ବିଜୟ ପାଇଁ ପ୍ରମୁଖ ଦଳର କସରତ

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ ଜୋର ଧରୁଛି। କିଏ ବିଜୟୀ ହେବ, କାହାକୁ କେତେ ଭୋଟ ମିଳିବ ଏସବୁ କଥା ଚା’ ଖଟିଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି। ଏହି ଆସନ ପାଇଁ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ସମୁଦାୟ ୧୪ ଜଣ ନିର୍ବାଚନ ଲଢ଼ୁଛନ୍ତି।
ନୂଆପଡ଼ାକୁ ବିଜେଡିର ଗଡ଼ କୁହାଯାଇଥାଏ। ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଜୟ ଢୋଲକିଆ ଭାଜପାର ପ୍ରାର୍ଥୀ ହୋଇଛନ୍ତି। ଏହାପରେ ଏଠାରେ ରାଜନୀତି ଦୃଶ୍ୟପଟ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ବିଜେଡି ଏଠାକାର ନେତାଙ୍କ ଉପରେ ଭରସା ନ କରି ପୂର୍ବତନ ମନ୍ତ୍ରୀ ତଥା ଦଳର ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି। ଗତ ନିର୍ବାଚନରେ କଂଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ହୋଇ ସ୍ବାଧୀନ ଭାବେ ଲଢି ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଘାସିରାମ ମାଝୀ ଏବେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି। ତିନି ଦଳ ଏବେ ବିଜୟୀ ହେବା ପାଇଁ କସରତ କରୁଛନ୍ତି।
୨୦୨୪ ସାଧାରଣ ନିର୍ବାଚନକୁ ଦେଖିଲେ ଏଠାରେ ବିଜେଡିରୁ ରାଜେନ୍ଦ୍ର ଢୋଲକିଆ, ଭାଜପାରୁ ଅଭିନନ୍ଦନ ପଣ୍ଡା, କଂଗ୍ରେସରୁ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ସ୍ବାଧୀନ ଭାବେ ନିର୍ବାଚନ ଲଢିଥିଲେ। ଏହି ନିର୍ବାଚନମଣ୍ଡଳୀରେ ସମୁଦାୟ ୨,୫୪,୪୯୭ ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ୧,୨୪,୫୪୪ ଜଣ ପୁରୁଷ, ୧,୨୯,୯୩୨ ଜଣ ମହିଳା ଓ ୨୧ ଜଣ ତୃତୀୟ ଲିଙ୍ଗୀ ମତଦାତା ଅଟନ୍ତି। ଗତ ନିର୍ବାଚନରେ ବିଜେଡିର ରାଜେନ୍ଦ୍ର ଢୋଲକିଆ ୬୧,୮୨୨ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ ୫୦,୯୪୧ ଭୋଟ ପାଇ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ଭାଜପାର ଅଭିନନ୍ଦନ ପଣ୍ଡା ୪୪,୮୧୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। କଂଗ୍ରେସର ଶରତ ପଟ୍ଟନାୟକ ୧୫,୫୦୧ଖଣ୍ଡ ଭୋଟ ପାଇଥିଲେ। ରାଜେନ୍ଦ୍ର ଢୋଲକିଆ ପ୍ରାୟ ୧୦,୮୮୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।
ନୂଆପଡ଼ା ନିର୍ବାଚନମଣ୍ଡଳୀ ୨ ବ୍ଲକ ନୂଆପଡ଼ା ଓ କୋମନା ଏବଂ ଦୁଇଟି ଏନ୍‌ଏସି ନୂଆପଡ଼ା ଓ ଖରିଆର ରୋଡ୍‌କୁ ନେଇ ଗଠିତ। ନୂଆପଡ଼ା ବ୍ଲକରେ ୩୧ ପଞ୍ଚାୟତ ଓ କୋମନା ବ୍ଲକରେ ୩୨ ପଞ୍ଚାୟତ ରହିଛି। ସେହିପରି ନୂଆପଡ଼ା ଏନ୍‌ଏସିରେ ୧୪ ୱାର୍ଡ ଓ ଖରିଆର ରୋଡ୍‌ ଏନ୍‌ଏସିରେ ୧୯ ୱାର୍ଡ ରହିଛି।
ଏହି ଉପନିର୍ବାଚନରେ ସ୍ଥିତି ଏକପ୍ରକାର ଅଲଗା ରହିଛି। ଗତ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଥିବାବେଳେ ଏବେ କିନ୍ତୁ ଭାଜପା ସରକାର ରହିଛି। ଅପରପକ୍ଷେ ଜୟ ଢୋଲକିଆ ଭାଜପାକୁ ଗଲା ପରେ ରାଜେନ୍ଦ୍ର ଢୋଲକିଆଙ୍କ ଅନେକ ସମର୍ଥକ ମଧ୍ୟ ଭାଜପାକୁ ଯାଇଛନ୍ତି। ପ୍ରାୟ ଅଧିକାଂଶ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ମଧ୍ୟ ବିଜେଡିରୁ ଭାଜପାକୁ ଯାଇଛନ୍ତି। ସେତେବେଳେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବା