ନୀଳଗିରି,୨୧।୧୧(ପ୍ରଶାନ୍ତ କୁମାର ବିଶ୍ବାଳ): ପରିବାର ଲୋକେ ବିଲକୁ ଧାନ କାଟିବାକୁ ଯାଇଥିବା ସମୟରେ ଘରେ ଥିବା ଲୁଣ ଭାବି ଥିମେଟ ଓ ଖାଇ ଦେଇଥିଲେ। ନୀଳଗିରି ବ୍ଲକ ମହିଷାପଟା ପଞ୍ଚାୟତ ଶାଳବଣି ରାଜାସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ତିନି ପରିବାରର ପିଲା ଗାଁ ଦାଣ୍ଡରେ ଗୋଟିଏ ଜାଗାରେ ଖେଳୁଥିଲେ। ଥିମେଟ ଖାଇ ଉକ୍ତ ଗାଁର ରମେଶ ସିଂ ପୁଅ ଘନଶ୍ୟାମ ସିଂ(୪), ଅକ୍ଷୟ ସିଂ ଝିଅ ଇନ୍ଦୁରେଖା ସିଂ (୫) ଓ ବାବୁଲା ସିଂ ପୁଅ ଯୁବରାଜ ସିଂ (୮) ଗୁରୁତର ହୋଇଛନ୍ତି। ପରିବାର ଲୋକେ ବିଲରୁ କାମ ସାରି ଫେରିବା ପରେ ସେମାନଙ୍କୁ ପ୍ରଥମେ ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିଲା। ଯୁବରାଜଙ୍କ ଅବସ୍ଥା ଅଧିକ ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଗତ ରାତି ୧ଟାରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
Dharitri – Odisha’s No.1 Odia Daily


