ଆସିଥିଲେ ଦାରିଙ୍ଗବାଡିକୁ ବୁଲି: ବୋଲେରୋରେ ଲାଗିଗଲା ନିଆଁ, ଆଉ ତା’ପରେ…

ଦାରିଙ୍ଗବାଡି, ୧୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ବୁଲିବାକୁ ଆସିଥିବା ଏକ ବୋଲେରୋ ଗାଡି ଇଞ୍ଜିନରେ ନିଆଁ ଲାଗିଯାଇଛି। ଖବରପାଇ ଦାରିଙ୍ଗବାଡି ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥି ସହ ଇକୋ ରିଟ୍ରିଟରେ ଥିବା ସ୍ବତନ୍ତ୍ର ଅଗ୍ନିଶମ ଦଳର ଜଣେ କର୍ମଚାରୀ କାହ୍ନୁ ପାତ୍ର ପହଞ୍ଚି ନିଆଁ ଲିଭାବାରେ ସାହାଯ୍ୟ କରିଥିଲେ। ପ୍ରକାଶ ଯେ, ଭଦ୍ରକ ଚାନ୍ଦବାଲି ଅଞ୍ଚଳରୁ ଏକ ୧୦ ଜଣିଆ ପର୍ଯ୍ୟଟକ ଦଳ ଦାରିଙ୍ଗବାଡି ବୁଲିବାକୁ ଆସିଥିଲେ। ସେମାନେ ସୋମବାରଠାରୁ ବାହାରି ନନ୍‌ ଷ୍ଟପ ଦାରିଙ୍ଗବାଡି ଆସିଥିଲେ। ତେବେ ୫୯ ନଂ ଜାତୀୟ ରାଜପଥର ଶ୍ରାନିକେତା ଗ୍ରାମ ଠାରୁ ମାତ୍ର ଗୋଟିଏ କିମି ଦୂର ଇକୋ ରିଟ୍ରିଟ ନିକଟ ଆମ୍ବଖାଲିଆ ଘାଟିରେ ଗାଡିଟି ଷ୍ଟାର୍ଟ ବନ୍ଦ ହୋଇ ନିଆଁ ହୁତୁ ହୁତୁ ହୋଇ ଜାଳିବା ଆରମ୍ଭ କରିଥିଲା। ଗାଡ଼ିରେ ବସିଥିବା ଚାଳକଙ୍କ ସମେତ ଅନ୍ୟ ୯ ଜଣ ପର୍ଯ୍ୟଟକ ଗାଡିରୁ ଯିଏ ଯେମିତି ପାରିଲା ଡେଇଁ ଓହ୍ଲାଇ ପଡ଼ିଥିଲେ ଏବଂ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। ଏହି ସମୟ ମଧ୍ୟରେ ଇକୋ ରିଟ୍ରିଟରେ ଥିବା ଅଗ୍ନିଶମ ବିଭାଗର କର୍ମଚାରୀ ପ୍ରଥମେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ବେଳେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ପହଞ୍ଚି ଯାଇଥିଲେ ଓ ନିଆଁକୁ ଯଥାଶୀଘ୍ର ଆୟତ୍ତ କରି ଏକ ବଡ଼ ଦୁର୍ଘଟଣାରୁ ଉକ୍ତ ଗାଡିକୁ ସୁରକ୍ଷିତ ଭାବେ ନିଆଁ ଲିଭାଇଥିଲେ। ଗାଡି ଚାଳକ ଦୀପକ ନାଥ କହିଛନ୍ତି ଯେ ସେ କୌଣସି ସ୍ଥାନରେ ବୋଲେରୋକୁ ବିଶ୍ରାମ ଦିଆଯାଇନାହିଁ । ଚାନ୍ଦବାଲିରୁ ଆମେ ସିଧା ଦାରିଙ୍ଗବାଡି ଆସିବା ପରେ ଘାଟିରେ ଗାଡି ଷ୍ଟାର୍ଟ ବନ୍ଦ ହୋଇଯିବା ସହ ନିଆଁ ଲାଗିଥିଲା ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri