ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଇଁ ପଦଯାତ୍ରା: ଆଜିଠୁ ଆରମ୍ଭ ହୋଇ ଏହି ଦିନ ଯାଏ ଚାଲିବ

ବଲାଙ୍ଗୀର, ୨୭।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସୋମବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଆରମ୍ଭ ହୋଇଛି । ଏହି ଦୁର୍ନୀତି ସଚେତନତା ସପ୍ତାହ ପାଳନ ଅକ୍ଟୋବର ୨୭ରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଭିଜିଲାନ୍ସ ଉପଆରକ୍ଷୀ ଅଧିକ୍ଷକ ପୁଲସ୍ତି ଛତ୍ରିଆ ,ଆରକ୍ଷୀ ନିରୀକ୍ଷକ ଟେରେସା ଖେସ, ଉପ ଆରକ୍ଷୀ ନିରକ୍ଷକ ଝସକେତନ ବାରିକ, ଶଙ୍କର ଚରଣ କ୍ଷେତି, ଦିଲୀପ କୁମାର ନାୟକଙ୍କ ନେତୃତ୍ୱରେ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ା. ମନୋଜ ସାହୁ, ସମସ୍ତ ଛାତ୍ରୀଛାତ୍ର, ସ୍ନାତକୋତ୍ତର ଛାତ୍ରୀଛାତ୍ର ବିଭିନ୍ନ ବିଭାଗର ପ୍ରଫେସର, ଡାକ୍ତର, କର୍ମଚାରୀ ସଚେତନତା ପଦଯାତ୍ରାରେ ସହର ପରିକ୍ରମା କରିଥିଲେ । ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲରୁ ପଦଯାତ୍ରା ବାହାରି ସହରର ଭାଗିରଥ ଛକ, ଏସ୍ପି ଅଫିସ, ଶିଶୁ ଉଦ୍ୟାନ, ଗୁଗୁଡ଼ିପଡ଼ା ପରିକ୍ରମା କରିଥିଲା। ଉପ ଆରକ୍ଷୀ ଅଧିକ୍ଷକ ପୁଲସ୍ତି ଛତ୍ରିଆ,ଛାତ୍ରୀଛାତ୍ର ତଥା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଦୁର୍ନୀତି ନିବାରଣ ସପ୍ତାହର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ପୂର୍ବାହ୍ନ ୧୧ଟା ସମୟରେ ସରକାରୀ ଆୟୁର୍ବେଦିକ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡା. ଶିବବ୍ରତ ବେହେରାଙ୍କ ନେତୃତ୍ୱରେ ସମସ୍ତ ଛାତ୍ରୀଛାତ୍ର ଓ କର୍ମଚାରୀ ଏକତ୍ରିତ ହୋଇ ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ଦୁର୍ନୀତି
ନିବାରଣ ସଚେତନତା ସପ୍ତାହ ୨୦୨୫ କାର୍ଯକ୍ରମରେ ଯୋଗଦାନ କରି ସାମୂହିକ ଶପଥ ପାଠ କରିଥିଲେ । ଏହି ସାମୂହିକ ଶପଥ ପାଠ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡା. ଶିବ ପ୍ରସାଦ ବେହେରା, ଡା. ବୁଦ୍ଧଦେବ ମିଶ୍ର, ପଡ଼ ଭାଗ୍ୟ ରଂଜନ ଦାଶ, ଡା. ସ୍ନେହଲତା ପ୍ରଧାନ, ଡା. ଦୁଷ୍ମନ୍ତ କୁମାର ମାଝୀ, ଡା. ତ୍ରିଲୋଚନ ପଣ୍ଡା, ଡା. ଲିଲି ମେହେର, ଡା. ସୋମ୍ୟାଲିନା ବରାଳ , ଡା. ସିଦ୍ଧାର୍ଥ ନାୟକ, ଡା. ବାସନ୍ତୀ ଗଡ଼ନାୟକ, ଡା. ବଳରାମ ପ୍ରଧାନ , ପି ଜି ଡାକ୍ତର ମିଥିଳା ଜେଦେ, ଗୃହ ଚିକିଶ୍ରିକ ଡ ସୁବ୍ରତ ସିଂ ରାଜପୁତ, ଡ଼ ଅସିତ୍‌ କୁମାର ସାହୁ ସାମିଲ ଥିଲେ। ଶୋଭାଯାତ୍ରା ସମୟରେ ଦୁର୍ନୀତି ନିବାରଣ ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇ ହାତରେ ପ୍ଲାକାର୍ଡ ଧରି ଜନସଚେତନତା ସୃଷ୍ଟି କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

ପ୍ରତିଶ୍ରୁତିରୁ ଓହରିଲା କମ୍ପାନୀ, ଗ୍ରାମବାସୀଙ୍କ ହୋହଲ୍ଲା, ଲୋକଙ୍କୁ ବୁଝାଇ ବିଡିଓ କହିଲେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ କୋଦଗାଡିଆଠାରେ ଥିବା ବସୁଧା ଯୋଜନାର ପ୍ରକଳ୍ପ ନିର୍ମାଣ ସମୟରେ ଅନୁଷ୍ଠିତ ପଲ୍ଲୀସଭାରେ ଦେଇଥିବା ପ୍ରତିଶ୍ରୁତିରୁ କମ୍ପାନୀ ଓହରିଯିବାରୁ...

ନୀତିନ ନବୀନ ମୋ ବସ୍‌, ମୁଁ ଜଣେ….ଭାବପ୍ରବଣ କରିଦେଲେ ମୋଦି

ନୂଆଦିଲ୍ଲୀ,୨୦।୧: ନୀତିନ ନବୀନ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଭାଜପା ଏପରି ଏକ...

ନବୀନଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ: ପ୍ରଥମ ବର୍ଷ ସାମ୍ନା କରିବେ….

ନୂଆଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସବୁଠାରୁ ଯୁବ ଜାତୀୟ ସଭାପତି ଭାବରେ ନୀତିନ ନବୀନଙ୍କୁ ନିର୍ବାଚିତ କରି ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ...

ପୂଜାର୍ଚ୍ଚନା ପରେ ନୟାଗଡ଼ରୁ ପୁରୀ ଅଭିମୁଖେ ଗଲା ରଥକାଠ

ନୟାଗଡ଼,୨୦।୧(ଲୋକନାଥ ମିଶ୍ର): ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ  ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ ମଙ୍ଗଳାର ୩ଟି ଟ୍ରକ୍‌ରେ ଅସନ ୪୦,  ଧଉରା ୪୩ ଓ ମତରେ...

ଫାଣ୍ଡି ସାମ୍ନାରେ ବସ୍‌କୁ ଧକ୍କା ଦେଲା ଟ୍ରଲର, ଯୋଡାରୁ ଟାଟାକୁ ଯାଉଥିବାବେଳେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡର ଜଗନ୍ନାଥପୁର ଥାନା ଅଧିନସ୍ଥ ଜୟନ୍ତୀଗଡ଼ ଫାଣ୍ଡି ସାମ୍ନାରେ ମଙ୍ଗଳବାର କାରଓ୍ବା ନାମକ ଯାତ୍ରୀବାହୀ...

ଶହବାଜ-ମୁନିରଙ୍କୁ ମନାଇବାକୁ ପାକିସ୍ତାନ ଗସ୍ତ କରିବେ ସି ଜିନପିଙ୍ଗ

ବେଜିଂ,୨୦।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଘୋଷଣା କରିଛନ୍ତି ଯେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଖୁବ ଶୀଘ୍ର ପାକିସ୍ତାନ ଗସ୍ତ କରିବେ। ଏହି ଗସ୍ତ...

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏହି ସବୁ ଦାବି କଲେ ଜମି ହରାଉଥିବା ଲୋକେ, ଏକକାଳୀନ ୫ କୋଟି ଟଙ୍କା ସହ…

ପାଟଣା ,୨୦।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ଜେଏସଡବ୍ଲୁ ଓ ପସ୍କୋ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବାରଡାଙ୍ଗୁଆ ଗ୍ରାମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri