ନବୀନଙ୍କ ସ୍ବାସ୍ଥ୍ୟକୁ ନେଇ ଉଠିଲା ଝଡ଼: ଚିହିଁକି ଉଠିଲା ବିଜେଡି

ଭୁବନେଶ୍ୱର,୨୩ା୯(ସୁନିତ୍‌ ମିଶ୍ର):ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା କିଛିଦିନ ତଳେ ଖରାପ ଥିଲା। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କୁ ଦେଖିବା ପାଇଁ ସବୁ ଦଳର ନେତା, ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ସମସ୍ତେ ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟେଲିଫୋନ ଯୋଗେ କଥା ହୋଇଥିଲେ। ନବୀନବାବୁଙ୍କୁ ସମସ୍ତେ ଭଲ ପାଆନ୍ତି। ସେବେଠାରୁ ସେହି ବିଷୟକୁ ନେଇ ସାମାଜିକ ଗଣମାଧ୍ୟମରେ କିଛି କଥା ବାରମ୍ବାର ନଜରକୁ ଆସୁଛି। ନିକଟରେ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦେଖିବାକୁ ମିଳିଥିଲା, ଯେତେବେଳେ ନବୀନ ଅସୁସ୍ଥ ସେତେବେଳେ ତାମିଲବାବୁ ସକ୍ରିୟ। ଯେତେବେଳେ ନବୀନ ସୁସ୍ଥ, ସେତେବେଳେ ତାମିଲବାବୁ ସନ୍ନ୍ୟାସ। ଭାଜପା ସରକାରକୁ ଆସିବା ପୂର୍ବରୁ ଏକ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗସ୍ତରେ ଆସିଥିଲେ। ଏକ ସଭାକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ, ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ତାଙ୍କର କ’ଣ ହୋଇଛି ଜଣାପଡୁନି। ତେଣୁ ରାଜ୍ୟରେ ଭାଜପା ସରକାର ଆସିଲେ ଏକ କମିଟି କରି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଯାଞ୍ଚ କରି ତାଙ୍କ ଦେହ ଖରାପ ହେବା ପଛରେ କିଏ, ଦୋଷୀକୁ ଧରାଯିବ ବୋଲି କହିଥିଲେ। ଏବେ ରାଜ୍ୟରେ ଭାଜପା ସରକାର ଆସିଛି। ମୁଖ୍ୟମନ୍ତ୍ରୀ ଏକ କମିଟି ଗଠନ କରି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଯାଞ୍ଚ କରନ୍ତୁ ବୋଲି ଭାଜପା ସଦସ୍ୟ ବିଭୂତି ଭୂଷଣ ପ୍ରଧାନ ବିଧାନସଭାରେ ପଏଣ୍ଟ ଅଫ ଅର୍ଡର ଆଣି କହିଥିଲେ। ବିଭୂତିଙ୍କ ଏଭଳି କଥା ପରେ ସଙ୍ଗେସଙ୍ଗେ ବିଜେଡି ସଦସ୍ୟମାନେ ଗୃହରେ ଚିହିଁକି ଉଠିଥିଲେ। ପ୍ରଥମେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବିଭୂତିଙ୍କ କଥାକୁ ବିରୋଧ କରିବା ସହ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ସେ କିଛି କାମରେ ନୂଆଦିଲ୍ଲୀ ଗସ୍ତରେ ଥିବା କହିଥିଲେ। ଏହାସହ ବିଭୂତିଙ୍କ କଥାକୁ ବିଧାନସଭା ବିବରଣୀରୁ ବାଦ୍‌ ଦେବା ପାଇଁ ଦାବି କରିଥିଲେ। ଏହାପରେ ସଙ୍ଗେସଙ୍ଗେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ଏହାକୁ ବିରୋଧ କରିବା ସହ ଭାଜପା ନେତାମାନେ ପ୍ରତି ୮ ଦିନରେ କାହିଁକି ଦିଲ୍ଲୀ ଯାଉଛନ୍ତି ସେକଥା ବିଜେଡି ପଚାରୁଛି କି ବୋଲି କହିଥିଲେ। ଏହାପରେ ବିଜେଡିର ସମସ୍ତ ସଦସ୍ୟ ନିଜ ଆସନରେ ଠିଆ ହୋଇ ବିଭୂତି ଗୃହରେ ଦେଇଥିବା କଥା ବିଧାନସଭା ବିବରଣୀରୁ ବାଦ୍‌ ଦିଆଯାଉ ବୋଲି ଦାବି କରିଥିଲେ। ହେଲେ ବାଚସ୍ପତି ବିରୋଧୀ ସଦସ୍ୟମାନଙ୍କୁ ନିଜ ଆସନରେ ବସିବା ପାଇଁ କହିଥିଲେ। ସରକାରୀ ଦଳର ସଦସ୍ୟ ଯାହା କହିଛନ୍ତି ତାହା ସଂସଦୀୟ ବ୍ୟାପାର ବାହାରର ଶବ୍ଦ ନୁହେଁ। ତାଙ୍କ ବିବୃତି ମୁତାବକ କିଛି ଯାଞ୍ଚ କରାଯିବ ନାହିଁ। ତାଙ୍କ କଥା ଉପରେ ତର୍ଜମା କରିବାର ଆବଶ୍ୟକତା ନାହିଁ ବୋଲି କହିବା ସହ ସମସ୍ତଙ୍କୁ ବସିବା ପାଇଁ ଅନୁରୋଧ କରିଥିଲେ। ଏହାସହ ବିଭୂତି କାହାକୁ ଆଘାତ ଦେବା ଭଳି କଥା କହି ନାହାନ୍ତି ବରଂ ସେ ଭାବବିହ୍ବଳ ହୋଇ ଏହା କହିଥିଲେ ଏବଂ ଗୃହକୁ ସୂଚିତ କରିଥିଲେ। ହେଲେ ବିଜେଡି ସଦସ୍ୟମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। କିଛି ସମୟ ପରେ ବିଭୂତି ପ୍ରଧାନ ପୁଣିଥରେ ଠିଆ ହୋଇ ଯଦି ତାଙ୍କ କଥା ବିବରଣୀରୁ ବାଦ୍‌ ଦିଆ ନ ଯାଏ ତେବେ ଗୃହ ଛାଡ଼ିବାକୁ ଚେତାବନୀ ଦେଇଥିଲେ। କିଛି ସମୟ ପରେ ବିଭୂତି ତାଙ୍କ ସ୍ଥାନରେ ଠିଆ ହୋଇ ଆଉଥରେ କହିଥିଲେ। କାହାକୁ ଆଘାତ ଦେବା ତାଙ୍କ ଉଦ୍ଦେଶ୍ୟ ନ ଥିଲା। ଯଦି ତାଙ୍କ କଥା କାହାକୁ ଦୁଃଖ ଦେଇଛି ତେବେ ସେ ତାଙ୍କ କଥାକୁ ପ୍ରତ୍ୟାହାର କରି ନେଉଛନ୍ତି ବୋଲି କହିଥିଲେ। ଏହାପରେ ଗୃହ କାର୍ଯ୍ୟ ସ୍ବାଭାବିକ ସ୍ଥିତିକୁ ଫେରିଥିଲା।
ଅନ୍ୟପକ୍ଷରେ ବିଭୂତିଙ୍କ ଏଭଳି କଥା କାହାକୁ ମୁଖ୍ୟତଃ ଲକ୍ଷ୍ୟ କରି କୁହାଯାଇଥିଲା ବୋଲି ବିଧାନସଭାର ବିଭିନ୍ନ ସ୍ଥାନରେ ଚର୍ଚ୍ଚା ଏବଂ ଆଲୋଚନା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ କହିଥିବା କଥା ପାଳନ କରାଯିବା ଦରକାର କହି ପରୋକ୍ଷରେ ସେ କେଉଁ ବାର୍ତ୍ତା ଦେବାକୁ ଚାହିଁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri