ମାଓବାଦୀ ନାଁରେ ବାପାକୁ ୩୫ ଲକ୍ଷ ଟଙ୍କା ମାଗୁଥିଲେ ପୁଅ, ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): ଅଜବ ଦୁନିଆ। ଟଙ୍କା ପାଇଁ ପୁଅ ବି ମାଓବାଦୀ ସାଜିପାରେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନର୍ଲା ଥନା ଅନ୍ତର୍ଗତ ରୁପ୍ରାରୋଡରେ। ନର୍ଲା ଥାନା ଆଇଆଇସି ତଥା ଘଟଣାର ତଦନ୍ତକାରୀ ଅଫିସର ବିଜୟ ମାଝୀଙ୍କ ସୂଚନାନୁଯାୟୀ ରୁପ୍ରାରୋଡର ବାସିନ୍ଦା ଦିନେଶ କୁମାର ଅଗ୍ରଓ୍ବାଲଙ୍କ ଏକମାତ୍ର ପୁଅ ଅଙ୍କୁଶ ଅଗ୍ରଓ୍ବାଲ (୨୪) ମାଓବାଦୀ ନାଁରେ ଏକ ଚିଠି ଲେଖି ନିଜ ଇନୋଭା ଗାଡିରେ ଗତ ୫ ତାରିଖରେ ରଖି ଦେଇଥିଲେ। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ୩୫ ଲକ୍ଷ ଟଙ୍କା ଦିଅ ନଚେତ୍‌ ତୁମ ପରିବାର ସମସ୍ତଙ୍କୁ ଜୀବନରେ ମାରିଦେବୁ । ଚିଠିକୁ ପରିବାର ଲୋକ ପାଇବା ପରେ ସେମାନେ ଭୟଭୀତ ହୋଇ ପଡିଥିଲେ । ଜୀବନକୁ ଭୟ କରି ବାପା ଦିନେଶ ପରିଶେଷରେ ନର୍ଲା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ପରିଶେଷରେ ଜଣିବାକୁ ପାଇଥିଲା ଯେ, ଏସବୁ କାମ ଦିନେଶଙ୍କ ପୁଅ ଅଙ୍କୁଶ କରିଛି । ଏହାପରେ ପୋଲିସ ଅଙ୍କୁଶକୁ ଗିରଫ କରି ଏମ.ରାମପୁର କୋର୍ଟଚାଲାଣ କରିଛି । ଏଠାରେ ସୂଚନାଯୋଗ୍ୟ ଯେ, ଦିନେଶ ଅଗ୍ରଓ୍ବାଲ ହେଉଛନ୍ତି ଉଚ୍ଚ କୋଟୀର ପ୍ରତିଷ୍ଠିତ ଠିକାଦାର। କଳାହାଣ୍ଡି ଜିଲାରେ ବସୁଧା ଓଭରହେଡ ପାଣିଟାଙ୍କି ଓ ନଳକୂପ ଖୋଳିବାରେ ଦିନେଶ ହେଉଛନ୍ତି ଅଗ୍ରଣୀ ଠିକାଦାର । ମାଓବାଦୀକୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ନିଜ ପୁଅ ହାବୁଡରେ ପଡି ପରିସ୍ଥିତିକୁ ଗୋଳମାଳ କରିଦେଇଛି । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଲୋକେ ପୁଅ ଅଙ୍କୁଶ ପ୍ରତି ବାପା ଦିନେଶଙ୍କ ଅଙ୍କୁଶ ନାହିଁ , ଏହା ବଡଘର ବଡ ଗୁମର କଥା ବୋଲି ଲୋକେ କୁହାକୁହି ହେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri