ନୂଆପଡ଼ା ଉପନିର୍ବାଚନ: ‘ସହାନୁଭୂତି’ର ଆୟୁଧରେ ଲଢ଼େଇ

ନୂଆପଡ଼ା, ୩୧ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ନୂଆପଡା ଉପନିର୍ବାଚନ ଜିଣିବାକୁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି। ପ୍ରମୁଖ ଦଳର ପ୍ରାର୍ଥୀ ଓ ହେଭିୱେଟ ନେତାମାନେ ନୂଆପଡାର ପ୍ରତି ପଞ୍ଚାୟତ ଓ ଗାଁ ଗାଁରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ପ୍ରାୟ ପ୍ରତିଦିନ ସକାଳୁ ନୂଆପଡା ଜିଲା ସଦର ମହକୁମା ଓ ଖରିଆର ରୋଡ୍‌ ଭଳି ସହରାଞ୍ଚଳର ଚା’ ଖଟିରେ ନେତା, ମନ୍ତ୍ରୀମାନେ କର୍ମୀଙ୍କ ଗହଣରେ ଆଲୋଚନା କରି ନିର୍ବାଚନୀ ପରିବେଶକୁ ଉଷ୍ମ କରୁଛନ୍ତି। ହେଲେ ସେଠାକାର ଆଲୋଚନା ଓ ନିର୍ବାଚନୀ ସଭାମାନଙ୍କରୁ ଚଳିତ ଉପନିର୍ବାଚନଟି ପ୍ରସଙ୍ଗବିହୀନ ପ୍ରତୀୟମାନ ହେଉଛି। ପ୍ରାୟ ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତାମାନେ ସେମାନଙ୍କ ଭାଷଣରେ ‘ନୂଆପଡାର ବିକାଶ’ ପ୍ରମୁଖ ପ୍ରସଙ୍ଗ ବୋଲି କହୁଥିଲେ ମଧ୍ୟ ପଛୁଆ ଜିଲା ନୂଆପଡାର ବିକାଶର ରୂପରେଖ ବାସ୍ତବରେ କ’ଣ ହେବ ତାହା ବ୍ୟାଖ୍ୟା କରୁନାହାନ୍ତି। ଦାଦନ ଶ୍ରମିକ ସମସ୍ୟା, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ନିଯୁକ୍ତି, ରୋଜଗାର ଓ ଆଦିବାସୀଙ୍କ ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି ଉପରଠଉରିଆ ଭାବେ କହି ଦେଉଛନ୍ତି। ବାସ୍ତବରେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନିର୍ବାଚନୀ ସଭାର ଭାଷଣକୁ ବିଶ୍ଳେଷଣ କଲେ କେବଳ, ‘ସହାନୁଭୂତି’କୁ ପାଥେୟ କରି ପ୍ରାର୍ଥୀମାନେ ନିର୍ବାଚନୀ ବୈତରଣୀ ପାରି ହେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ତାଙ୍କ ଦିବଂଗତ ପିତା ରାଜେନ୍ଦ୍ର ଢୋଲକିଆଙ୍କ ଲୋକପ୍ରିୟତା, ସେବାକାର୍ଯ୍ୟ ତଥା ଭାଜପାର ଡବଲ ଇଞ୍ଜିନ ସରକାରଙ୍କ ବିକାଶ କଥା କହି ଭୋଟ ଭିକ୍ଷା କରୁଛନ୍ତି। ରାଜେନ୍ଦ୍ର କିଭଳି ନୂଆପଡାର ସାଧାରଣ ଲୋକଙ୍କ ସୁଖଦୁଃଖରେ ସହଭାଗୀ ହେଉଥିଲେ, କିଭଳି ଲୋକଙ୍କ ସାଧାରଣ ବିବାହ, ବ୍ରତ, ଶ୍ରାଦ୍ଧ କାର୍ଯ୍ୟରେ ଯୋଡି ହେଉଥିଲେ, କେହି ରୋଗରେ ପଡିଲେ କିମ୍ବା କାହାର ଶିକ୍ଷା ଅଟକିଲେ ସହାୟତା ଯୋଗାଇ ଦେଉଥିଲେ ସେ କଥା କହି ସହାନୁଭୂତିର ବାତାବାରଣ ସୃଷ୍ଟି କରି ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି। ଜୟ ଢୋଲକିଆ କି ଭାଜପା ନେତାମାନଙ୍କ ପାଖରେ ନୂଆପଡା ଠୋସ୍‌ ବିକାଶ ପାଇଁ କିଛି ଯୋଜନା ଥିବା ଭଳି ଲୋକେ ଜାଣିପାରୁନାହାନ୍ତି।
ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ତାଙ୍କ ନିର୍ବାଚନୀ ସଭାଗୁଡିକରେ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ, ରାଜେନ୍ଦ୍ର ଢୋଲକିଆଙ୍କ ନାମୋଚ୍ଚାରଣ ଏବଂ ନିଜକୁ ନୂଆପଡାର ଭାଣିଜୀ କହି ସହାନୁଭୂତି ଗୋଟାଇବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ପାଖରେ କିମ୍ବା ବିଜେଡିର ନେତାମାନଙ୍କ ପାଖରେ ବି ନୂଆପଡା ବିକାଶର କିଛିବି ରୂପରେଖ ଥିବା ଭଳି ଜଣାପଡୁନାହିଁ। ସବୁଠୁ ବଡ କଥା ହେଲା ସ୍ନେହାଙ୍ଗିନୀ ବିଜେଡି ସରକାରରେ ମନ୍ତ୍ରୀ ଥିଲାବେଳେ ତାଙ୍କ ମାମୁଘର ନୂଆପଡା ବୋଲି କେବେ ମନେ ପକାଇଥିବା ନୂଆପଡାର ଲୋକେ ସ୍ମରଣ କରିପାରୁନାହାନ୍ତି। ହଠାତ୍‌ ତାଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା ହେବା ପରେ ସେ ମାମୁଘର କଥା ଉଠାଇ ସହାନୁଭୂତିର ଭୋଟ ସାଉଁଟିବାକୁ ଚେଷ୍ଟା କରୁଥିବା ଆଲୋଚନା ହେଉଛି। ବିଶେଷକରି ନିର୍ବାଚନୀ ସଭାରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀମାନେ ତାଙ୍କୁ କଡା ସମାଲୋଚନା କରୁଛନ୍ତି। ସ୍ନେହାଙ୍ଗିନୀ ନୂଆପଡାରୁ କେବେ ବି ପ୍ରାର୍ଥୀ ଆଶାୟୀ ନ ଥିଲେ। ଜୟ ଢ଼ୋଲକିଆଙ୍କୁ ଭାଜପା ପ୍ରାର୍ଥୀ ଘୋଷଣା କରିବା ପରେ ଅଡୁଆରେ ପଡି ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି। ଏହାଛଡା ତାଙ୍କ ପାଖରେ ମଧ୍ୟ ନୂଆପଡାର ବିକାଶ ପ୍ରସଙ୍ଗରେ କିଛି ମଧ୍ୟ ପ୍ରସ୍ତାବ ନ ଥିବା ଲୋକେ ଆଲୋଚନା କରୁଛନ୍ତି।
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ତାଙ୍କର ଅନ୍ୟ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ନୂଆପଡାରେ ଜଣେ ଜଣାଶୁଣା ନେତା ଓ ସଙ୍ଗଠକ ଭାବେ ପରିଚିତ ଥିଲେ ମଧ୍ୟ ସେ କେବଳ ଆଦିବାସୀ କାର୍ଡରେ ସୀମିତ ରହିଥିବା ଆଲୋଚନାର ବିଷୟ ହୋଇଛି। ନୂଆପଡାର ବିକାଶ ପ୍ରସଙ୍ଗକୁ ପାଥେୟ କରି ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିଲେ ମଧ୍ୟ ବିକାଶ ପ୍ରସଙ୍ଗରେ ତାଙ୍କୁ ଭୋଟ ମିଳି ନ ଥିଲା, ବରଂ ଆଦିବାସୀ କାର୍ଡରେ ଏବଂ କଂଗ୍ରେସର ଛଳନାକୁ ନେଇ ତାଙ୍କୁ ୨୦୨୪ରେ ୫୦ ହଜାରରୁ ଊର୍ଦ୍ଧ୍ୱ ଭୋଟ ମିଳିଥିବା ଚର୍ଚ୍ଚା ହେଉଛି। ଏଥର କଂଗ୍ରେସ ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ଅଧିକ ଭୋଟରଙ୍କ ସମର୍ଥନ ମିଳିବ ବୋଲି ଆଶା ରଖିଛନ୍ତି। ଏଭଳି ସ୍ଥିତିରେ ନିଜ ଶୈଳୀରେ ‘ସହାନୁଭୂତି’କୁ ପାଥେୟ କରି ୩ ପ୍ରମୁଖ ଦଳ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଥିବା ଲକ୍ଷ୍ୟ କରାଯାଉଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri