ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ ଗାଁର କମ୍ୟୁନିଟି ଗୃହ ପାଖ ପୋଖରୀକୁ ହୁକ୍ରୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରୁ ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବା ଦେଖି ଘର ଲୋକେ ପୋଖରୀକୁ ଖୋଜିବାକୁ ଯାଇଥିଲେ। ସେଠାରେ ପରିବାରଲୋକେ ତାଙ୍କୁ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ସେତେବେଳକୁ ସନ୍ଧ୍ୟା ହୋଇଯାଇଥିଲା। ଏନେଇ ଥୁଆମୂଳ ରାମପୁର ଥାନାକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜଗି ରହିଛନ୍ତି। ଗୁରୁବାର ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯିବ ବୋଲି ସୂଚନା ମିଳିଛି ।