ଅନେକେ ଏବେ ଭାଜପାକୁ ସମର୍ଥନ କରି ପ୍ରଚାର କରୁଛନ୍ତି। ସହାନୁଭୂତି ପାଇବା ପାଇଁ ପ୍ରଚାର ବେଳେ ଉଭୟ ଭାଜପା ଓ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ଫଟୋକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ଉଭୟ ଦଳ ମଧ୍ୟରେ ତୁ ତୁ ମେ ମେ ଭଳି ପରିସ୍ଥିତି ଦେଖାଦେଇଥିଲା। ତିନି ଦଳର ହେଭିୱେଟ ନେତା ପ୍ରଚାର କରି ମତଦାତାଙ୍କୁ ନିଜ ସପକ୍ଷରେ ନେବାକୁ ପ୍ରୟାସ କରୁଛନ୍ତି।
ସାଧାରଣ ଲୋକଙ୍କୁ କିନ୍ତୁ ଭିନ୍ନ ମେସେଜ ଯାଇଛି। କେହି କେହି ଜୟଙ୍କ ଦଳବଦଳକୁ ଗ୍ରହଣ କରିପାରୁ ନାହାନ୍ତି। ସେହିପରି ବରଗଡ଼ ଜିଲା ଅତାବିରାରୁ ଆସି ଏଠାରେ ବିଜେଡିର ପ୍ରାର୍ଥୀ ହୋଇଥିବା ସ୍ନେହାଙ୍ଗିନୀ ଛୁରିଆଙ୍କୁ ମଧ୍ୟ ବାହାରିଆ ବୋଲି କହୁଛନ୍ତି। ଏହାସହିତ ଗତ ନିର୍ବାଚନରେ ଘାସିରାମଙ୍କୁ ଆଦିବାସୀ ସଂଘ ସମର୍ଥନ ଦେଇଥିବା ବେଳେ ଏବେ କିନ୍ତୁ ଉକ୍ତ ସଂଘ ଭାଗ ଭାଗ ହୋଇଥିବା କୁହାଯାଉଛି। ମାତ୍ର କଂଗ୍ରେସ ପ୍ରାର୍ଥୀ ଘାସିରାମ ଆଦିବାସୀମାନେ ତାଙ୍କୁ ସମର୍ଥନ ଦେବେ ବୋଲି କହିଛନ୍ତି। ଏସବୁ ଭିତରେ ନୂଆପଡ଼ାରେ ଏବେ ସାରା ରାଜ୍ୟର ନେତା ଆସି ଭୋଟରଙ୍କୁ ଭିନ୍ନ ଢଙ୍ଗରେ ପ୍ରଭାବିତ କରୁଥିବା ଦେଖିବାକୁ ମିଳୁଛି। ବିପୁଳ ଟଙ୍କା ଖର୍ଚ୍ଚ କରି ସବୁ ଦଳ ସଭାସମିତି ଓ ରୋଡ୍‌ ଶୋ’ କରି ଲୋକଙ୍କୁ ଏକାଠି କରାଉଛନ୍ତି। ସବୁଠି ଭୋଜି ଭାତ ଆୟୋଜନ ହେଉଛି। ଏହାସହିତ ସଭାସମିତି ଓ ରାଲିକୁ ଆସିବା ପାଇଁ ଜଣପିଛା ୨ ଶହରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ଦେଉଛନ୍ତି। ଏସବୁ ଭିତରେ ଭୋଟର କିନ୍ତୁ ଚାଲାକ ହୋଇଯାଇଛନ୍ତି। କୁଆଡେ ଜଣପିଛା ଏକ ହଜାରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦିଆଯିବ ବୋଲି ଚର୍ଚ୍ଚା ହେଉଥିବାରୁ ଭୋଟରମାନେ ନିଜକୁ କୌଣସି ଗୋଟିଏ ଦଳର ବୋଲି କହୁନାହାନ୍ତି। ସାଧାରଣରେ ଏବେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ୱିତା ହୋଇପାରେ ବୋଲି ଆଲୋଚନା ହେଉଛି। କେହି ଭାଜପା ସପକ୍ଷରେ ମତଦାନ ହୋଇପାରେ ବୋଲି ଆକଳନ କରୁଥିବା ବେଳେ ଆଉ କେହି ନବୀନଙ୍କ ଲୋକପ୍ରିୟତା ଯୋଗୁ ବିଜେଡି ବାଜିମାତ କରିପାରେ ବୋଲି କହୁଛନ୍ତି। ଷଷ୍ଠ ଥର ପାଇଁ ନିର୍ବାଚନ ଲଢ଼ୁଥିବା କଂଗ୍ରେସର ଘାସିରାମ ବି କୌଣସି ପରିସ୍ଥିତିରେ ବିଜୟ ହାସଲ କରିପାରନ୍ତି ବୋଲି କେତେଜଣ ଚର୍ଚ୍ଚା କରୁଛନ୍ତି। ଆଗାମୀ ୧୧ତାରିଖରେ ମତଦାନ ହେବ। ଏଥିପାଇଁ ସମୁଦାୟ ୩୫୮ ବୁଥ୍‌ କରାଯାଇଛି। ନୂଆପଡ଼ା ଏନ୍‌ଏସିରେ ୧୭, ଖରିଆର ରୋଡ୍‌ ଏନ୍‌ଏସିରେ ୧୯, ନୂଆପଡ଼ା ବ୍ଲକରେ ୧୫୭ ଓ କୋମନା ବ୍ଲକ ପାଇଁ ୧୬୫ ବୁଥ୍‌ କରାଯାଇଛି। ନିର୍ବାଚନ ଫଳାଫଳ ଆସନ୍ତା ୧୪ରେ ପ୍ରକାଶ ପାଇବ। ସେତେବେଳେ ଜଣାପଡ଼ିବ ନୂଆପଡାବାସୀ କାହା ମୁଣ୍ଡରେ ସୁନାକଳସ ଢାଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

‘ଯଦି କିଛି ହେବ ତେବେ ସମ୍ପୂର୍ଣ୍ଣ ଇରାନକୁ ଉଡାଇଦେବି’, କାହିଁକି ଏମିତି ଧମକ ଦେଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ମୃତ୍ୟୁ ଧମକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ‘ଯଦି କିଛି ହୁଏ...

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri