ଫୁଲବାଣୀ ଅଫିସ, ୪ା୯-ଦୀର୍ଘ ବର୍ଷଧରି ସରକାରୀ ଚାକିରିରେ ନିଯୁକ୍ତି ନିମନ୍ତେ ବୟସ ସୀମା ୩୨ବର୍ଷ ରହିଛି। ଏହାକୁ ୪୪ ବର୍ଷକୁ ବୃଦ୍ଧି କରିବାକୁ କନ୍ଧମାଳ ଜିଲା ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଦାବି କରାଯାଇଛି। ରାଜ୍ୟରେ ବେକାରୀ, ବେରୋଜଗାରୀ ବଢ଼ିଚାଲିଛି। ଅନ୍ୟପକ୍ଷରେ ଖାଲି ପଡ଼ିଥିବା ପଦବୀ ପୂରଣ ଓ ନୂତନ ପଦବୀ ସୃଷ୍ଟି କରାଯାଉନାହିଁ। ଅନେକ ଯୁବତୀଯୁବକ ୩୨ବର୍ଷ ଅତିକ୍ରାନ୍ତ କରିସାରିଲେଣି। ବିଜେଡି ଓ ଭାଜପା ଶାସନରେ ବୟସ ସୀମା ବୃଦ୍ଧି ନେଇ ବିଭିନ୍ନ ସ୍ତରରୁ ବାରମ୍ବାର ଦାବି ହୋଇ ଆସୁଛି। ଏ ନେଇ ବିଧାନସଭାରେ ବହୁବାର ଆଲୋଚନା ହୋଇଛି। ପ୍ରାକ୍ତନ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ଏବଂ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବୟସ ବୃଦ୍ଧି କରିବାକୁ ସରକାର ବିଚାର କରୁଛନ୍ତି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନିକଟରେ ବିଧାନସଭାରେ ଶୂନ୍ୟକାଳରେ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏବଂ ତାରା ପ୍ରସାଦ ବାହିନୀପତି ସାଧାରଣବର୍ଗଙ୍କ ପାଇଁ ନିର୍ଦ୍ଧାରିତ ବୟସସୀମା ୩୨ବର୍ଷରୁ ୪୪ବର୍ଷକୁ ବୃଦ୍ଧି ପ୍ରସଙ୍ଗକୁ ଗୃହରେ ଉତ୍ଥାପନ କରିଥିଲେ। ଗୋଆରେ ୪୫, ଆସାମରେ ୪୪, ତେଲେଙ୍ଗାନାରେ ୪୪, ଆନ୍ଧ୍ରରେ ୪୨, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ସରକାରୀ ଚାକିରି ନିମନ୍ତେ ୪୦ ବର୍ଷ ବୟସ ସୀମା ରହିଛି ବୋଲି ଗୃହକୁ ଅବଗତ କରିଥିଲେ। ବୟସସୀମା ବୃଦ୍ଧି ଦ୍ୱାରା ଆଦିବାସୀ, ଦଳିତ ଓ ଓବିସି ମଧ୍ୟ ଉପକୃତ ହେବେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହାର ପୁନଃବିଚାର କରି ୪୪ବର୍ଷକୁ ବୟସୀମା ବୃଦ୍ଧି କରିବାକୁ କନ୍ଧମାଳ ଜିଲା ବରିଷ୍ଠ ନାଗରିକ ସମାଜ ଉପ ସଭାପତି ସୁରେଶ ପଟ୍ଟନାୟକ, ବିଶ୍ୱନାଥ ବଗର୍ତୀ, କାଶୀନାଥ ମହାରଣା, ବେଣୁ ପ୍ରଧାନ, ବିନୋଦିନୀ ପଟ୍ଟନାୟକ, ରଘୁନାଥ ଗୌଡ, ରମେଶ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଘଟାଳ, କପ୍ତାନ ବଗର୍ତ୍ତୀ ପ୍ରମୁଖ ପ୍ରେସ୍ ବିଜ୍ଞପ୍ତିରେ ଦାବି କରଛନ୍ତି।
Posted inଆମ ଜିଲା ଖବର, କନ୍ଧମାଳ View All
ପ୍ରସବ କରାଇବାକୁ ଆସି ଫସିଗଲେ ନାବାଳିକା: ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ
ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...
‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’
ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...
ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ
ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...
ଛତୁଆ ବିଲ୍ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ
ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...
ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …
ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...
ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ
ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...
ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍, ଆଉ ତା’ ପରେ…
ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...
୬ ଫୁଟ୍ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼
ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...
Archives


