ମଦ ବ୍ୟବସାୟୀଙ୍କଠାରୁ ନେଉଥିଲେ ଲାଞ୍ଚ: ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅବକାରୀ ଅଧିକ୍ଷକ-ଏଏସ୍‌ଆଇ

କେନ୍ଦୁଝର,୧୯।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମଦ ବିକ୍ରେତାଙ୍କଠାରୁ ନେଉଥିଲେ ଲାଞ୍ଚ। ମାଡ଼ି ବସିଲା ଭିଜିଲାନ୍ସ। ବୁଧବାର ଏଭଳି ଏକ ଘଟଣାକ୍ରମରେ ଓଡ଼ିଶା ଭିଜିଲାନ୍ସ ହାତରେ କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀ ପଟ୍ଟାୟତ ଏବଂ ଚମ୍ପୁଆ ଅବକାରୀ ଷ୍ଟେଶନ ଦାୟିତ୍ୱରେ ଥିବା ଅଧିକାରୀ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ବିଜୟ କୁମାର ମହାନ୍ତ ଧରାପଡ଼ିଛନ୍ତି।
ସେମାନେ ଚମ୍ପୁଆ ବ୍ଲକ ସରେଇ ଗ୍ରାମର ବିଧୁ ଭୂଷଣ ପତି ନାମକ  ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କଠାରୁ ତାଙ୍କ ବ୍ୟବସାୟ ସୁରୁଖୁରୁରେ ଚଳାଇବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଙ୍କ ହାତରେ ଧରା ପଡ଼ିଥିବା ଜଣା ପଡ଼ିଛି। ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଏହା ପରେ ସେମାନଙ୍କ ସରକାରୀ ବାସ ଗୃହ ଓ ଅଫିସରେ ବିଭାଗ ପକ୍ଷରୁ ଚଢାଉ ହୋଇଛି।
ବିଭାଗ ସୂତ୍ରରୁ ଜଣା ପଡ଼ିଛି ଯେ,    ଚାରି ମାସ ତଳେ କେନ୍ଦୁଝର ଅବକାରୀ ଅଧୀକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ  ସୀତାରାଣୀ ବିଭିନ୍ନ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କ (ଭେଣ୍ଡର) ମାନଙ୍କୁ ସେମାନଙ୍କ ବ୍ୟବସାୟକୁ ସୁଗମ କରିବା ପାଇଁ ନିୟମିତ ଦେୟ ଭାବରେ ଲାଞ୍ଚ ମାଗୁଥିଲେ। ଅନ୍ୟ କୌଣସି ଉପାୟ ନ ପାଇ, ଜଣେ ବିକ୍ରେତା ସୀତାରାଣୀଙ୍କ ଦ୍ୱାରା ହଇରାଣ କରାଯାଉଥିବା ବିଷୟ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ।   ସୂଚନା ପାଇବା ପରେ, ଓଡ଼ିଶା ଭିଜିଲାନ୍ସର ଏକ ଦଳ ବୁଧବାର ସୀତାରାଣୀଙ୍କୁ ତାଙ୍କ ସହକର୍ମୀ ASI ମହାନ୍ତଙ୍କ ଧରିବା ସହ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି।

କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀଙ୍କ ସରକାରୀ ବାସଗୃହ, ଅଫିସ ସମେତ  ତିନୋଟି ସ୍ଥାନରେ ଏବଂ  ଚମ୍ପୁଆ ଅବକାରୀ ଷ୍ଟେସନର ବିଜୟ କୁମାରଙ୍କ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି ବୋଲି କେନ୍ଦୁଝର ଡିଏସ୍‌ପି ସୁଧାଂଶୁ ପୂଜାରୀ କହିଛନ୍ତି।  ଦୁର୍ନୀତି ନିବାରଣ ଆଇନ, ୨୦୧୮ ଧାରା ୭ ଅନୁଯାୟୀ  ମାମଲା ପଞ୍ଜୀକରଣ କରି ବିଭାଗ ଅଭିଯୁକ୍ତ ଦୁହିଁଙ୍କ ବିଷୟରେ ଅଧିକ ତଦନ୍ତ କରୁଛି। ତଦନ୍ତ ପରେ ଆୟ ବର୍ହିଭୁତ ସମ୍ପତି ଓ ଅନ୍ୟ ବେଆଇନ କାମ କାର୍ଯ୍ୟ ବିଷୟରେ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri