ଭୁବନେଶ୍ୱର,୨୧।୧୧: ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଏବେ ନୂଆ ନୂଆ ତଥ୍ୟ ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି । ଓଡ଼ିଶାର ଚର୍ଚ୍ଚିତ ତଥା ସବୁଠାରୁ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଆଉ ଏ ଦୁନିଆରେ ନାହାନ୍ତି । ନଭେମ୍ବର ୧୭ ତାରିଖରେ ହ୍ୟୁମାନଙ୍କ ପରଲୋକ ଘଟିଥିଲା ।
କିନ୍ତୁ ତାଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ହ୍ୟୁମାନଙ୍କ ଟଙ୍କା ପଇସା କାରବାରକୁ ନେଇ ବଡ଼ ଖୁଲାସା ହୋଇଛି । ହ୍ୟୁମାନଙ୍କ ଅର୍ଥ କାରବାରର ପ୍ରମାଣ ଭାଇରାଲ ହେଉଛି । ମ୍ୟାନେଜର ଦିନେଶଙ୍କ ପାଖକୁ ଯାଉଥିଲା ହ୍ୟୁମାନଙ୍କ ଅର୍ଥ । ହ୍ୟୁମାନ ଯେଉଁଠି ସବୁ ପ୍ରୋଗ୍ରାମ କରୁଥିଲେ ସେସବୁ ଟଙ୍କା ମ୍ୟାନେଜରଙ୍କ ପାଖରେ ରହୁଥିଲା ।୨୦୨୩-୨୪ର କିଛି କାରବାର ଚିତ୍ର ସାମ୍ନାକୁ ଆସିଛି । ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କ ପଇସା, ବ୍ୟାଙ୍କ ବାଲାନ୍ସକୁ ନେଇ ଉଠିଛି ଅନେକ ପ୍ରଶ୍ନ । ତାଙ୍କ ମାଆଙ୍କ ଅଭିଯୋଗ ପରେ, ଏସବୁ ଅଧିକ ଜୋର୍ ଧରିଛି ।
କିଛି ଷ୍ଟେଜ୍ ଶୋ ଲାଗି ଟଙ୍କା ଦିଆଯାଇଥିବାର ପ୍ରମାଣ ସାମ୍ନାକୁ ଆସିଛି । ଏହି ଟଙ୍କା ଦିଆଯାଇଛି, ହ୍ୟୁମାନ ସାଗରଙ୍କ ମ୍ୟାନେଜରଙ୍କୁ । ଏଥିରେ ହ୍ୟୁମାନଙ୍କ ମ୍ୟାନେଜର ଦିନେଶ ବେହେରାଙ୍କ ନାଁ ଲେଖାଯାଇଛି ।


