ବ୍ରହ୍ମପୁର ଅଫିସ,୩ା୯-ବ୍ରହ୍ମପୁର ମହାନଗର ନିଗମ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ରାଜନୀତି କରାଯାଇଛି। ନିଗମ କାର୍ଯ୍ୟାଳୟ ଏବଂ ଟାଉନ ହଲରେ ଆୟୋଜିତ ସମାରୋହରେ କେବଳ ଶାସକ ବିଜେଡି ନେତାଙ୍କୁ ଡ଼କାଯାଇ ବିରୋଧୀ ଦଳକୁ ଉପେକ୍ଷା କରାଯାଇଛି। ସୋମବାର ଜିଲା କଂଗ୍ରେସ ଓ ଭାଜପା ପକ୍ଷରୁ ସ୍ବାୟତ୍ତ ଶାସନ ଅନୁଷ୍ଠାନ ପରିଚାଳନା କରୁଥିବା ଅମଲାତନ୍ତ୍ରର ବାଛବିଚାର ନୀତିକୁ ସମାଲୋଚନା କରାଯିବା ସହ ବିଏମ୍ସି ମହାନଗରବାସୀଙ୍କ ହୋଇଥିବା ଏବଂ ଶାସକ ଦଳର ପୈତୃକ ସମ୍ପତ୍ତି ନୁହେଁ ବୋଲି ଚେତାଇ ଦିଆଯାଇଛି। ନିଗମ କର୍ତ୍ତୃପକ୍ଷ ଏଣିକି ନିରପେକ୍ଷ ଭାବେ କାର୍ଯ୍ୟ ନ କଲେ ପରିଣାମ ଭୋଗିବାର ଜିଲା କଂଗ୍ରେସ ଚେତାବନୀ ଦେଇଛି । ସେହିପରି ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ଶାସକ ଦଳକୁ ସୁହାଇଲା ଭଳି ବୁରୋକ୍ରାଟ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ।
ଭାଜପା ସଭାପତି କାହ୍ନୁ ଚରଣ ପତି ଓ ଜିଲା କଂଗ୍ରେସ ସଭାପତି ଡ଼ା. ତ୍ରିନାଥ ବେହେରା ଓ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ପୃଥକ ଭାବେ କହିଛନ୍ତି, ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ମହାନଗରର କେତେକ ଉନ୍ନୟନ କାର୍ଯ୍ୟକ୍ରମର ଉଦ୍ଘାଟନ ଓ ଶିଳାନ୍ୟାସ ହୋଇଥିଲା। ନଗର ଉନ୍ନୟନ ମନ୍ତ୍ରୀ, ବ୍ରହ୍ମପୁର ଏମ୍ପି, ବିଧାୟକ ଓ ପୂର୍ବତନ ବିଧାୟକ ଯୋଗ ଦେଇଥିଲେ। ତେବେ ବିରୋଧୀ ଦଳର ଜଣେ ବି ନେତା ଏବଂ ଶିକ୍ଷାବିତ ଓ ବୁଦ୍ଧିଜୀବୀଙ୍କୁ ଡ଼କାଯାଇ ନ ଥିଲା । ଏହା ଅସୌଜନ୍ୟ ହୋଇଥିବା କଟାକ୍ଷ କରାଯାଇଛି । କଂଗ୍ରେସ ଓ ଭାଜପା ନେତା ଆହୁରି କହିଛନ୍ତି, ନିଗମର ନିର୍ବାଚିତ ପରିଷଦ କାର୍ଯ୍ୟକାଳ ସରିବାର ବର୍ଷେ ବିତିବାକୁ ଯାଉଛି। ନାନା ଆଶଙ୍କାରେ ସରକାର ପୌର ନିର୍ବାଚନ ପାଇଁ ଭୟ କରି ବିଳମ୍ବ କରୁଛନ୍ତି । ଗଣତନ୍ତ୍ରକୁ ସମ୍ମାନ ଦେଇ ତୁରନ୍ତ ପୌର ନିର୍ବାଚନ କରିବାକୁ ଦୁଇ ବିରୋଧୀ ଦଳ ନେତା ଦାବି କରିଛନ୍ତି। ଆଗାମୀ କାର୍ଯ୍ୟକ୍ରମ ବେଳେ ବିରୋଧୀ ଦଳକୁ ଉପେକ୍ଷା କରାଗଲେ ବିଏମ୍ସିକୁ ଘେରାଉ କରାଯିବାର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ
ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...
ପୃଥକ ଦୁର୍ଘଟଣା: ଅଟୋ-ବାଇକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍
ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...
ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ
ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...
ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ
ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...
ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ
ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...
ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ
ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...
ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି
କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...
ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼
ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...
Archives


