ଟ୍ରାକ୍ଟର ଚପାଇ ୨ ଭାଇଙ୍କୁ ହତ୍ୟା କଲେ ଚୋରି କରିବା ପାଇଁ ଆସିଥିବା ଦୁର୍ବୃତ୍ତ

ଭବାନୀପାଟଣା/ ଧର୍ମଗଡ଼,୧୨।୧୧(ଉତ୍ତମ କୁମାର ଦାଶ/ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅଧୀନ ମେରଘରା ଗ୍ରାମରେ ମଙ୍ଗଳବାର ଦୁଃଖଦ ଘଟଣା ଘଟିଛି। ଟ୍ରାକ୍ଟର ଟ୍ରଲି ଚୋରି ପାଇଁ ଆସିଥିବା ଦୁର୍ବୃତ୍ତମାନେ ୨ଭାଇ ଅଟକାଇବାରୁ ଟ୍ରାକ୍ଟର ଚପାଇ ସେମାନଙ୍କୁ ହତ୍ୟା କରିଛନ୍ତି। ମୃତକ ୨ଭାଇ ହେଲେ ସତ୍ୟମ ଭଏସାଲ (୨୫) ଓ ହରିଶଙ୍କର ଭଏସାଲ (୪୫)। ସତ୍ୟମଙ୍କ ବଡ଼ବାପାଙ୍କ ପୁଅ ହେଉଛନ୍ତି ହରିଶଙ୍କର। ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରୋକୋ କରିଥିଲେ।
ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ୪/୫ ଜଣ ଦୁର୍ବୃତ୍ତ ଏକ ନମ୍ବର ବିହୀନ ଟ୍ରାକ୍ଟର ଧରି ମେରଘରା ଗ୍ରାମକୁ ଟ୍ରଲି ଚୋରି କରିବାକୁ ଯାଇଥିଲେ। ଗ୍ରାମର ଲାଲୁ ଭଏସାଲଙ୍କ ଟ୍ରଲି ନଂ. ଓଡି ୦୮ କ୍ୟୁ ୯୭୫୩ ଖୋଲା ସ୍ଥାନରେ ଥିବାର ଦେଖି ଚୋରି କରିବାକୁ ଉଦ୍ୟମ କରିଥିଲେ। ଦୁର୍ବୃତ୍ତମାନେ ଆଣିଥିବା ଟ୍ରାକ୍ଟରରେ ଟ୍ରଲିକୁ ସଂଯୋଗକରି ଚୋରାଇ ନେଇ ଯାଉଥିବା ସମୟରେ ଲାଲୁଙ୍କ ପୁଅ ସତ୍ୟମ ଓ ପୁତୁରା ହରିଶଙ୍କର ଜାଣିପାରି ସମସ୍ତଙ୍କୁ ଡାକ ପକାଇଥିଲେ। ପାଟିଶୁଣି ଦୁର୍ବୃତ୍ତମାନେ ଟ୍ରାକ୍ଟର ଚଳାଇ ପଳାଇଯାଉଥିଲେ। ୨ଭାଇ ଏକ ବାଇକ୍‌ ନଂ. ଓଡି ୦୮ଏନ୍‌ ୬୫୨୨ରେ ସେମାନଙ୍କ ପିଛା କରିଥିଲେ। ତେବେ ଗାଁଠାରୁ ୩କି.ମି. ଦୂର ତେନ୍ତୁଳିପଡ଼ା ଛକଠାରେ ଦୁର୍ବୃତ୍ତମାନଙ୍କୁ ସେମାନେ ଅଟକାଇବାକୁ ଚେଷ୍ଟା କରିଥିଲେ। ଦୁର୍ବୃତ୍ତମାନେ ଧରାପଡ଼ିଯିବା ଭୟରେ ଉଭୟଙ୍କୁ ଟ୍ରାକ୍ଟର ଚପାଇ ଦେଇ ଟ୍ରଲିକୁ ଛାଡ଼ି ଟ୍ରାକ୍ଟର ନେଇ ପଳାଇଯାଇଥିଲେ। ସ୍ଥାନୀୟ ଲୋକେ ଖବରପାଇ ଘଟଣାସ୍ଥଳରେ ପହଞ୍ଚତ୍ ଗୁରୁତର ଅବସ୍ଥାରେ ଥିବା ୨ଭାଇଙ୍କୁ ଉଦ୍ଧାରକରି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ବୁର୍ଲା ନିଆଯାଉଥିବାବେଳେ କେସିଙ୍ଗା ନିକଟରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କୁ ଟ୍ରାକ୍ଟର ମଡ଼ାଇ ହତ୍ୟା କରାଯାଇଛି ବୋଲି ମଙ୍ଗଳବାର ପରିବାର ଲୋକଙ୍କ ପକ୍ଷରୁ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏ ନେଇ ପୋଲିସ ଏକ ମାମଲା (ନଂ. ୩୨୭/୨୦୨୫) ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ୨ଭାଇଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ୨ ଭାଇଙ୍କ ମୃତଦେହ ରଖି ମଙ୍ଗଳବାର ଅପରାହ୍ନରେ ରାସ୍ତାରୋକୋ କରିଥିଲେ। ୨ଘଣ୍ଟା ଧରି ଧର୍ମଗଡ଼ ଚାରିଛକ ନିକଟ ୧୩୦(ସି) ନଂ. ଜାତୀୟ ରାଜପଥକୁ ଅବରୋଧକରିବା ଫଳରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ଖବରପାଇ ଘଟଣାସ୍ଥଳରେ ଅତିରିକ୍ତ ଜିଲାପାଳ ଅଜୟ ପ୍ରକାଶ ତିର୍କୀ, ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ, ଏସ୍‌ଡିପିଓ ଡୋଳାମାଣି ଭୋଇ ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଉଭୟ ପରିବାରକୁ ରେଡ୍‌କ୍ରସ୍‌, ହରିଶ୍ଚନ୍ଦ୍ର ଯୋଜନା ଓ ସରକାରଙ୍କ ଅନ୍ୟ ଯୋଜନାରେ ନିୟମ ଅନୁଯାୟୀ ସାହାଯ୍ୟ କରାଯିବ ଓ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଲାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଦୁର୍ଘଟଣା ଘଟାଇଥିବା ସ୍ଥାନରେ ପୋଲିସର ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ କରିଥିଲେ। ଟ୍ରାକ୍ଟର ଚାପାରେ ଭାଙ୍ଗିଯାଇଥିବା ବାଇକ୍‌ ଜବତ କରାଯାଇଛି। ତଦନ୍ତ ଶେଷ ହେଲେ ହତ୍ୟା ମାମଲା ରୁଜୁହେବ ବୋଲି ଏସ୍‌ଡିପିଓ ଡୋଳାମଣି ଭୋଇ କହିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri