ବିପୁଳ ପରିମାଣର ଗଞ୍ଜେଇ ଜବତ: ଏକାବେଳକେ ସ୍ବାମୀଙ୍କ ସହ ୨ ସ୍ତ୍ରୀଙ୍କୁ ମାଡ଼ିବସିଲା ପୋଲିସ…

ପଦ୍ମପୁର ,୮।୫ (ପ୍ରଦୀପ୍ତ ଦାଶ ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜଗଦଳପୁର ଥାନା ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଗତ ୪ଦିନ ତଲେ ନିକଟସ୍ଥ ଝାରବନ୍ଦ ଥାନା ଅଞ୍ଚଳରେ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ବେଳେ ଶନିବାର ନିକଟସ୍ଥ ଜଗଦଲପୁର ପୋଲିସ ଛତିଶଗଡ଼ ଚାଲାଣ ହେଉଥିବା ପ୍ରାୟ ୧୧ କିଲୋ ୨୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ଜଣେ ଯୁବକ ଓ ୨ ଯୁବତୀ ଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଶନିବାର ମାଧ୍ୟନ୍ନ ପ୍ରାୟ ୧:୩୦ ସମୟରେ ଜଗଦଳପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ଦିଗାଲଙ୍କ ନେତୃତ୍ୱରେ ପୋଲିସ ଟିମ ଜଗଦଲପୁର ସାପ୍ତାହିକ ବଜାର ନିକଟରେ ଗୋଟିଏ ଧଳା ରଙ୍ଗର କୁଇଦ କାର (ସିଜି ୦୭ -ବିବି ୦୮୫୨ )କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଏହି ଗାଡିରୁ ବେଆଇନ ଭାବେ ଚାଲାଣ ହେଉଥିବା ଗଞ୍ଜେଇ ଧରାପଡିଥିଲା ।
ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଲେ, ଛତିଶଗଡ଼ ରାଜ୍ୟ ବଲୋଦା ବଜାରର ଶିବ କୁମାର ୟାଦବ ଓ ତାଙ୍କର ଦୁଇ ସ୍ତ୍ରୀ ମନୀଷା ୟାଦବ ଓ ଯୋଗେଶ୍ୱରୀ ୟାଦବ। ସେମାନଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ ଓ ବ୍ୟବହାର ହୋଇଥିବା କାର ଜବତ କରାଯାଇଛି ।
ଏହି ମାମଲାରେ ଜଗଦଳପୁର ଥାନା କେସ ନମ୍ବର ୭୬/୨୦୨୬, ଧାରା ୨୦(b)(ii)(B)/୨୯ NDPS Act ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପଦ୍ମପୁର ଥାନାର ଏସ.ଆଇ (SI) ଅନ୍ତର୍ଯ୍ୟାମୀ ବେହେରା ଏହି ଘଟଣାର ତଦନ୍ତ କରୁଛନ୍ତି। ଅଭିଯୁକ୍ତମାନେ ନିଜର ବ୍ୟକ୍ତିଗତ ଫାଇଦା ପାଇଁ ଏହି ଗଞ୍ଜେଇ ଛତିଶଗଡ଼ର ସରାଇପାଲିକୁ ଚାଲାଣ କରୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୪ ଜୀବନ, ଗାଁରେ ଶୋକାକୁଳ

ଯାଜପୁର,୧୧।୮: ଦୀପାବଳିର ଆଲୋକରେ ସାରା ଦୁନିଆ ଝଲସୁଥିବା ବେଳେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଅଞ୍ଚଳରେ ଘଟିଛି ଏକ ଛାତିଥରା ଘଟଣା। ଏହା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।…

ଦୀପାବଳି ପାଇଁ ଯାଉଥିଲେ ଗାଁକୁ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…

ଦିଗପହଣ୍ଡି,୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମର ମନୋଜ କୁମାର ଗୌଡ଼ ନାମକ ଜଣେ ଯୁବକ ରବିବାର ଏକ ଅଟୋ…

ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ଦୀପାବଳିରେ ଦେଲେ…

ନୂଆଦିଲ୍ଲୀ,୮।୧୧: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ…

ଦୀପାବଳିରେ କୁଡୁମି ସମାଜର ଗୋଠ ପୂଜା, ଧିଙ୍ଗୁଆନ ପର୍ବ

କାଳିଆପାଣି,୮।୧୧: ଦୀପାବଳି ଅବସରରେ କୁଡୁମି ସମାଜର ଗୋଠପୂଜା ଏବଂ ଧିଙ୍ଗୁଆନ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି । କୁଡୁମି ସମାଜ ନିଜ ପାରମ୍ପରିକ ରୀତି ନୀତିକୁ ବିଶ୍ୱାସ…

ମହିଳା କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଲେ କେଏଲ୍‌ ରାହୁଲ, ଚାରିଆଡୁ ପ୍ରଶଂସା

ନୂଆଦିଲ୍ଲୀ,୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବ୍ୟାଟିଂରେ ଚମତ୍କାର କରିବା ସହ ମଇଦାନ ବାହାରେ ନିଜର ମହାନତା ଦେଖାଇଛନ୍ତି ଭାରତୀୟ ୱିକେଟ୍‌କିପର ବ୍ୟାଟର କେଏଲ୍‌ ରାହୁଲ ।…

ମର୍ମନ୍ତୁଦ ଦୁର୍ଘଟଣା: ଦୀପାବଳିରେ ଲିଭିଗଲା ୩ ଜୀବନ

ନୟାଗଡ଼/ଦଶପଲ୍ଲା,୮।୧୧(ଲୋକନାଥ ମିଶ୍ର/ପ୍ରକାଶ ପାଣି): ଆଲୋକର ପର୍ବ ‘ଦୀପାବଳି’ ପାଇଁ ଗାଁରୁ ସହର ସବୁଠି ଉତ୍ସବମୁଖର। ଏହି ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୟାଗଡ଼…

ପେଟବ୍ୟଥା-ବାନ୍ତି….. ଦୀପାବଳିରେ ଗୁପଚୁପ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଲକ୍ଷ୍ନୌ,୮।୧୧: ଦୀପାବଳି ପର୍ବର ଖୁସି ଭିତରେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଖାଦ୍ୟ ବିଷକ୍ରିୟାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ…

ରେଳ ଧାରଣାରେ ଦମ୍ପତିଙ୍କ ଝଗଡ଼ା ନେଲା ୩ ଜୀବନ, ବଞ୍ଚାଇବାକୁ ଯାଇ ଟ୍ରେନ୍‌ ଧକ୍କାରେ…

ଜୟପୁର,୮ା୧୧: ରାଜସ୍ଥାନର ବିକାନେର ଜିଲାରେ ରବିବାର ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଛି । ରେଳ ଧାରଣାରେ ଝଗଡ଼ା କରୁଥିବା ଏକ ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ଟ୍ରେନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?