ଟ୍ରମ୍ପ୍‌ଙ୍କ ଶାନ୍ତି ପ୍ରସ୍ତାବରେ ନେତାନ୍ୟାହୁ ରାଜି

ଓ୍ବାଶିଂଟନ୍‌, ୩୦ା୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ହ୍ବାଇଟହାଉସରେ ପରସ୍ପରକୁ ଭେଟିଛନ୍ତି। ଟ୍ରମ୍ପ୍‌ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ଏହା ନେତାନ୍ୟାହୁଙ୍କ ଚତୁର୍ଥ ଆମେରିକା ଗସ୍ତ। ଏହି ଅବସରରେ ଗାଜାରେ ଯୁଦ୍ଧ ବନ୍ଦ ପାଇଁ ଆମେରିକାର ୨୦ ସୂତ୍ରୀ ଯୋଜନାରେ ନେତାନ୍ୟାହୁ ରାଜି ହୋଇଛନ୍ତି। ଏନେଇ ଟ୍ରମ୍ପ୍‌ ଘୋଷଣା କରିବା ସହ ନେତାନ୍ୟାହୁଙ୍କୁ ଧନ୍ୟବାଦ ଦେଇଛନ୍ତି। ଯୁଦ୍ଧ ବନ୍ଦ ପାଇଁ ଆମେରିକାର ଉକ୍ତ ପ୍ରସ୍ତାବରେ ହମାସ ମଧ୍ୟ ସହମତି ଦେଖାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ତେବେ ଆମେରିକାର ପ୍ରସ୍ତାବକୁ ହମାସ ପ୍ରତ୍ୟାଖ୍ୟାନ କଲେ ଏହାକୁ ଧ୍ୱଂସ କରିବାରେ ଆମେରିକା ଇସ୍ରାଏଲକୁ ପୂର୍ଣ୍ଣ ସମର୍ଥନ କରିବ ବୋଲି ଟ୍ରମ୍ପ୍‌ ହମାସକୁ ଚେତାବନୀ ଦେଇ କହିଛନ୍ତି। ଆମେରିକାର ଗାଜା ଶାନ୍ତି ଯୋଜନାରେ ନେତାନ୍ୟାହୁ ରାଜି ହେବା ଗାଜାରେ ଶାନ୍ତି ସ୍ଥାପନ ଦିଗରେ ଏକ ଉଲ୍ଲେଖଯୋଗ୍ୟ ସଫଳତା ବୋଲି ଟ୍ରମ୍ପ୍‌ କହିଛନ୍ତି। ତେବେ ଏହି ଆଲୋଚନା ସମୟରେ ନେତାନ୍ୟାହୁ ହ୍ବାଇଟ ହାଉସରୁ କାତାର ପ୍ରଧାନମନ୍ତ୍ରୀ ଶେଖ୍‌ ମହମ୍ମଦ ବିନ୍‌ ଅବଦୁଲ ରହମାନ ଅଲ୍‌-ଥାନୀଙ୍କୁ ଫୋନ୍‌ କରି ଗତ ସେପ୍ଟେମ୍ବର ୯ରେ ଇସ୍ରାଏଲ ପକ୍ଷରୁ ଦୋହାରେ କରାଯାଇଥିବା ଆକ୍ରମଣ ପାଇଁ କ୍ଷମା ମାଗିଥିବା ନେଇ ରଏଟର୍ସରେ ରିପୋର୍ଟ ପ୍ରକାଶ ପାଇଛି। କାତାରର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିଥିବାରୁ ନେତାନ୍ୟାହୁ ଦୁଃଖ ପ୍ରକାଶ କରିବା ସହ ଭବିଷ୍ୟତରେ ଇସ୍ରାଏଲ ଏପରି ଆକ୍ରମଣ କରିବ ନାହିଁ ବୋଲି କାତାର ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିବା ରିପୋର୍ଟରେ କୁହାଯାଇଛି। ପ୍ରକାଶ ଯେ, ଗତ ୯ରେ କାତାରର ରାଜଧାନୀ ଦୋହାରେ ଇସ୍ରାଏଲ ହମାସର ବରିଷ୍ଠ ନେତାଙ୍କୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍‌ କରିଥିଲା, ଯେଉଁଥିରେ ୫ ହମାସ ସଦସ୍ୟ ଏବଂ କାତାରର ଜଣେ ସୁରକ୍ଷା ଅଧିକାରୀଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ପରେ ଆମେରିକା ସହ ଇସ୍ରାଏଲର ସମ୍ପର୍କରେ ତୀକ୍ତତା ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି: ନେତାଜୀ ଜୟନ୍ତୀରେ ଯୋଗଦେବେ

ଭୁବନେଶ୍ୱର,୨୧ା୧(ରବିନାରାୟଣ ଜେନା):ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଜାନୁଆରୀ ୨୩ରେ ଓଡ଼ିଶା ଗସ୍ତରେ ଆସି କଟକରେ ହେବାକୁ ଥିବା ନେତାଜୀ ଜୟନ୍ତୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏସଂକ୍ରାନ୍ତରେ...

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri