ଚିପ୍ସ ପ୍ୟାକେଟ୍‌ରେ ଥିବା ପ୍ଲାଷ୍ଟିକ୍‌ ଖେଳନା ଖାଇ ଶିଶୁ ମୃତ୍ୟୁ ଘଟଣାର ହେବ ତଦନ୍ତ, ସ୍ବାସ୍ଥ୍ୟାଧିକାରୀ କହିଲେ…

ଦାରିଙ୍ଗବାଡ଼ି,୧୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମ ନିକଟ ମୂଷିମାହା ଗ୍ରାମରେ ଜଣେ ୪ ବର୍ଷର ଶିଶୁ ବିଗିଲ ପ୍ରଧାନଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟବିଭାଗର ଚିନ୍ତା ବଢ଼ିବା ସହ ବହୁ ପରିବାରର ଶିଶୁଙ୍କ ସ୍ବାସ୍ଥ୍ୟ କଥା ନେଇ ଚିନ୍ତା ବଢ଼ିଛି। ବର୍ତ୍ତମାନ ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ଚିନ୍ତା ପ୍ରକଟ କରିବା ସହ ସେ ବିଭାଗ ପକ୍ଷରୁ ଗାଁ ଗାଁରେ ଲୋକଙ୍କୁ ଏନେଇ ସଚେତନ କରାଇବୁ ବୋଲି କହିଛନ୍ତି। ସେ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଇବା ସହ ଲୋକଙ୍କୁ ହାତ ଧୋଇ ଖାଇବା ସହ ଏଭଳି ପ୍ୟାକେଟ ଖାଦ୍ୟରେ କୌଣସି ପ୍ଲାଷ୍ଟିକ କିମ୍ବା ଅନ୍ୟ କିଛି ସାମଗ୍ରୀ ରହିଥିଲେ ତାକୁ ନ ଖାଇବାକୁ ଲୋକଙ୍କୁ ପ୍ରବର୍ତ୍ତାଯିବ ବୋଲି କହିଛନ୍ତି। ଏଥିସହ ଲୋକଙ୍କୁ ସେ କ୍ଷୁଦ୍ର ଦାନା ଶସ୍ୟ ତଥା ମାଣ୍ଡିଆ, କାଙ୍ଗୁ, କୁଏରୀ, ପାଳୁଅ ଆଦିରେ ବ୍ୟଞ୍ଜନ କରି ଶିଶୁମାନଙ୍କୁ ଦେବାକୁ ପରାମର୍ଶ ଦେଇଛନ୍ତି।

ଏଥିସହ ଡାକ୍ତର ସାମନ୍ତରାୟ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, କେବଳ ଏହି ଘଟଣା ନୁହଁ ପୂର୍ବରୁ ମଧ୍ୟ ଅନେକ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ଏଭଳି ଏକାଧିକ କମ୍ପାନୀର ମସଲା ଜାତୀୟ ଚିପ୍ସ ଓ ଅନ୍ୟାନ୍ୟ ପ୍ୟାକେଟ ସାମଗ୍ରୀ ଖାଇ ଅସୁସ୍ଥ ହେଉଛନ୍ତି। ଯେଉଁମାନେ ଏଭଳି ଅସୁସ୍ଥ ହେଉଛନ୍ତି ସେମାନେ ସଠିକ୍‌ ଭାବେ ଘର ଖାଦ୍ୟ ମଧ୍ୟ ଗ୍ରହଣ କରିପାରିବା ସମ୍ଭବ ହେଉନାହିଁ। ତେଣୁ ଆମେ ଏଭଳି ରୋଗୀଙ୍କୁ ଚିକିତ୍ସା କରିବା ସହ ମା’-ବାପାମାନଙ୍କୁ ବ୍ୟାପକ ସଚେତନ କରୁଥିବା ଡାକ୍ତର କହିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ଉକ୍ତ ବ୍ଲକ ମୁସିମାହା ଗ୍ରାମର ୪ ବର୍ଷର ଶିଶୁ ବିଗିଲ ପ୍ରଧାନ ବାପା ଆଣିଥିବା ମସଲା ଜାତୀୟ ଚିପ୍ସ ପ୍ୟାକେଟ୍‌ ଭିତରେ ରହିଥିବା ଏକ ପ୍ଲାଷ୍ଟିକ ଖେଳନା ଖାଇ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକ ଶିଶୁଙ୍କ ତଣ୍ଟି ଭିତରୁ ଉକ୍ତ ଖେଳନା ବାହାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଚେତ ଅବସ୍ଥାରେ ଆଣିଥିଲେ। ତେବେ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri