ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଦିଗପହଣ୍ଡି ଗସ୍ତ, ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ; ଶୋଭାଯାତ୍ରାରେ…

ଦିଗପହଣ୍ଡି,୧୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବୁଧବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଥିବା ଜଣାପଡିଛି। ବିଧାୟକ ଭୀଷ୍ମଗିରି ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ଦ୍ବାରା ବିରାଟ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା। ସେ ପ୍ରଥମେ କଲେଜ ଛକରେ ସ୍ଥାପିତ ସୋଲାର ଲାଇଟକୁ ଉଦ୍‌ଘାଟନ କରିଥିଲେ। ଏହାପରେ ପାରଳାଖେମୁଣ୍ଡି ବନଖଣ୍ଡ ଚନ୍ଦ୍ରଗିରି ବନାଞ୍ଚଳ ଭୀଷ୍ମଗିରି ସେକ୍ସନର ବନପାଳଙ୍କ ନୂତନ କାର୍ଯ୍ୟାଳୟ ଓ କ୍ୱାର୍ଟରକୁ ଉଦଘାଟନ କରିଥିଲେ। ଗଜପତି ଜିଲା ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପସ୍ଥିତ ଥିଲେ। ପରେ ଉଭୟ ବିଧାୟକ ଚାରା ରୋପଣ କରିଥିଲେ ।

କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ କେ . ନାଗରାଜୁ, ସହବନ ସଂରକ୍ଷକ ଅରୁଣ କୁମାର ସାହୁ, ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ବିନୟ ପ୍ରକାଶ ବୁଡ଼, ବନପାଳ ଦେବାଶିଷ ଶତପଥୀ, ଚନ୍ଦ୍ରଗିରି ଜିଲା ପରିଷଦ ସଦସ୍ୟ ସୁନୀଲ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବ୍ଳକ ଅନ୍ତର୍ଗତ ଏସ. ଟିକରପଡା ପଞ୍ଚାୟତ ର ପୋଡାଖାଲ ଗ୍ରାମ ଏବଂ ଚାକୁଣ୍ଡାପଲ୍ଲୀ ଗ୍ରାମରେ ବନ ସୁରକ୍ଷା ସମିତିର ନୂତନ କାର୍ଯ୍ୟାଳୟକୁ ବିଧାୟକ ଉଦ୍‌ଘାଟନ କରିଥିଲେ। ସେହିପରି କରପଡା ପଞ୍ଚାୟତର ଦେଓଖାଳି ଗ୍ରାମରେ ସୋଲାର ଲାଇଟକୁ ବିଧାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଧାୟକଙ୍କ ଏହି ଗସ୍ତ ସମୟରେ ପୂର୍ବତନ ସରପଞ୍ଚ ପିତାମ୍ବର ଗୈାଡ , ଭାଜପା ଭୀଷ୍ମଗିରି ମଣ୍ଡଳ ସମ୍ପାଦକ କେ. ନରସିଂହ ପାତ୍ର , ଉପସଭାପତି ଟୁକୁନା ସାହୁ , ପୂର୍ବତନ ମଣ୍ଡଳ ସଭାପତି ସୁଦାମ ବେହେରା , ଓବିସି ମୋର୍ଚ୍ଚା ସଭାପତି ତ୍ରିନାଥ ଗୈାଡ , ଟିକରପଡା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶ୍ୟାମ ନାୟକ, ସମିତି ସଭ୍ୟ ଶୈଳ ବେହେରା , ସମିତି ସଭ୍ୟ ପ୍ରତିନିଧି ସମୀର ବେହେରା, କରପଡା ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ବାମୀ, ଭାଜପା ଯୁବମୋର୍ଚ୍ଚା ଜିଲା ଉପସଭାପତି ବାପି ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଟଙ୍କା ଅନୁମୋଦନ ପରେ ଯୁକ୍ତ ୨ ପାଇଁ ମିଳିଲା ଅନୁମତି: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଭଞ୍ଜନଗର,୨୧।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଉ ଏକ ଖୁସି ଖବର ପହଞ୍ଚିଛି। କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ...

ଜଗନ୍ନାଥ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଲେ ବିଧାୟକ ସିଦ୍ଧାନ୍ତ, ୪୪୧ ହିତାଧିକାରୀଙ୍କୁ ବାଣ୍ଟିଲେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ମଠ ସାହିରେ ୫୦ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ବ୍ୟୟରେ ନବନିର୍ମିତ ଶ୍ରୀ ଜଗନ୍ନାଥ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri