ଅଟୋ ଚାଳକଙ୍କୁ ୫୨ହଜାର ଜରିମାନା, ୮ ନିୟମ ଭାଙ୍ଗିଥିଲେ

ଭୁବନେଶ୍ୱର, ୪।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଟୋ ଚାଳକଙ୍କ ଉପରେ ଲାଗିଛି ୫୨ହଜାର ଟଙ୍କାର ଜରିମାନା। ଚାଳକଜଣଙ୍କ ହେଲେ ହରିବନ୍ଧୁ କହଁର। ସେ ସ୍ଥାନୀୟ ବଡ଼ଗଡ଼ ଅଞ୍ଚଳରେ ରହୁଥିବା ବେଳେ ଘର ନୟାଗଡ଼ ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ବୁଧବାର ଆଚାର୍ଯ୍ୟ ବିହାର ଛକରେ ଚେକିଂ ଚାଲିଥିଲା। ଏହି ସମୟରେ ହରିବନ୍ଧୁ ପୋଲିସ ହାତରେ ଧରା ପଡ଼ିଥିଲେ। ପ୍ରଥମେ ଟ୍ରାଫିକ ନିୟମ ଭାଙ୍ଗି ଥିବାରୁ ତାଙ୍କୁ ୫୦୦ ଟଙ୍କା ଫାଇନ୍‌ କରାଯାଇଥିଲା। ପରେ ମଦ ପିଇ ଗାଡ଼ି ଚଳାଉଥିବାରୁ ୧୦ହଜାର ଟଙ୍କା, ବୈଧ ଡ୍ରାଇଭିଂ ଲାଇସେନ୍ସ ନ ଥାଇ ଗାଡ଼ି ଚଳାଉଥିବାରୁ ୫ହଜାର, ଅନଧିକୃତ ଭାବେ ଗାଡ଼ି ଚଳାଉଥିବାରୁ ୫ହଜାର, ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ୧୦ହଜାର, ବିନା ରେଜିଷ୍ଟ୍ରେଶନରେ ଗାଡ଼ି ଚଳାଉଥିବାରୁ ୫ହଜାର, ବିନା ପରମିଟ୍‌ରେ ବୁଲୁଥିବାରୁ ୧୦ହଜାର, ଇନ୍‌ସୁରାନ୍ସ ନ ଥିବାରୁ ୨ହଜାର ଟଙ୍କା ଜରିମାନା କରାଯାଇଥିଲା। ତେବେ ଆର୍‌ଟିଓ ଅଫିସରୁ ୪୭ହଜାର ୫ଶହ ଟଙ୍କା ଫାଇନ୍‌ କଟାଯାଇଥିବା ବେଳେ ପୋଲିସ ପକ୍ଷରୁ ୫ହଜାର ଟଙ୍କା ଜରିମାନା କରାଯାଇ ମୋଟ ୫୨ହଜାର ୫ଶହ ଟଙ୍କାର ଚାଲାଣ କଟାଯାଇଛି। ସେ ଏହା ପୈଠ ନକଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ପ୍ରକାଶଯୋଗ୍ୟ, ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସାରା ଦେଶରେ ଏହାକୁ କଡ଼ାକଡ଼ି ପାଳନ କରାଯାଉଛି। ଗଣେଶ ପୂଜା ଓ ନୂଆଖାଇରେ ଜରିମାନା ଆଦାୟକୁ ବନ୍ଦ ରଖାଯାଇଥିବାବେଳେ ବୁଧବାର ପୁଣି କମିଶନରେଟ ପୋଲିସ ଚେକିଂ ଜୋରଦାର କରିଛି। ଗାଡ଼ି ଚାଳକଙ୍କ ହେଲମେଟ୍‌ ସମେତ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେଶନ, ଇନ୍‌ସୁରାନ୍ସ ଆଦିର ଚେକିଂକୁ ବ୍ୟାପକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri