ମନମାନି ଚଳାଇଛନ୍ତି କି ଗ୍ୟାସ ଡିଲର୍‌? ଡେଲିଭରି ପାଇଁ ନେଉଛନ୍ତି ଅତିରିକ୍ତ ଟଙ୍କା? ଏଭଳି କରିଦିଅନ୍ତୁ ଅଭିଯୋଗ, ଫସିବେ…

ନୂଆଦିଲ୍ଲୀ,୧୮।୧୧: ଅନେକ ସମୟରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାର୍ଜ, ଅତିରିକ୍ତ ଟଙ୍କା ଆଦାୟ କିମ୍ବା ଖରାପ ବ୍ୟବହାରକୁ ନେଇ ଡିଷ୍ଟ୍ରିବ୍ୟୁଟର ଓ ଡେଲିଭରି ଏଜେନ୍ସିମାନେ ନିଜର ମନମାନି କରନ୍ତି। ଘରକୁ ସିଲିଣ୍ଡର ପହଞ୍ଚାଇବା ନାଁରେ ୨୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଟଙ୍କା ଆଦାୟ କରାଯାଏ କିମ୍ବା କେତେକ ସ୍ଥାନରେ ଡେଲିଭରି କରିବାକୁ ସିଧାସଳଖ ମନା କରିଦିଆଯାଏ। ଯଦି ଆପଣଙ୍କ ସହ ମଧ୍ୟ ଏଭଳି ଘଟୁଛି, ତେବେ ଏହି ସୂଚନା ଆପଣଙ୍କ ପାଇଁ ବହୁତ ଉପଯୋଗୀ ହେବ।କେଉଁଠି କରିବେ ଅଭିଯୋଗ?

  • ଯଦି ଆପଣଙ୍କର ଇଣ୍ଡେନ (Indane) ଗ୍ୟାସ୍ କନେକ୍ସନ ଅଛି, ତେବେ ସିଧାସଳଖ ଇଣ୍ଡିଆନ ଅୟିଲର ଅଫିସିଆଲ ଗ୍ରିଭାନ୍ସ ପୋର୍ଟାଲରେ ଅଭିଯୋଗ ଦାୟର କରିପାରିବେ।
  • ଲିଙ୍କ୍: https://cx.indianoil.in/EPICIOCL/faces/GrievanceMainPage.jspx

ଏହା ସହିତ ଅନ୍ୟ କମ୍ପାନି (HP ଓ Bharat Gas) ର ଗ୍ରାହକମାନେ ମଧ୍ୟ ସେମାନଙ୍କର ନିଜ ନିଜ କମ୍ପାନିର ଟୋଲ-ଫ୍ରି ନମ୍ବର କିମ୍ବା ଅନଲାଇନ୍ ପୋର୍ଟାଲରେ ଅଭିଯୋଗ କରିପାରିବେ।କିପରି ଦାୟର କରିବେ ଅଭିଯୋଗ?୧. ଉପରୋକ୍ତ ଲିଙ୍କ୍ ଖୋଲନ୍ତୁ।
୨. ଆପଣଙ୍କ ସମସ୍ୟା ଅନୁଯାୟୀ ଉପଯୁକ୍ତ ବର୍ଗ (Category) ବାଛନ୍ତୁ, ଯେପରି:

  • ଓଭରଚାର୍ଜିଙ୍ଗ୍ (Overcharging)
  • ଖରାପ ବ୍ୟବହାର (Misbehaviour)
  • ଡେଲିଭରି ସମସ୍ୟା (Refill Supply / Home Delivery)
  • ସର୍ଭିସ ସମସ୍ୟା (Service) ଆଦି।

୩. ଆବଶ୍ୟକ ତଥ୍ୟ ପୂରଣ କରନ୍ତୁ:

  • ଆପଣଙ୍କର LPG ID (୧୭ ଅଙ୍କ ବିଶିଷ୍ଟ)
  • ରେଜିଷ୍ଟର୍ଡ ମୋବାଇଲ ନମ୍ବର
  • କଷ୍ଟମର ID (ଯଦି ଥାଏ)
    (ଏହି ତଥ୍ୟ ଠିକ୍‌ ନ ଥିଲେ ଅଭିଯୋଗ ଗ୍ରହଣ ହେବ ନାହିଁ)

୪. ଅଭିଯୋଗ ଦାୟର ହେବା ପରେ ଆପଣଙ୍କୁ ଏକ ରେଫରେନ୍ସ ନମ୍ବର ମିଳିବ। ସେହି ନମ୍ବର ଦେଇ ଯେ କୌଣସି ସମୟରେ ଆପଣ ଅଭିଯୋଗର ଷ୍ଟାଟସ୍ (Status) ଦେଖିପାରିବେ।ଅନେକ ଗ୍ରାହକ ଏହି ଅନଲାଇନ୍ ପୋର୍ଟାଲ ବ୍ୟବହାର କରି ଅତିରିକ୍ତ ଚାର୍ଜ ଫେରସ୍ତ ପାଇଛନ୍ତି ଏବଂ ଡିଷ୍ଟ୍ରିବ୍ୟୁଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି। ତେଣୁ ଆଉ ଚୁପ୍‌ ରହି ଅନ୍ୟାୟ ସହିବାକୁ ହେବ ନାହିଁ। ସଚେତନ ରୁହନ୍ତୁ, ଅଭିଯୋଗ କରନ୍ତୁ ଏବଂ ନିଜର ଅଧିକାର ରକ୍ଷା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri