ସୌନ୍ଦର୍ଯ୍ୟ ହରାଉଛି ହିଲଭିୟୁ ଘାଟି: ବଢୁଛି ପ୍ରଦ୍ୟୁଷଣ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଏବେ କୁଢ଼ କୁଢ଼ ଅଳିଆ ଗଦା ଉପରେ ପର୍ଯ୍ୟଟକଙ୍କୁ ଠିଆ ହୋଇ ହାତ ଧରି ଡାକୁଛି। ଏବେ ପର୍ଯ୍ୟଟକ ଓ ପରିବେଶବିତ୍‌ମାନେ ଏହି କଥା କହିବା ଆରମ୍ଭ କଲେଣି। ଦାରିଙ୍ଗବାଡିରୁ ଦୈନିକ କୁଢ଼ କୁଢ଼ ବାହାରୁଥିବା ପ୍ଲାଷ୍ଟିକ, ପଲିଥିନ, ଅଇଁଠା ଖଲିପତ୍ର କୋଉଠି ପକାଯିବ ତାକୁ ନଷ୍ଟ କରାଯିବ ସେନେଇ ଦେଖାଯାଇଛି ଚିନ୍ତା। ଅନେକ ଏବେ ଯେଉଁଠିକି ପର୍ଯ୍ୟଟକମାନେ ଆସି ଫଟୋ ଉତ୍ତୋଳନ କରି ନିଜ ସ୍ମୃତିକି ସାଉଁଟିବା ପାଇଁ ସ୍ଥାନ ଚୟନ କରନ୍ତି,ସେହି ସ୍ଥାନଗୁଡିକରେ ଏବେ କୁଢ଼ କୁଢ଼ ଅଳିଆ ଗଦାଦେଖି ପର୍ଯ୍ୟଟକ ନାକ ଟେକିବା ଆରମ୍ଭ କଲେଣି। ହିଲଭିୟୁ ଘାଟି ତଥା ଶ୍ରାନିକେତାଠାରୁ ଦାରିଙ୍ଗବାଡି ଯିବା ରାସ୍ତାର ଏହି ୩ କିମି ମଧ୍ୟରେ ରହିଛି ଆମ୍ବ ଖାଲିଆ ଘାଟି ରାସ୍ତା।

ଏହି ଘାଟି ରାସ୍ତାର ଗୋଟିଏ ପଟେ ପାଇନ ଜଙ୍ଗଲ ପାହାଡ଼ ରହିଥିବାବେଳେ ତାର ଅନ୍ୟ ପାର୍ଶ୍ୱରେ ରହିଛି ଇକୋ ରିଟ୍ରିଟ ହେଉଥିବା ସ୍ଥାନ। ପ୍ରତିବର୍ଷ ଶହେ ଦିନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇକୋ ରିଟ୍ରିଟ ଖୋଲାଯାଉଛି। ସୁନ୍ଦର ପାହାଡ଼ ପର୍ବତ ଓ ଜଙ୍ଗଲ ତଥା ସଛ ଜଳବାୟୁ ଓ ପରିବେଶକୁ ଉପଭୋଗ କରିବାକୁ ପର୍ଯ୍ୟଟକ ଆସି ଉକ୍ତ ଇକୋ ରିଟ୍ରିଟରେ ରାତ୍ରିଯାପନ କରନ୍ତି। କିନ୍ତୁ ଚଳିତ ବର୍ଷ ଇକୋ ରିଟ୍ରିଟ ଖୋଲିବା ପୂର୍ବରୁ ସେହି ଆଖପାଖରେ ଏବେ ଟ୍ରାକ୍ଟରରେ ବୁହା ହୋଇ ଅଳିଆ ପକାଯାଉଛି। ଏହାକୁ ସାରିଙ୍ଗିଇର୍ପି ଗ୍ରାମବାସୀ ନାପସନ୍ଦ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ କିଛି ବର୍ଷ ପୂର୍ବରୁ ସେହି ଅଞ୍ଚକରେ ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ ଖାଇ ସାରିଙ୍ଗିଇର୍ପି ଗ୍ରାମବାସୀଙ୍କ ଗୋରୁ, ବଳଦ, ଛେଳିର ମୃତ୍ୟୁ ଘଟିଥିଲା ଓ ଜନଅସନ୍ତୋଷ ଦେଖାଯାଇଥିଲା। ପୁଣି ଦାରିଙ୍ଗବାଡି ସହରରୁ ନିୟମିତ ଅଳିଆକୁ ଆଣି ସେହି ହିଲଭିୟୁ ଘାଟି ନିକଟରେ ପକାଯାଉଥିବାରୁ ଲୋକ ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି। ସହରଠାରୁ ବହୁତ ଦୂରରେ ଡମ୍ପିୟାର୍ଡ଼ କରି ଅଳିଆ ପକାଯିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri