Posted inଜାତୀୟ

ଗ୍ୟାଙ୍ଗ୍‌ଷ୍ଟର-ଟେରର ମଡ୍ୟୁଲ୍‌ର ପର୍ଦ୍ଦାଫାଶ୍‌ କଲା ପଞ୍ଜାବ ପୋଲିସ: ୫ ସନ୍ଦିଗ୍ଧ ଗିରଫ

ଚଣ୍ଡିଗଡ଼,୨୨ା୧୧: ପଞ୍ଜାବ ପୋଲିସ ଶନିବାର ଗ୍ୟାଙ୍ଗ୍‌ଷ୍ଟର-ଟେରର ମଡ୍ୟୁଲ୍‌ର ପର୍ଦ୍ଦାଫାଶ୍‌ କରିବା ସହ ୫ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗତ ୩ ସପ୍ତାହ ମଧ୍ୟରେ ଏଭଳି ୭ଟି ମଡ୍ୟୁଲ୍‌ ସମ୍ପର୍କରେ ଜଣାପଡିଛି। ଗିରଫ ବ୍ୟକ୍ତିମାନଙ୍କୁ ପାକିସ୍ତାନ, କାନାଡା ଏବଂ ୟୁରୋପରୁ ସଞ୍ଚାଳିତ ହେଉଥିବା ପରିଚାଳକମାନେ ଟାର୍ଗେଟ୍‌ କିଲିଂ କାର୍ଯ୍ୟ ଦେଇଥିଲେ। ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବା ଯୁବକମାନଙ୍କୁ ହ୍ୟାଣ୍ଡ ଗ୍ରେନେଡ୍‌ ବ୍ୟବହାର ସମ୍ପର୍କରେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏହାର ହ୍ୟାଣ୍ଡଲରମାନଙ୍କ ଜରିଆରେ ୟୁଟ୍ୟୁବ୍‌ ଭିଡିଓ ସହାୟତାରେ ତାଲିମ ପ୍ରଦାନ କରୁଥିଲା। ଉକ୍ତ ଭିଡିଓଗୁଡ଼ିକୁ ପୋଲିସ ଜବତ କରିଛି। ସେଗୁଡ଼ିକ ଡାଉନ୍‌ଲୋଡ୍‌ କରାଯାଇ ହ୍ବାଟ୍ସଆପ୍‌ ଜରିଆରେ ଶେୟାର କରାଯାଉଥିଲା।

ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ଦୀପକ ଓରଫ ଦୀପୁ, ରାମଲାଲ୍‌, ପଞ୍ଜାବ ଫିରୋଜପୁରର ଶାମଶେର ସିଂ, ବିହାରର ହର୍ଷ ଓଝା ଏବଂ ହରିୟାଣାର ଅଜୟ। ଲୁଧିଆନାରେ ଆତଙ୍‌କବାଦୀ ଆକ୍ରମଣରେ ସମନ୍ବୟ ରଖିବା ଓ କାର୍ଯ୍ୟକାରୀ କରିବା ପାଇଁ ଦୀପୁ ଓ ରାମଲାଲ୍‌ ରାଜସ୍ଥାନରୁ ଆସିଥିଲେ। ପଞ୍ଜାବରେ ଗ୍ରେନେଡ୍‌ ଆକ୍ରମଣ ପାଇଁ ସେମାନଙ୍କୁ ପାକିସ୍ତାନୀ ପରିଚାଳକ ଯଶବୀର ଓରଫ ଚୌଧରୀ ଦାୟିତ୍ୱ ଦେଇଥିଲେ। ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନୀ ପରିଚାଳକମାନେ ଜାଣିଶୁଣି ଅନ୍ୟ ରାଜ୍ୟରୁ ଯୁବକମାନଙ୍କୁ ନିଯୁକ୍ତି ଦେଉଥିଲେ। ଏହା ପଛରେ ଥିବା ବିଦେଶୀ ଲିଙ୍କ୍‌ର ପର୍ଦ୍ଦାଫାଶ୍‌ ପାଇଁ ପଞ୍ଜାବ ପୋଲିସ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ସହଯୋଗ ଲୋଡ଼ିଛି।

ଅପରେଶନ ସିନ୍ଦୂର ପରେ ଟାର୍ଗେଟ କିଲିଂ ବଢ଼ିଛି। ଏଥିପାଇଁ ଗ୍ୟାଙ୍ଗ୍‌ଷ୍ଟର-ଆତଙ୍କବାଦୀ ମଡ୍ୟୁଲ୍‌କୁ ହିଟ୍‌ ଲିଷ୍ଟ ସମେତ ଅସ୍ତ୍ର ଓ ଲଜିଷ୍ଟିକ୍‌ ସହାୟତା ବିଦେଶରୁ ମିଳୁଛି। ପଞ୍ଜାବରେ ଶାନ୍ତି ଭଣ୍ଡୁର କରିବା ପାଇଁ ଆଇଏସ୍‌ଆଇ ଉଦ୍ୟମ ଚଳାଇଥିବାର ନିର୍ଭରଯୋଗ୍ୟ ପ୍ରମାଣ ରହିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri