ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାଶୀପୁର ଫରେଷ୍ଟ ରେଞ୍ଜର ଗିରଫ

ଜୟପୁର,୨୦।୯(ପବନ ପାଣିଗ୍ରାହୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌ ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନ ସମେତ ୯ଟି ସ୍ଥାନରେ ଶୁକ୍ରବାର ସକାଳେ ଏକକାଳୀନ ଚଢ଼ାଉ କରିଥିଲା। ଯାଞ୍ଚ ବେଳେ ତାଙ୍କ ନାଁରେ ବହୁସ୍ଥାନରେ କୋଠା ଓ ପ୍ଲଟ୍‌ ଥିବା ଠାବ କରାଯାଇଛି। ଏପରିକି ରେଞ୍ଜର ଅନ୍ତର୍ଯ୍ୟାମୀଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖି ଦୀର୍ଘ ସମୟ ଧରି ଚରାଉଚରା କରାଯାଇଥିଲା। ଚରାଉଚରା ପରେ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ରେଞ୍ଜର ଅନ୍ତର୍ଯ୍ୟାମୀଙ୍କୁ ଗିରଫ କରାଯାଇଛି। ଏନେଇ ଜୟପୁର ସ୍ଥିତ ଭିଜିଲାନ୍ସ ଅଫିସରେ ଏସ୍‌ପି ରବିନ୍ଦ୍ର କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଭିଜିଲାନ୍ସ ବିଭାଗର ୭ଜଣ ଡିଏସ୍‌ପି, ୭ଜଣ ଇନ୍‌ସ୍ପେକ୍ଟର, ୯ଜଣ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍‌ ସକାଳ ୬ଟା ୩୦ରେ କାଶୀପୁରଠାରେ ରେଞ୍ଜର ସାହୁଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ ସମେତ ପୈତୃକ ଘର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଶ୍ରାନିକେତ ଗୃହରେ ଚଢ଼ାଉ କରାଯାଇଛି। ଏଥିସହ ବାଲିଗୁଡ଼ାର ଦୁଇଟି ସ୍ଥାନ, ଗଞ୍ଜାମ ଜିଲାର ଦୋମୁହାଁଣି ଓ କୁକୁଡ଼ାଖଣ୍ଡି ତହସିଲର ଯୋଗିଆପାଲି ଏବଂ ନୟାଗଡ଼ ଜିଲା କରଡ଼ାପଡ଼ାସ୍ଥିତ ଶ୍ୱଶୁରଘରେ ଏକକାଳୀନ ଚଢ଼ାଉ କରିଛି । ଭିଜିଲାନ୍ସ ଟିମ୍‌ର ଯାଞ୍ଚ ବେଳେ ବାଲିଗୁଡ଼ାଠାରେ ୨୨୫୦ ବର୍ଗଫୁଟ ଏବଂ ୧୦୦୦ ବର୍ଗଫୁଟର କୋଠା, ଶ୍ରାନିକେତରେ ୧୬୦୦ ବର୍ଗଫୁଟର କୋଠା, ବ୍ରହ୍ମପୁର ଟେକ୍ନୋ ପାର୍କଠାରେ ୧୬୫୦ ବର୍ଗଫୁଟର ଏକ କୋଠା ସମେତ ଦାରିଙ୍ଗବାଡ଼ିରେ ଏକ କୋଠା ଥିବା ସୂଚନା ମିଳିଛି ।

ସେହିଭଳି ୯ଟି ପ୍ଲଟ୍‌ ମଧ୍ୟରୁ ବାଲିଗୁଡ଼ାରେ ୬ଟି, ଯୋଗିଆପାଲିଠାରେ ଗୋଟିଏ ଏବଂ ଗଞ୍ଜାମ ଜିଲା କୋଡ଼ାସିଂ ଗ୍ରାମରେ ୨ଟି ଠାବ ହୋଇଛି । ଏହାବ୍ୟତୀତ ୨୬୩.୨୨ ଗ୍ରାମ୍‌ ସୁନା, ବ୍ୟାଙ୍କ ଓ ପୋଷ୍ଟାଲ ଡିପୋଜିଟ୍‌ ବାବଦରେ ୨୭ଲକ୍ଷ ୯୯ ହଜାର ୬୫୯ ଟଙ୍କା, ଏକ ମୋଟରସାଇକେଲ ସମେତ ପ୍ରାୟ ୯ଲକ୍ଷ ୪୩ହଜାର ଟଙ୍କାର ଘରକରଣା ଜିନିଷ ଜବତ ହୋଇଛି ।

ଭିଜିଲାନ୍ସ ବିଭାଗର ତଥ୍ୟ ଅନୁସାରେ, ରେଞ୍ଜର ସାହୁ ୨୦୦୭ରେ ବନ ବିଭାଗରେ ଫରେଷ୍ଟର ଭାବେ ଚାକିରି ପାଇବା ପରେ ଭୁବନେଶ୍ୱରଠାରେ ଟ୍ରେନିଂ ନେଇଥିଲେ । ଏହାପରେ ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ କନ୍ଧମାଳ ଜିଲାର ବାଲିଗୁଡ଼ା, ୨୦୧୧ରୁ୨୦୧୩ ପର୍ଯ୍ୟନ୍ତ ତୁମୁଡ଼ିବନ୍ଧ, ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ କୋଟଗଡ଼ ଏବଂ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ କେ.ନୂଆଗାଁଠାରେ ଫରେଷ୍ଟର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହାପରେ ଚାକିରିରେ ପଦୋନ୍ନତି ପାଇ ବାଲିଗୁଡ଼ା ଡିଏଫ୍‌ଓ କାର୍ଯ୍ୟାଳୟରେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟ କରିଥିଲେ । ସେଠାରୁ ପୁଣି ଥରେ ପଦୋନ୍ନତି ପାଇ ୨୦୨୩ରେ କାଶୀପୁର ରେଞ୍ଜର ଭାବେ ଦାୟିତ୍ୱ ଗ୍ରହଣ କରିଥିବା ନେଇ ଭିଜିଲାନ୍ସ ସୂଚନା ଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri