ଦୁବାଇ,୨୮ା୧୦: ଚଳିତ ବିଶ୍ୱକପ୍ ଅଭିଯାନରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ତାଙ୍କ କ୍ୟାରିୟର ଶ୍ରେଷ୍ଠ ରେଟିଂ ହାସଲ କରିପାରିଛନ୍ତି। ଏଥିସହିତ ସେ ମଙ୍ଗଳବାର ପ୍ରକାଶିିତ ଆଇସିସି ମହିଳା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ତାଙ୍କ ନମ୍ବର-୧ ସ୍ଥାନକୁ ଅଧିକ ସୁଦୃଢ କରିପାରିଛନ୍ତି।
୨୯ ବର୍ଷୀୟା ଏହି ବାମହାତି ବ୍ୟାଟର ଗତ ଦୁଇଟି ମ୍ୟାଚ ମଧ୍ୟରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦୯ ଏବଂ ବାଂଲାଦେଶ ବିପକ୍ଷରେ ଅପରାଜିତ ୩୪ ରନ ସଂଗ୍ରହ କରିବା ଦ୍ୱାରା ତାଙ୍କ ରେଟିଂ ପଏଣ୍ଟ ୮୨୮କୁ ବୃଦ୍ଧି ପାଇଛି। ଫଳତଃ ଦ୍ୱିତୀୟ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆର ଆଶଲେ ଗାର୍ଡନର (୭୩୧)ଙ୍କଠାରୁ ପ୍ରାୟ ୧୦୦ ରନ ଆଗୁଆ ରହିଛନ୍ତି।
ଇଂଲଣ୍ଡ ବିପକ୍ଷରେ ଅପରାଜିତ ଶତକ ପାଇଁ ଗାର୍ଡନର ୬ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନ ଅଧିକାର କରିନେଇଛନ୍ତି। ଦକ୍ଷିଣ ଆଫ୍ରିକାର ଲାଉରା ଓଲ୍ଭାର୍ଡଟ ତାଙ୍କର ୯୦ ଓ ୩୧ ରନର ଇନିଂସ ପାଇଁ ଦୁଇ ସ୍ଥାନ ପଦୋନ୍ନତି ସହ ଶ୍ରେଷ୍ଠ ୩ରେ ସ୍ଥାନ ପାଇଛନ୍ତି। ଇଂଲଣ୍ଡର ଆମି ଜୋନ୍ସ ୪ ସ୍ଥାନ ଉପରକୁ ଉଠି ଟପ୍ ୧୦ରେ ନବମ (୬୫୬)ସ୍ଥାନରେ ପହିଞ୍ଚିଛନ୍ତି।

