ବିଳମ୍ବିତ ରାତିରେ ୩ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ, ନେଇଗଲେ ୧୦ଭରିରୁ ଅଧିକ ସୁନା

ଆନନ୍ଦପୁର ୧୯।୯(ସୁଶାନ୍ତ କୁମାର ସାହୁ): ବିଳମ୍ବିତ ରାତିରେ ବଡ଼ ଧରଣର ଚୋରି। ଘଟଣାରେ ଜଣେ ଅଟକ ସହ ବାଇକ ଜବତ କରାଯାଇଛି। ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ମଠସାହିରେ ବିଳମ୍ବିତ ରାତି ୧୨.୩୦ ରୁ ୧ ଟା ମଧ୍ୟରେ ୩ ଟି ପରିବାରରୁ ଦୁର୍ବୃତ୍ତମାନେ ଘରେ ପଶି କଳାକନା ବୁଲାଇଛନ୍ତି। ଗାଁର ନରେନ୍ଦ୍ର କୁମାର ବାରିକଙ୍କ ଘରୁ ୬ ଭରିରୁ ଉର୍ଦ୍ଧ୍ୱ ସୁନା ସହ ନଗଦ ୫୦,୦୦୦ ଟଙ୍କା, ଗୟାଧର ବାରିକଙ୍କ ଘରୁ ୨ ଭରିରୁ ଉର୍ଦ୍ଧ୍ୱ ସୁନା ସହ ୨୦ ଭରି ରୁପା ନଗଦ ୨୦,୦୦୦ଟଙ୍କା ଓ ବାପୁନ ପାତ୍ରଙ୍କ ଘରୁ ଏକ କାନଫୁଲ ସହିତ ୪୦, ୦୦୦ ଟଙ୍କା ସହ, ଥାଳି, ତସଲା, ବେଲା ନେଇଯାଇଛନ୍ତି। ୩ ଜଣକ ଘରୁ ପାଖାପାଖି ୧୦ଭରିରୁ ଉର୍ଦ୍ଧ୍ୱ ସୁନା, ୨୦ ଭରି ରୁପା ଅଳଙ୍କାର ଲୁଟିବା ସହିତ ଏକ ଲକ୍ଷ ରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଚୋରି କରି ନେଇଯାଇଛନ୍ତି। ଖବର ପାଇ ପୋଲିସ ତ୍ୱରିତ ପଦକ୍ଷେପ ନେବା ସହିତ ଗ୍ରାମର ଯୁବକ ମାନଙ୍କ ସହଯୋଗରେ ଚୋରିରେ ବ୍ୟବହୃତ ଗୋଟିଏ ବାଇକ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣକୁ ଅଟକ ରଖାଯାଇଥିବା ବେଳେ ଅନ୍ୟ କିଛି ଦୁର୍ବୃତ୍ତ ନିକଟସ୍ଥ ଜଙ୍ଗଲ କୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri