ସ୍ତ୍ରୀ ହରାଇଲେ ଦୃଷ୍ଟିଶକ୍ତି, ହାତ ଛାଡ଼ିଦେଲେ ସ୍ବାମୀ: ଦୁର୍ଘଟଣା ପରେ ସମ୍ପର୍କ ତୁଟିଲା

ବାରିପଦା, ୧୯ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଭୋଳାଗଡ଼ିଆ ଗ୍ରାମର ଜଣେ ମହିଳା ଏବେ ବେସାହାରା ହୋଇପଡ଼ିଛନ୍ତି। ସଡ଼କ ଦୁର୍ଘଟଣାରେ ତାଙ୍କ ଦୃଷ୍ଟିଶକ୍ତି ଚାଲିଯିବା ପରେ ସାତଜନ୍ମର ସାଥୀ ହୋଇ ଜୀବନ ବିତାଇବାକୁ ଶପଥ ନେଇଥିବା ସିଆର୍‌ପିଏଫ୍‌ ଯବାନ ଭାବେ କାର୍ଯ୍ୟ କରୁଥିବା ସ୍ବାମୀ ହାତ ଛାଡ଼ିଦେଇଛନ୍ତି। ଚିକିତ୍ସା ନିମନ୍ତେ ଔଷଧ କିମ୍ବା ଭରଣପୋଷଣ ପାଇଁ ସହଯୋଗ କରୁ ନ ଥିବାରୁ ଦିବ୍ୟାଙ୍ଗ ସାଜିଥିବା ମହିଳା ଜଣକ ଏବେ ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି। ସେନା ଅଧିକାରୀଙ୍କଠାରୁ ଆରମ୍ଭକରି ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ବାପଘର ଲୋକେ ଝିଅକୁ ନ୍ୟାୟ ଦେବାପାଇଁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲାପାଳ ନେତାନନ୍ଦ ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଭୋଳାଗଡ଼ିଆ ଗ୍ରାମର ଲକ୍ଷ୍ମଣ ମାରାଣ୍ଡିଙ୍କ ଝିଅ ସୀତାଙ୍କୁ ବଡ଼ହାଳିଆ ଗ୍ରାମର ଗୁମୁଦା ହଁାସଦା ୨୦୧୮ ନଭେମ୍ବର ୨୫ରେ ପ୍ରେମ ବିବାହ କରିଥିଲେ। ଗୁମୁଦା ଜଣେ ସିଆର୍‌ପିଏଫ୍‌ ଯବାନ ହୋଇଥିବା ବେଳେ ଏବେ ସେ ବିହାର ରେଜିମେଣ୍ଟ ୨୦୫ କୋବ୍ରା ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି। ତେବେ ବିବାହର କିଛି ବର୍ଷ ହସଖୁସିରେ କଟିବା ପରେ ୨୦୨୪ ସେପ୍ଟେମ୍ବର ୪ରେ ସ୍ତ୍ରୀ ଓ ସ୍ବାମୀ ଉଦଳାରୁ ଘରକୁ ଫେରୁଥିବା ବେଳେ ବାରିପଦା-ଉଦଳା ରାସ୍ତାର ନାହ୍ଲୁଆ ଛକ ନିକଟରେ ଅନ୍ୟ ଏକ ବାଇକ୍‌ ତାଙ୍କୁ ଧକ୍କାଦେଇଥିଲା। ଏଥିରେ ଉଭୟେ ଗୁରୁତର ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହୋଇଥିଲେ। ଗୁମୁଦାଙ୍କ ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବା ବେଳେ ସୀତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ବାମୀ ସୁସ୍ଥ ହୋଇ ଚାକିରିରେ ଯୋଗଦେଇଥିବା ବେଳେ ୨ମାସ ଧରି ଆଇସିୟୁରେ ରହିବା ପରେ ସୀତା ଶାଶୁଘରକୁ ଫେରିଥିଲେ। ମାତ୍ର ଦୁର୍ଘଟଣାରେ ଦୁଇଟି ଆଖି ସମ୍ପୂର୍ଣ୍ଣ ନଷ୍ଟହୋଇଥିବାରୁ ଶାଶୁଘର ଲୋକେ ସୀତାଙ୍କ ସେବାଯନତ୍ କରିବାକୁ ଅମଙ୍ଗ ହୋଇ ନଭେମ୍ବରରେ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ସେହିଦିନଠାରୁ ସୀତା ବାପଘରେ ରହି ଆସୁଛନ୍ତି। ଗୋଟିଏ ପଟେ ଆଖି ହରାଇଥିବା ଓ ଅନ୍ୟପଟେ ସ୍ବାମୀ ହାତ ଛାଡ଼ିଦେବାରୁ ସେ ଅସହାୟ ହୋଇପଡ଼ିଛନ୍ତି। ଇତିମଧ୍ୟରେ ଗୁମୁଦା ଦ୍ୱିତୀୟ ବିବାହ ପାଇଁ ସଜବାଜ ହେଉଥିବା ବେଳେ ସୀତା ଘଟଣା ସମ୍ପର୍କରେ ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ଆର୍ଥିକ ସହାୟତା ପାଇଁ ସୀତା ସିଆର୍‌ପିଏଫ୍‌ ମୁଖ୍ୟାଳୟ ଦିଲ୍ଲୀ ଏବଂ ବିହାରରେ ନିବେଦନ କରିଛନ୍ତି। ଦିବ୍ୟାଙ୍ଗ ସୀତାଙ୍କୁ ନ୍ୟାୟ ପ୍ରଦାନ ସହ ସରକାରୀ ସୁବିଧା ଯୋଗାଇଦେବାକୁ ତାଙ୍କ ବାପଘର ଲୋକେ ଦାବି କରିଛନ୍ତି। ଅଭିଯୋଗ ସମ୍ପର୍କରେ ଗୁମୁଦାଙ୍କ ମତାମତ ଜାଣିବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri