର୍ତ୍ତୀ ସମୟରେ ଲିପି ସୃଷ୍ଟି ହେଲା ତଥା ଭୁଜପତ୍ର ଏବଂ ତାଳପତ୍ର ପ୍ରଭୃତିରେ ଲେଖନ ଆବିଷ୍କାର ହେଲା। ବିଶ୍ୱରେ ନିଶ୍ଚୟ ଅନେକ ପ୍ରାନ୍ତୀୟ, ଗ୍ରାମ୍ୟ ତଥା ଅରଣ୍ୟବାସୀଙ୍କର ଭାଷା ରହିଥିବ। କିନ୍ତୁ ବିଶ୍ୱର ରହସ୍ୟ ସଂସ୍କୃତ ଶାସ୍ତ୍ରଗୁଡ଼ିକରେ ଲିଖିତ ହେବା କାରଣରୁ ସଂସ୍କୃତ ବଞ୍ଚତ୍ରହିଲା। ଏହା ପ୍ରମାଣିତ କରେ ଅନ୍ୟ ଭାଷାଗୁଡିକ ଅପେକ୍ଷା ସଂସ୍କୃତ ଏକ ସର୍ବମାନ୍ୟ ବିଶ୍ୱ ଭାଷାର ସ୍ଥାନ ଗ୍ରହଣ କରିଥିଲା।
ବାଲ୍ମୀକି ରାମାୟଣର ସୁନ୍ଦରାକାଣ୍ଡ ମତରେ ତ୍ରେତୟାଯୁଗରେ ସଂସ୍କୃତ ଭାଷା କଥୋପକଥନର ଏକ ପ୍ରମୁଖ ଭାଷା ଥିଲା I କାରଣ ଯେତେବେଳେ ମା’ସୀତାଙ୍କୁ ଅନ୍ବେଷଣ କରି ହନୁମାନ ଲଙ୍କାର ଅଶୋକବାଟିକାରେ ପହଞ୍ଚତ୍ଲେ ସେତେବେଳେ ସଂସ୍କୃତ ଭାଷାରେ ସୀତାଙ୍କ ସହ କଥାହେଲେ। ଏପରିକି ରାବଣ ମଧ୍ୟ ସଂସ୍କୃତ ଭାଷାରେ ସୀତାଙ୍କ ସହ କଥା ହେଉଥିଲେ। ଠିକ୍‌ ସେହିପରି ଦ୍ୱାପର ଯୁଗରେ ମଧ୍ୟ ସଂସ୍କୃତ ଭାଷା ଲୋକ ଭାଷା ଥିଲା। ତେଣୁ ଶ୍ରୀମଦ୍ଭଗବଦ୍‌ଗୀତାର ୧୮ଟି ଯାକ ଅଧ୍ୟାୟରେ ଭଗବାନ୍‌ ଶ୍ରୀକୃଷ୍ଣ ସଂସ୍କୃତ ଭାଷାରେ ହିଁ ଅର୍ଜୁନଙ୍କୁ ଦିବ୍ୟଜ୍ଞାନ ପ୍ରଦାନ କରିଛନ୍ତି। ବେଦ, ଉପନିଷଦ, ରାମାୟଣ, ମହାଭାରତ, ଧର୍ମଶାସ୍ତ୍ର ପ୍ରଭୃତି ପ୍ରାଚୀନ ଶାସ୍ତ୍ରଗୁଡିକ ସଂସ୍କୃତ ଭାଷାରେ ବିରଚିତ। ପରବର୍ତ୍ତୀ ସମୟରେ ସଂସ୍କୃତ ଭାଷାରୁ ଅନୁଦିତ ହୋଇ ବିଭିନ୍ନ ଭାଷାରେ ସମସ୍ତ ତଥ୍ୟ ପ୍ରକାଶ ପାଇଲା। ସଂସ୍କୃତ ଭାଷାରେ ବିରଚିତ ଉପନିଷଦ ଆତ୍ମଜ୍ଞାନକୁ ଉପସ୍ଥାପନ କରେ, ସମାଜତତ୍ତ୍ୱ ଉପସ୍ଥାପନ କରେ ସାହିତ୍ୟ, ଶାନ୍ତ ଜୀବନର ମାର୍ଗଦର୍ଶକ ରାମାୟଣ ଏବଂ ଗୀତା, ବିଜ୍ଞାନକୁ ଉପସ୍ଥାପନ କରିବା ପାଇଁ ବେଦ ମନ୍ତ୍ର ତଥା ବିଭିନ୍ନ ଶାସ୍ତ୍ର, ଗ୍ରହମଣ୍ଡଳର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜ୍ୟୋତିଷ, ଭାଷା ଜ୍ଞାନ ପାଇଁ ବ୍ୟାକରଣ, ସାମ୍ବିଧାନିକ ବିଧିବ୍ୟବସ୍ଥା ପାଇଁ ସ୍ମୃତିଗ୍ରନ୍ଥ, ଅର୍ଥନୀତି ପାଇଁ କୌଟିଲ୍ୟ ଅର୍ଥଶାସ୍ତ୍ର, ଶରୀରର ସୁସ୍ଥତା ପାଇଁ ଆୟୁର୍ବେଦ ତଥା ଯୋଗଶାସ୍ତ୍ର, ସମାଜ ଚେତନା ପାଇଁ ପୁରାଣ ପ୍ରଭୃତି ଅନେକ ଶାସ୍ତ୍ର ସମାଜକୁ ମାର୍ଗଦର୍ଶନ କରନ୍ତି। କହିବାକୁ ଗଲେ ଭାରତର ସଂସ୍କୃତି ଏବଂ ସଂସ୍କୃତ ଭାଷା ଅଙ୍ଗାଙ୍ଗୀ ଭାବେ ଜଡ଼ିତ।
ଟିକେ ଗଭୀର ଚିନ୍ତା କଲେ ଜାଣିହୁଏ, ଭାରତର ପ୍ରତିଷ୍ଠାରେ ଏହି ସଂସ୍କୃତ ଭାଷା କେତେ ଉପଯୋଗୀ ସାବ୍ୟସ୍ତ ହୋଇଛି। ଭାରତୀୟମାନେ ଅନେକ ବର୍ଷ ଧରି ବଣଜଙ୍ଗଲରେ ସାଧାରଣ ଜୀବନଯାପନ କଲେ। କଳକାରଖାନା ତଥା ଆଧୁନିକତା ଭାରତରେ ନ ଥିଲା। ଭାରତ ତୁଳନାରେ ବିଶ୍ୱର ଅନେକ ଦେଶ ଅଗ୍ରଗତି କରିସାରିଥିଲେ। ଏପରିକି ବିକଶିତ ଦେଶଗୁଡ଼ିକ ଭାରତକୁ ଶାସନ କଲେ। ଇଂରେଜ ଏବଂ ମୋଗଲମାନେ ଏ ଦେଶର ଶାନ୍ତି ଭଙ୍ଗ କଲେ। ଦେଶର ଧନରତ୍ନ ଲୁଣ୍ଠନ କଲେ। ଏତେ ସବୁ ପରେ ମଧ୍ୟ ବିଶ୍ୱ ଆମକୁ ସମ୍ମାନ କରୁଥିଲା। ବୈଦେଶିକ ଶତ୍ରୁ ଆମ ସଂସ୍କୃତି ଏବଂ ସଂସ୍କାରକୁ ନତମସ୍ତକ ହୋଇ ସମ୍ମାନ ଦେଉଥିଲେ। ଭାରତକୁ ଯେଉଁଭଳି ଭାବରେ ଲୁଣ୍ଠନ କରାଗଲା ଯଦି ଆମ ଭାଷା ଏବଂ ସଂସ୍କୃତି ସେତିକି ସୁଦୃଢ଼ ନ ଥାନ୍ତା ଆମ ଦେଶ କେଉଁ ରସାତଳକୁ ଚାଲିଯାଇଥାନ୍ତା, ଯାହାକୁ ପୁନଃ ପ୍ରାପ୍ତି କରିବା ସହଜ ସାଧ୍ୟ ହୋଇ ନ ଥାନ୍ତା। ଆମର ଭାଷା, ସାହିତ୍ୟ, ସଂସ୍କୃତି, ଜ୍ଞାନ, ବିଜ୍ଞାନ ଇତ୍ୟାଦି ଏତେ ମାର୍ଜିତ ଥିଲା ଯେ, ବିଦେଶୀମାନେ ଆମର ପୂର୍ବପୁରୁଷଙ୍କର ଗବେଷଣାକୁ ନେଇଯାଇ ନିଜ ନାମରେ ନାମିତ କରିଛନ୍ତି। ମାକ୍ସମୁଲାର, ମାକ୍‌ଡୋନାଲ, ମନିୟର ଉଇଲିୟମ୍‌ସ, ହୋମର ପ୍ରମୁଖ ଅନେକ ବିଶିଷ୍ଟ ପାଶ୍ଚାତ୍ୟ ବିଦ୍ୱାନ୍‌ ଭାରତ ଆସି ସଂସ୍କୃତ ଭାଷାକୁ ଅଧ୍ୟୟନ କରିବା ସହିତ ସଂସ୍କୃତ ଶାସ୍ତ୍ରକୁ ପଢ଼ି ସେଗୁଡିକର ଅନୁବାଦ କରିପାରିଥିଲେ। ତେବେ ପ୍ରଶ୍ନ ଉଠେ ସଂସ୍କୃତରେ ଏମିତି କ’ଣ ସବୁ ବିଶେଷତ୍ୱ ରହିଅଛି ଯାହାକୁ ପଢ଼ିବା ପାଇଁ ଦେଶବିଦେଶର ବିଦ୍ୱାନ୍‌ ଏବଂ ମହାତ୍ମାମାନେ ଏତେ ଉତ୍କଣ୍ଠିତ। ଏ ପ୍ରଶ୍ନର ଉତ୍ତର ସ୍ବରୂପ ଗୋଟିଏ ବାକ୍ୟ କୁହାଯାଇ ପାରେ ସଂସ୍କୃତ ହେଉଛି ସମାଜ ନିର୍ମାଣର ମୂଳ ଉତ୍ସ। ଏହା କେବଳ ଏକ ଭାଷା ନୁହେଁ ଏହା ଶୃଙ୍ଖଳିତ ଜୀବନ ଜିଇବାର ମାର୍ଗ। ଆମ ଭାଷା ଏବଂ ସଂସ୍କୃତିକୁ ଆମ ଜନଜୀବନରେ ମଜଭୁତ କରିରଖିବା ଏକାନ୍ତ ଆବଶ୍ୟକ।
ପ୍ରାୟ ସମସ୍ତ ଭାରତୀୟ ଭାଷାର ସୃଷ୍ଟି ସଂସ୍କୃତରୁ ହୋଇଛି। ଓଡ଼ିଆରେ ବ୍ୟବହୃତ ଅର୍ଦ୍ଧାଧିକ ଶବ୍ଦ ସଂସ୍କୃତରୁ ହିଁ ସୃଷ୍ଟି। କେଉଁଠି ସଂସ୍କୃତ ଏବଂ ଓଡ଼ିଆ ଶବ୍ଦମାନଙ୍କ ମଧ୍ୟରେ ଶତପ୍ରତିଶତ ସମାନତା ଥାଏ ତଥା କେତେକ ସ୍ଥଳରେ ସାମାନ୍ୟ ସମାନତା ପରିଲକ୍ଷିତ ହୁଏ। ଭାରତର ପ୍ରାୟ ସମସ୍ତ ଆଞ୍ଚଳିକ ଭାଷା ସହିତ ସଂସ୍କୃତ ଭାଷା ନିବିଡ଼ଭାବେ ଜଡିତ। ତେଣୁ ସଂସ୍କୃତ ଭାଷାକୁ ଭାଷାର ଜନନୀ ଏବଂ ଭଗିନୀ ଭାବରେ ସମ୍ମାନ ଦିଆଯାଏ। ଶହଶହ ବର୍ଷ ପୂର୍ବରୁ ରଚିତ ରାମାୟଣ, ମହାଭାରତ, ଅର୍ଥଶାସ୍ତ୍ର, ନୀତିଶତକ, ସ୍ମୃତିଗ୍ରନ୍ଥ ପ୍ରଭୃତିରେ ଦେଶ ଶାସନ ପ୍ରକ୍ରିୟା ଯେପରି ବର୍ଣ୍ଣିତ ଅଛି ତାକୁ ଅନୁସରଣ କରି ଆମ ଦେଶର ସମ୍ବିଧାନ ତିଆରି କରାଯାଇଛି। ସଂସ୍କୃତରେ ଥିବା ମହତ୍ତ୍ୱକୁ ଦୃଷ୍ଟିରେ ରଖି ଏବେ ସଂସ୍କୃତ ଏବଂ ଭାରତୀୟ ସଂସ୍କୃତିର ବିଶେଷ ଅଧ୍ୟୟନରେ ବିଶ୍ୱ ମନ ଦେଇଛି।
ଉପନିର୍ଦ୍ଦେଶକ, ଦୂର ଶିକ୍ଷା ନିର୍ଦ୍ଦେଶାଳୟ
ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ,
ତିରୁପତି, ଆନ୍ଧ୍ରପ୍ରଦେଶ
ମୋ: ୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri