କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଗସ୍ତ ସାରି ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱର ଫେରିଛନ୍ତି। ଗତକାଲି ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇ ସ୍ଥାନୀୟ ସର୍କିଟ ହାଉସ୍ରେ ରାତ୍ରି ଯାପନ କରିଥିଲେ। ରାତିରେ ଦଳୀୟ ନେତା, କର୍ମୀ ତଥା ବିଭିନ୍ନ ବର୍ଗର ଲୋକଙ୍କ ସହିତ ଭେଟ କରି ଆଲୋଚନା କରିଥିଲେ। ଆଜି ଦିନରେ ତାଙ୍କୁ ଭେଟି ସମସ୍ୟା ଜଣାଇବାକୁ ଆସିଥିବା ଲୋକଙ୍କୁ ଭେଟିଥିଲେ। ଏହି ଅବସରରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିବା ସହ ଅଭିଯୋଗପତ୍ର ଗ୍ରହଣ କରି ଖୁବ୍ଶୀଘ୍ର ସମାଧାନ କରିବା ନେଇ ଆଶ୍ୱାସନା ଦେଇଥିଲେ।


