ମାଡ଼ି ଆସୁଛି ବାତ୍ୟା ମୋନ୍ଥା, ନାଁ ପଛର କାରଣ ଜାଣିଲେ ହେବେ ତାଜୁବ

ଭୁବନେଶ୍ୱର,୨୪।୧୦: ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ଯେ ସମ୍ଭାବ୍ୟ ବାତ୍ୟା ୨୭ ସକାଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ବଙ୍ଗୋପସାଗରରେ ଆସୁଛି ବାତ୍ୟା । ୨୭ ସକାଳେ ବାତ୍ୟାର ରୂପ ନେବ ଲଘୁଚାପ । ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ । ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା । ୭୦ରୁ ୭୫ କିମି ରହିପାରେ ପବନର ବେଗ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ ।

୨୬ରେ ଅବପାତ ପରେ ଗଭୀର ଅବପାତ ସମ୍ଭାବନା ରହିଛି। ଗଭୀର ଅବପାତ ପରେ ବାତ୍ୟା ସମ୍ଭାବନା । ତୀବ୍ର ଅବପାତ କିମ୍ବା ଛୋଟ ଧରଣର ବାତ୍ୟା ସମ୍ଭାବନା । କେନ୍ଦ୍ରୀୟ କିମ୍ବା ଉତ୍ତର ଆନ୍ଧ୍ର ଦେଇ ସ୍ଥଳଭାଗ ଛୁଇଁବ । ବାତ୍ୟାର ରୂପ ନେବା ପରେ ଓଡ଼ିଶାରେ ବଡ଼ ପ୍ରଭାବ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୮୦ କିଲୋମିଟର ବେଗରେ ପବନ ବହିପାରେ। କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକରେ ଭୟଙ୍କର ବର୍ଷା ଆଶଙ୍କା ରହିଛି । ନୟାଗଡ଼, ଖୋର୍ଦ୍ଧା ଓ ପୁରୀକୁ ମଧ୍ୟ ଆଲର୍ଟ କରାଗଲା । ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ବି ପ୍ରଶାସନକୁ ସଜାଗ କରାଗଲା ।

ତେବେ କାହିଁକି ବାତ୍ୟାର ନାମ ‘ମୋନ୍ଥା’(Montha) ରଖାଯାଇଛି। ଏହାର ଅର୍ଥ କଣ, କେଉଁଠାରୁ ଆସିଲା ରିପୋର୍ଟ ଅନୁସାରେ, ଥାଇଲାଣ୍ଡ ଏହାର ନାମକରଣ କରିଛି ‘ମୋନ୍ଥା’। ଥାଇଲାଣ୍ଡ ଦ୍ୱାରା ପ୍ରସ୍ତାବିତ MONTHA ନାମର ଅର୍ଥ ଥାଇ ଭାଷାରେ “ସୁଗନ୍ଧିତ ଫୁଲ” କିମ୍ୱା “ସୁନ୍ଦର ଫୁଲ” । ଝଡ଼ର ସହଜ ଚିହ୍ନଟକୁ ସୁଗମ କରିବା ଓ ପାଣିପାଗ ସମ୍ବନ୍ଧୀୟ ବିପଦ ବିଷୟରେ ଜନସାଧାରଣଙ୍କ ସଚେତନତାକୁ ବଢାଇବା ଲକ୍ଷ୍ୟରେ ଟ୍ରପିକାଲ ସାଇକ୍ଲୋନନ ପାଇଁ ଏକ ଆନ୍ତର୍ଜାତୀୟ ନାମକରଣ ବ୍ୟବସ୍ଥାର ଏକ ଅଂଶ ଭାବରେ ଥାଇଲାଣ୍ଡ ଏହା ପ୍ରସ୍ତାବ ଦେଇଥିଲା।

ବିଶ୍ୱ ପାଣିପାଗ ବିଭାଗ (WMO) ସମଗ୍ର ବିଶ୍ୱରେ ସାଇକ୍ଲୋନ୍ ନାମ ସ୍ଥିର କରିଥାଏ। WMOର ଏକ ଆନ୍ତର୍ଜାତୀୟ କମିଟି ସାଇକ୍ଲୋନ୍‌ର ନାମ ପରିଚାଳନା ଓ ଅପଡେଟ୍ କରେ। ଭାରତ ସମେତ ୧୩ଟି ଦେଶ ଏସିଆ ପ୍ରଶାନ୍ତ ମହାସାଗରରେ ଘୂର୍ଣ୍ଣିବଳୟର ନାମ ସ୍ଥିର କରନ୍ତି। ଭାରତ ବ୍ୟତୀତ ଏହି ଦେଶଗୁଡ଼ିକରେ ଇରାନ, ମାଲଦ୍ୱୀପ, ଥାଇଲ୍ୟାଣ୍ଡ, ସଂଯୁକ୍ତ ଆରବ ଏମିରେଟ୍ସ, ମିଆଁମାର, ଓମାନ, ପାକିସ୍ଥାନ, କାତାର, ସାଉଦି ଆରବ, ଶ୍ରୀଲଙ୍କା ଓ ୟେମେନ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ମାଳତୀଙ୍କୁ ଆଜି ବି ମନେପକାନ୍ତି ସିମନବାଡି ପଞ୍ଚାୟତବାସୀ: ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୨୦।୧(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀ ସାହୁଙ୍କୁ ଆଜିବି ମନେପକାନ୍ତି ପଞ୍ଚାୟତବାସୀ। ମଙ୍ଗଳବାର ପଞ୍ଚାୟତରେ  ତାଙ୍କର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା

ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି...

ପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ପାରାଦୀପ,୨୦।୧(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ପିପ୍ପଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପଛ ପଟେ ରୋଷେଇ...

ଅଟୋକୁ ଧକ୍କା ଦେଲା ଅକ୍ଷୟ କୁମାରଙ୍କ ଗାଡି: ମୋଟାଅଙ୍କର କ୍ଷତିପୂରଣ ଦାବି କଲେ ଅଟୋ ଡ୍ରାଇଭରଙ୍କ ଭାଇ!

ମୁମ୍ବାଇ,୨୦।୧: ମୁମ୍ବାଇର ଜୁହୁ ଅଞ୍ଚଳରେ ସୋମବାର ରାତିରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସୁରକ୍ଷା ଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ...

ବଢିଲା ଅଡୁଆ: ଜେଲର, ଅଧୀକ୍ଷକଙ୍କୁ ଏକ୍ସପ୍ଲାନେଶନ ଚିଠି

କଟକ,୨୦।୧: ଚୌଦ୍ୱାର ଜେଲ ପୂର୍ବତନ ଜେଲର ଏବଂ ଅଧୀକ୍ଷକଙ୍କ କଳି ଏବେ ପଦାରେ ପଡିଛି। ଘଟଣାକୁ ନେଇ କ୍ୟାମେରା ଆଗରେ ଉତ୍ତର ରଖିଛନ୍ତି DIG ବୀରେନ...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ଚା’ ବଦଳରେ ସକାଳୁ ଏଥିରୁ ପିଅନ୍ତୁ ଗୋଟିଏ ଗ୍ଲାସ, ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ସକାଳ ଗରମ ଚା’ ସହିତ ଆରମ୍ଭ ହୁଏ। ତଥାପି, ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟକର ନୁହେଁ। ଯଦି ଆପଣ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri