ଜନ୍ମମାଟିରେ ପହଞ୍ଚିଲା ହ୍ୟୁମାନଙ୍କ ପାର୍ଥିବ ଶରୀର

ବଲାଙ୍ଗିର/ସଇଁତଲା,୧୮।୧୧(ସୁନିଲ ମହାନ୍ତି,ରାଖାଲ ପ୍ରସାଦ ଶତପଥୀ): ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସୋମବାର ପରଲୋକ  ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବାପରେ ସାରା ଓଡ଼ିଶା କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ତାଙ୍କ ମରଶରୀରକୁ ଏକ ଆସୁଲାନ୍ସରେ ନିଜ ଜନ୍ମ ମାଟି ଟିଟିଲାଗଡ଼କୁ ଅଣାଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଥିଲା ।
ହ୍ୟୁମାନଙ୍କ ପୈତୃକ ଗାଁ ସଇଁତଲା ବ୍ଳକ ଅନ୍ତର୍ଗତ ଡ଼େଙ୍ଗ ଗ୍ରାମ। ମଙ୍ଗଳବାର ସକାଳ ପ୍ରାୟ ୧୨ଟା ସମୟରେ ତାଙ୍କ ମରଶରୀର ସଇଁତଲା ପହଞ୍ଚିଥିଲା । ସଇଁତଲା ନବୀନ ଛକରୁ ଏକ ମୋଟରସାଇକେଲ ରାଲିରେ ଶତାଧୁକ ପ୍ରଶଂସକ ଡେଙ୍ଗ ଗ୍ରାମ ପର୍ଯ୍ୟନ୍ତ ଯାଇଥିଲେ । ହ୍ୟୁମାନ  ସାଗର ଅମର ରହେ ନାରାରେ ରାସ୍ତା ପ୍ରକମ୍ପିତ ହୋଇଉଠିଥିଲା। ଡେଙ୍ଗ ଗାଁରେ ପହଞ୍ଚିବା ପରେ ସେଠାରେ ପରିବାର ତଥା ସମ୍ପକୀୟମାନେ ଶେଷ ଦର୍ଶନ କରିଥିଲେ । ହ୍ୟୁମାନଙ୍କ ବାପା ଢ଼େଙ୍ଗ ଗ୍ରାମର ସ୍ଥାୟୀବାସିନ୍ଦା । ଚାକିରି ପାଇବା ପରେ ସେ ଟିଟଲାଗଡ଼ରେ ରହିବା ସହ ସେଠାକାର ବାସିନ୍ଦା ହୋଇଥିଲେ। ତାଙ୍କ ପରିବାର ଟିଟଲାଗଡ଼ରେ ରହୁଥିବାବେଳେ ସମ୍ପକୀୟମାନେ ସଇଁତଲାସ୍ଥିତ ଡ଼େଙ୍ଗ ଗ୍ରାମରେ ବସବାସ କରୁଛନ୍ତ। ସେଠାରୁ ହ୍ୟୁମାନଙ୍କ ପାର୍ଥୀବ ଶରୀରକୁ ଟିଟିଲାଗଡ଼ ନିଆଯାଇଥିଲା । ଡେଙ୍ଗ ସମିତି ସଭ୍ୟ ସିମରନ ସିଂ ଭୋଇ, ସଇଁତଲା ସରପଞ୍ଚ ସୁବ୍ରତ ନାଗ ଓ ବହୁ ବିଶିଷ୍ଟ ବ୍ୟକ୍ତି ହ୍ୟୁମାନଙ୍କ ଶେଷ ଦର୍ଶନ କରିଥିଲେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri