ମୃତ ଓଡ଼ିଆ ଯୁବତୀଙ୍କ ପରିବାରକୁ ୬ ଲକ୍ଷ ସହାୟତା

ଭୁବନେଶ୍ୱର,୨ା୧୧: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା କାସିବୁଗା ସହରରେ ଥିବା ଭେଙ୍କଟେଶ୍ୱର ମନ୍ଦିରରେରେ ଦଳାଚକଟା ଘଟି ଓଡ଼ିଆ ଯୁବତୀ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜରଡା ଥାନା ଅନ୍ତର୍ଗତ ଗୁଡ଼ିପଦର ଗ୍ରାମର ରାଙ୍ଗଲା ରୂପା(୧୯)ଙ୍କ ମୃତ୍ୟୁ ଘଟିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଜାଣିବା ପରେ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏପରିକି ମୃତ ଯୁବତୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ସୂଚନା ଯୋଗ୍ୟ, ଦଳାଚକଟା ଘଟଣାରେ ଓଡ଼ିଆ ଯୁବତୀଙ୍କ ସମେତ ୯ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ୮ ମହିଳା ଓ ଜଣେ ୧୨ ବର୍ଷର ବାଳକ ବୋଲି ଜଣାପଡିଛି।

ମିନି ତିରୁପତି ମନ୍ଦିର ନାମରେ ପରିଚିତ ନବନିର୍ମିତ ଭେଙ୍କଟେଶ୍ୱର ମନ୍ଦିର ମାତ୍ର ୪ ମାସ ହେଲା ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଥିଲା। ଏଥିରେ ପ୍ରବେଶ ଓ ପ୍ରସ୍ଥାନ ପଥ ଗୋଟିଏ ରହିଛି। ଶନିବାର ଏକାଦଶୀ ଥିବାରୁ ପ୍ରବଳ ଭିଡ଼ ହୋଇଥିଲା। ପାହାଚ ପାଖରେ ଏକ ଲୁହା ଗ୍ରିଲ୍‌ ଭୁଶୁଡ଼ି ପଡ଼ିବାରୁ କିଛି ଗୋଟାଏ ଖସିପଡ଼ିବ ଭାବି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଓ କେତେଜଣ ଲୋକ ୬ ଫୁଟ୍‌ ତଳକୁ ଖସିପଡ଼ିଥିଲେ। ଜଣକ ଉପରେ ଅନ୍ୟ ଜଣେ ପଡ଼ିଯିବାରୁ ଦଳାଚକଟା ଘଟିଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଦଳାଚକଟା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଘଟଣା ପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଡିଓଙ୍କୁ ଶକ୍ତ ଚାପୁଡା ମାରିଥିଲେ ହେମନାଥ, ବାନ୍ଧିଲା ପୋଲିସ

ନୂଆପଡ଼ା,୨୦ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା ସଦର ବ୍ଲକ ବିଡିଓ ରୋହିତ ଭୋଇଙ୍କୁ ସୋମବାର ଜଣେ ଯୁବକ ମାଡ଼ ମାରିଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଏ...

ଶନିଙ୍କ ଗୋଚର ପରେ ଖୋଲିବ ୩ ରାଶିର ଭାଗ୍ୟ, ମିଳିପାରେ ଚାକିରି

ଆଜି ମଙ୍ଗଳବାର, ମାଘ ମାସର ଶୁକ୍ଳ ପକ୍ଷର ଦ୍ୱିତୀୟ ଦିନ। ଦ୍ୱିତୀୟ ତିଥି  ସକାଳ ୨ଟା୪୩ ପର୍ଯ୍ୟନ୍ତ ରହିବ। ସିଦ୍ଧି ଯୋଗ ରାତି ୮ଟା୦୧ ପର୍ଯ୍ୟନ୍ତ...

ବାବୁଙ୍କ ଦକ୍ଷତା ମାପିବେ ସରକାର: ତହସିଲଦାରଙ୍କ ପାଇଁ ଆସିବ ର଼୍ୟାଙ୍କିଙ୍ଗ ବ୍ୟବସ୍ଥା

ଭୁବନେଶ୍ୱର,୨୦।୧ (ରବିନାରାୟଣ ଜେନା):ରାଜ୍ୟବାସୀଙ୍କୁ କିଭଳି ହାତ ପାଆନ୍ତାରେ ରାଜସ୍ବ ସେବା ମିଳିବ ତାକୁ ନେଇ ଗତ ୧୮ମାସ ମଧ୍ୟରେ ରାଜସ୍ବ ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟସୀମା...

କଳଙ୍କ, କନ୍ଦଳରୁ କେବେ ମୁକୁଳିବ କଂଗ୍ରେସ

ଭୁବନେଶ୍ୱର, ୨୦|୧ (ରବିନାରାୟଣ ଜେନା):  ରାଜ୍ୟରେ ଗୋଟିଏ ପରେ ଗୋଟିଏ ସାଧାରଣ ନିର୍ବାଚନ, ରାଜ୍ୟ ସଭା ନିର୍ବାଚନ, ଉପନିର୍ବାଚନ ଓ ଅନ୍ୟାନ୍ୟ ନିର୍ବାଚନ ଯାଉଛି ଏବଂ...

ବଢୁଛି ପାରଦ କମୁଛି ଶୀତ, ୨୪ ପର୍ଯ୍ୟନ୍ତ କୁହୁଡ଼ି

ଭୁବନେଶ୍ୱର,  ୨୦|୧  (ବନ୍ଦନା ସେଠୀ): ରାଜ୍ୟରେ ଏବେ ଋତୁ ବଦଳୁଛି । ରାତିରେ ଶୀତ କମିଥିବାବେଳେ ଦିନରେ ଖରାତାତି ବଢ଼ୁଛି । ତେବେ ଭୋର୍‌ ସମୟରେ...

ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪୦ ଦୋକାନ ଘର ପୋଡି ଧ୍ବଂସ

ଭୁବନେଶ୍ବର, ୨୦|୧ : ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ହାଟ । ପ୍ରାୟ...

ମୁହାଁମୁହିଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା-ସମୀର ଦାସ, ଗୋଷ୍ଠୀ କନ୍ଦଳ ଜୋରଦାର

ନିମାପଡ଼ା, ୧୯।୧: ପୁରୀ ଜିଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପାର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୂର୍ବତନ...

ରାସ୍ତା ନିର୍ମାଣ ଦାବିରେ ଶିକ୍ଷକଙ୍କ ଆମରଣ ଅନଶନ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତରେ ଦୀର୍ଘ ଦିନରୁ ପଡ଼ି ରହିଥିବା ଅଧାପନ୍ତରିଆ ରାସ୍ତା କାମକୁ ନେଇ ଅସନ୍ତୋଷ ତେଜିଛି। ଛେଦାଭୂମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri