ମଣିପାଲ ହସ୍ପିଟାଲକୁ ଶ୍ରେଷ୍ଠ ମଲ୍ଟି-ସ୍ପେଶିଆଲିଟି ପ୍ରାଇଭେଟ ହସ୍ପିଟାଲ ପୁରସ୍କାର

ଭୁବନେଶ୍ୱର,୧୮।୧୧ (ଅନୁରାଧା ମହାରଣା): ଦି ଉଇକ-ହନ୍ସା ରିସର୍ଚ୍ଚ ସର୍ଭେ ୨୦୨୫: ବେଷ୍ଟ ହସ୍ପିଟାଲ୍‌ସ ଇନ୍‌ ଇଣ୍ଡିଆ ଅନୁସାରେ ଭୁବନେଶ୍ୱରର ଶ୍ରେଷ୍ଠ ମଲ୍ଟି-ସ୍ପେଶିଆଲିଟି ପ୍ରାଇଭେଟ ହସ୍ପିଟାଲ ଭାବେ ମଣିପାଲ ହସ୍ପିଟାଲଙ୍କୁ ସମ୍ମାନିତ କରାଯାଇଛି । ଗତ ୩ ବର୍ଷ ଧରି ମଣିପାଲ ହସ୍‌ପିଟାଲ ଭୁବନେଶ୍ୱର ଏହି ପୁରସ୍କାର ହାସଲ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ଉପସ୍ଥିତିରେ ଦିଲ୍ଲୀ ଲୋକ ସଭା ଏମପି ବନସୁରୀ ସ୍ବରାଜ ପୁରସ୍କାର ପ୍ରଦାନ କରିଥିଲେ । ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ମଣିପାଲ ହସ୍ପିଟାଲ କ୍ଲଷ୍ଟର ଡାଇରେକ୍ଟର ସାଉଥ ଇଷ୍ଟ ଡାକ୍ତର ଶକ୍ତିମୟ ମହାପାତ୍ର, ଡାଇରେକ୍ଟର ଅର୍ଥୋପେଡିକ୍ସ ଡା. ସୁନୀଲ ଦାଶ ଏବଂ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର କନସଲଟାଣ୍ଟ ଡାକ୍ତର ହରପ୍ରୀତ କୌର ଏହି ସମ୍ମାନ ଜନକ ପୁରସ୍କାର ଗ୍ରହଣ କରିଥିଲେ । ଏହି ସମ୍ମାନ ଅବସରରେ ମଣିପାଲ ହସ୍ପିଟାଲ ଚେୟାରମ୍ୟାନ, ଡା. ସୁଦର୍ଶନ ବଲ୍ଲାଲ କହିଥିଲେ, ଏହି ସମ୍ମାନ ଆମ ଡାକ୍ତରଙ୍କ ଅଭିଜ୍ଞତା, ନିଷ୍ଠା ଓ କ୍ଲିନିକାଲ ଉତ୍କର୍ଷରେ ଆଧାରିତ । ଜାତୀୟ ସ୍ତରୀୟ ସ୍ବାସ୍ଥ୍ୟସେବା ପ୍ରଦାନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଡା. ଶକ୍ତିମୟ ମହାପାତ୍ର କହିଥିଲେ, ଆମ ସଫଳତାର ରହସ୍ୟ ହେଉଛି ଅଭିଜ୍ଞ ଡାକ୍ତରୀ ଟିମ୍‌, ଆଧୁନିକ ଜ୍ଞାନ କୌଶଳ ଏବଂ ପ୍ରତ୍ୟେକ ରୋଗୀ ପାଇଁ ଶ୍ରେଷ୍ଠ ଚିକିତ୍ସା ଦେବା ପ୍ରତି ଆମର ନିୟମିତ ଚେଷ୍ଟା ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri