ସୁଭଦ୍ରା ନାଁରେ ମହିଳାଙ୍କୁ ଭ୍ରମିତ: ୨୭ ଟଙ୍କାରେ ମିଳୁନାହିଁ କ୍ଷୀର ପ୍ୟାକେଟ

ନୂଆପଡ଼ା,୨୯।୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ଭାଜପା ଜିଲା କାର୍ଯ୍ୟାଳୟଠାରେ ଆୟୋଜିତ ସୁଭଦ୍ରା ଶକ୍ତି ସମାବେଶରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିର୍ବାଚନ ପ୍ରଚାର କରିଛନ୍ତି। ଏହା ଦ୍ୱାରା ସେ ଖୋଲାଖୋଲି ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି ମଙ୍ଗଳବାର ନୂଆପଡ଼ା ଖୁଣ୍ଟିଆ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି। ସେ ଆହୁରି କହିଥିଲେ, ସୁଭଦ୍ରା ଯୋଜନା ନାମରେ ଭୋଟ ହାତେଇବା ପାଇଁ ଭାଜପା ଲୋକଙ୍କୁ ଭ୍ରମିତ କରୁଛି। ୨୦୨୪ ନିର୍ବାଚନ ସମୟରେ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବୁ ବୋଲି କହିଥିଲେ। ସେଇଟା ଏବେ ବର୍ଷକୁ ଦୁଇ କିସ୍ତିରେ ୫ ହଜାର ଲେଖାଏ ୧୦ ହଜାର ଟଙ୍କା ଦେବେ ବୋଲି କହୁଛନ୍ତି। ଅର୍ଥାତ୍‌ ଜଣ ପିଛା ଦିନକୁ ୨୭ ଟଙ୍କା ପଡିଲା। ୨୭ ଟଙ୍କାରେ କ୍ଷୀର ଗୋଟିଏ ପ୍ୟାକେଟ ମିଳୁନାହିଁ। ମହିଳାମାନେ ସ୍ବାବଲମ୍ବୀ ହେବେ କୁଆଡୁ। ଡବଲ ଇଞ୍ଜିନ ସରକାରଠାରେ ଟଙ୍କା ନାହିଁ। ୫୦ ହଜାର ଟଙ୍କା ଦେଇ ନ ପାରି କୋଉଠୁ ଋଣ ଆଣି ୧୦ ହଜାର ଟଙ୍କା ଧରାଇ ଦେଉଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବଞ୍ଚତ୍ତ କରୁଛନ୍ତି। ଯେଉଁ ଛାତ୍ରୀ ୧୮ହଜାର ଟଙ୍କା ଶିକ୍ଷାବୃତ୍ତି ପାଉଛନ୍ତି ସେମାନଙ୍କ ସୁଭଦ୍ରା ଯୋଜନା କାଟି ଦେଇଛନ୍ତି। ଦିଲ୍ଲୀରେ ଭାଜପା ସରକାର ମହିଳାମାନଙ୍କୁ ମାସିକ ୨୫ ଶହ ଟଙ୍କା ଦେଉଥିବା ବେଳେ ମହାରାଷ୍ଟ୍ରରେ ଦୁଇଟି ଯୋଜନାରେ ୧୩ ହଜାର ଟଙ୍କା, ଝାଡ଼ଖଣ୍ଡରେ ୨୫ ଶହ ଟଙ୍କା, ଆନ୍ଧ୍ରପ୍ରଦେଶରେ ୧୨୫୦ ଟଙ୍କା, ତାମିଲନାଡୁରେ ହଜାରେ, ଆସାମରେ ୧୨ ଶହ ୫୦ ଟଙ୍କା ଓ ଛତିଶଗଡ ରାଜ୍ୟରେ ହଜାରେ ଓ ଝିଅ ଜନ୍ମ ହେଲେ ତାଙ୍କ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା ହୋଇଯାଉଛି। ଓଡ଼ିଶାର ମହିଳାମାନଙ୍କୁ ହଜାରେ ଟଙ୍କା ଦେଇ ନ ପାରି ମାସକୁ ୮୩୩ ଟଙ୍କା ଦେଉଛନ୍ତି ବୋଲି ସୋନାଲି କହିଛନ୍ତି। ଖବରଦାତା ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମୁଖପାତ୍ର ଡ. ମୋନାଲିସା ଦାସ ପଟ୍ଟନାୟକ, ଓବିସି ସେଲ୍‌ ରାଜ୍ୟ ସଭାପତି ଅନାଦି ସାହୁ, ନୂଆପଡା ମିଡିଆ ସଂଯୋଜକ ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri