ସମ୍ବଲପୁରୀ ବସ୍ତ୍ରାଳୟରେ ବିଦେଶିନୀ: ରଙ୍ଗଘର ପରିଦର୍ଶନ, କିଣିଲେ ସମ୍ବଲପୁରୀ ବସ୍ତ୍ର

ବରଗଡ଼,୧୨।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରସ୍ଥିତ ସମ୍ବଲପୁରୀ ବସ୍ତ୍ରାଳୟକୁ ବୁଧବାର ବିଦେଶ ଇଂଲଣ୍ଡରୁ ୮ଜଣ ମହିଳା ଆସିଥିଲେ। ସେମାନେ ସମ୍ବଲପୁରୀ ବସ୍ତ୍ରାଳୟର ରଙ୍ଗଘର ପରିଦର୍ଶନ କରି ସୂତାର ରଙ୍ଗ ପ୍ରଣାଳୀ ଦେଖିଥିଲେ । ଏହା ସହିତ ବନ୍ଦେ ମାତରମ୍ ଡିଜାଇନର ଲୁଗା ବୁଣା ହେଉଥିବାର ଅବଲୋକନ କରିଥିଲେ । ଉକ୍ତ ବିଦେଶିନୀ ଦଳକୁ ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ, ସମ୍ପାଦକ, ଓ ଏସ୍ ଡି, ବାଣିଜ୍ୟ ଅଧିକାରୀ ସମିତିର ଲୁଗାର ବୈଶିଷ୍ଟ୍ୟ, ଗୁଣବତ୍ତା ଇତ୍ୟାଦି ତାଙ୍କ ପରିଦର୍ଶନ ସମୟରେ ବିସ୍ତୃତ ଭାବରେ ବୁଝାଇଥିଲେ । ଏହି ବିଷୟରେ ବିଦେଶିନୀମାନେ ଅନୁପ୍ରାଣିତ ହୋଇ ସମ୍ବଲପୁରୀ ଲୁଗା, ଗାର୍ମେଣ୍ଟ୍ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହାପରେ ତାଙ୍କୁ ବରଗଡ଼ସ୍ଥିତ ମେଗା ଶୋ’ ରୁମକୁ ପରିଦର୍ଶନରେ ନିଆ ଯାଇଥିଲା । ସେଠାରେ ସେମାନେ ଲକ୍ଷାଧିକ ଟଙ୍କାର ସମ୍ବଲପୁରୀ ହସ୍ତତନ୍ତ ପୋଷାକ ତଥା ଲୁଗା କିଣିଥିଲେ ଏଵଂ ସମ୍ବଲପୁରୀ ହସ୍ତତନ୍ତ ଲୁଗାକୁ ପ୍ରଶଂସା କରିଥିଲେ । ଉକ୍ତ ପରିଦର୍ଶନ ସମୟରେ ସମିତିର ସଭାପତି ସମ୍ବିତ କୁମାର ଆଚାର୍ଯ୍ୟ ବିଦେଶିନୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଦେଶିନୀଙ୍କ ପରିଦର୍ଶନ ଦ୍ବାରା ସମ୍ବଲପୁରୀ ବସ୍ତ୍ରାଳୟର ଉତ୍ପାଦିତ ବସ୍ତ୍ରର ବିଦେଶରେ ବହୁଳ ଭାବେ ପ୍ରଚାର ପ୍ରସାର ହେବ ବୋଲି ଆଶା କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri