ତେଜିଲା ମାକ୍‌ରଁ ବିରୋଧୀ ଆନ୍ଦୋଳନ

ସୋସିଆଲ ମିଡିଆ ନିଷିଦ୍ଧ ଭଳି କେତେକ ଜନବିରୋଧୀ ସରକାରୀ ପଦକ୍ଷେପ ପାଇଁ ନେପାଳରେ ଯୁବ, ଛାତ୍ର ଗୋଷ୍ଠୀ ଯେଭଳି ବ୍ୟାପକ ହିଂସା ଘଟାଇ ଶାସନ ପରିବର୍ତ୍ତନ ନିମନ୍ତେ ପରିବେଶ ସୃଷ୍ଟି କରିଛନ୍ତି, ସେଭଳି ସ୍ଥିତି ବୁଧବାର ୟୁରୋପୀୟ ଦେଶ ଫ୍ରାନ୍ସରେ ଘଟିଛି। ରାଜନୈତିକ ଅସ୍ଥିରତା ଏବଂ ଅର୍ଥନୀତି ଦୁଃସ୍ଥିତିରେ ଅତିଷ୍ଠ ଫ୍ରାନ୍ସବାସୀ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ହିଂସା ଘଟାଇଛନ୍ତି। ‘ବ୍ଲକ୍‌ ଏଭ୍ରିଥିଙ୍ଗ୍‌’ ମୁଭ୍‌ମେଣ୍ଟ ଚଳାଇ ଫ୍ରାନ୍ସ ନାଗରିକମାନେ ବ୍ୟାପକ ପୋଡ଼ାଜଳା କରିଛନ୍ତି। ସରକାରଙ୍କ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଦମନ ପାଇଁ ବଳପ୍ରୟୋଗ ହୋଇଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସିପାରିନାହିଁ। ଏହି ଆନ୍ଦୋଳନ ପ୍ରତି ସ୍ବତଃପ୍ରବୃତ୍ତ ଜନସମର୍ଥନ ଥିବାରୁ ମାକ୍‌ରଁ ସରକାର ପାଇଁ ବିପଦ ଘନେଇଛି।

ପ୍ୟାରିସ୍‌,୧୦ା୯
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁଙ୍କ ବିରୋଧରେ ଦେଶରେ ପୁଣି ମୁଣ୍ଡ ଟେକିଛି ଆନ୍ଦୋଳନ। ମାକ୍‌ରଁ ନିଜ ଅନୁଗତ ତଥା ପ୍ରତିରକ୍ଷା ମନ୍ତ୍ରୀ ସେବାସ୍ତିଆନ୍‌ ଲେକୋର୍ନୁ(୩୯)ଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ବର୍ଷକ ମଧ୍ୟରେ ଦେଶରେ ଚତୁର୍ଥ ଥର ପ୍ରଧାନମନ୍ତ୍ରୀ ନିଯୁକ୍ତି, ରାଜନୈତିକ ଅସ୍ଥିରତା ଓ ଆର୍ଥିକ ନିଅଣ୍ଟ ସ୍ଥିତିକୁ ନେଇ କ୍ଷୁବ୍ଧ ଫରାସୀ ନାଗରିକମାନେ ବୁଧବାର ମାକ୍‌ରଁ ଏବଂ ତାଙ୍କ ସରକାର ବିରୋଧରେ ବଡ଼ଧରଣର ବିକ୍ଷୋଭ କରିଛନ୍ତି। ‘ବ୍ଲକ୍‌ ଏଭ୍ରିଥିଙ୍ଗ୍‌ ମୁଭ୍‌ମେଣ୍ଟ’ ବ୍ୟାନରରେ ରାଜଧାନୀ ପ୍ୟାରିସ୍‌ ସମେତ ଦେଶର ବିଭିନ୍ନ ଭାଗରେ ରାସ୍ତା ଅବରୋଧ କରି ଯାନବାହନଗୁଡ଼ିକୁ ଜଳାପୋଡ଼ା କରିଛନ୍ତି। ଆନ୍ଦୋଳନକାରୀଙ୍କ ଜଳାପୋଡ଼ା ଓ ଭଙ୍ଗାରୁଜା ଭିତରେ ଏହି ୟୁରୋପୀୟ ରାଷ୍ଟ୍ର ଅଶାନ୍ତ ହୋଇପଡ଼ିଛି। ପରିବହନ ଓ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବିକ୍ଷୋଭକାରୀମାନେ ବିଦ୍ରୋହର ପରିବେଶ ସୃଷ୍ଟି କରୁଥିବା ଦର୍ଶାଇ ପ୍ରାୟ ୩୦୦ ଜଣଙ୍କୁ ଗିରଫ କରାଯାଇଥିବା ଗୃହମନ୍ତ୍ରୀ ବୁର୍ନୋ ରିଟାଇଲ୍ଲେଉ କହିଛନ୍ତି। ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସାରା ଦେଶରେ ୮୦,୦୦୦ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଏହାସତ୍ତ୍ୱେ ବିକ୍ଷୋଭକାରୀମାନେ ବ୍ୟାରିକେଡ୍‌ ଭାଙ୍ଗି, ଟାୟାର ଜାଳି ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ୟାରିସ୍‌ରେ ଅଳିଆଗଦାଗୁଡ଼ିକରେ ସେମାନେ ନିଅଁା ଲଗାଇଦେବାରୁ ରାଜଧାନୀର ପ୍ରମୁଖ ଅଞ୍ଚଳରେ ଲୋକେ ଯାତାୟାତ କରିପାରିନାହାନ୍ତି।
ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଫ୍ରାଙ୍କୋଇସ୍‌ ବେରୌ ସୋମବାର ପାର୍ଲାମେଣ୍ଟରେ ଆସ୍ଥା ହରାଇବା ପରେ ନିଜ ପଦରୁ ବିଦା ହୋଇଛନ୍ତି। ମାତ୍ର ୯ ମାସ ପ୍ରଧାନମନ୍ତ୍ରୀ ରହିଥିବା ୭୪ ବର୍ଷୀୟ ବେରୌଙ୍କ ପ୍ରତି ଏମ୍‌ପିମାନେ ଅନାସ୍ଥା ପ୍ରକଟ କରିବା ପରେ ସମ୍ବିଧାନର ଅନୁଚ୍ଛେଦ ୫୦ ଅନୁଯାୟୀ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣାକ୍ରମ ୟୁରୋପର ଦ୍ୱିତୀୟ ସର୍ବବୃହତ୍‌ ଅର୍ଥନୀତି ପାଇଁ ନୂଆ ସଙ୍କଟକୁ ଡାକିଆଣିଛି। ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ କାଳବିଳମ୍ବ ନ କରି ମଙ୍ଗଳବାର ପ୍ରତିରକ୍ଷାମନ୍ତ୍ରୀ ସେବାସ୍ତିଆନ୍‌ ଲେକୋର୍ନୁଙ୍କୁ ବେରୌଙ୍କ ନୂଆ ଉତ୍ତରାଧିକାରୀ ଚୟନ କରିଛନ୍ତି। ୧୨ ମାସ ମଧ୍ୟରେ ଚତୁର୍ଥ ଥର ପ୍ରଧାନମନ୍ତ୍ରୀ ପରିବର୍ତ୍ତନକୁ ଦେଶବାସୀ ଗ୍ରହଣ କରିପାରି ନାହାନ୍ତି। ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇ ଅର୍ଥନୀତି ଖରାପ ଆଡ଼କୁ ଗତି କରୁଥିବାବେଳେ ମାକ୍‌ରଁ ସେଥିପ୍ରତି ଅଣଦେଖା କରୁଥିବାରୁ ଦେଶରେ ଅସନ୍ତୋଷ
ତେଜିଲା ମାକ୍‌ରଁ …
ବଢ଼ିବାରେ ଲାଗିଛି। ଦେଖିବାକୁ ଗଲେ ଫ୍ରାନ୍ସରେ ରାଜନୈତିକ ସ୍ତରରେ ଭୁଲ୍‌ ପଦକ୍ଷେପ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ୟୁରୋପୀୟ ପାର୍ଲାମେଣ୍ଟରେ ମାକ୍‌ରଁଙ୍କ ଦଳର ଦୁର୍ବଳ ପ୍ରଦର୍ଶନ ପରେ ସାନି ନିର୍ବାଚନ କରାଇବା ନେଇ
ନିଷ୍ପତ୍ତି ତାଙ୍କ ସରକାରକୁ ଆହୁରି ଅସ୍ଥିର କରିଦେଇଥିଲା। ନୂଆ ନ୍ୟାଶନାଲ ଆସେମ୍ବ୍ଲି ବାମପନ୍ଥୀ ବ୍ଲକ୍‌, ମାରିନ୍‌ ଲି ପେନ୍‌ଙ୍କ ନ୍ୟାଶନାଲ ପାର୍ଟି ଓ ସେଣ୍ଟ୍ରିଷ୍ଟଙ୍କୁ ନେଇ ଭାଗଭାଗ ହୋଇଯାଇଛି। ଏଥିଯୋଗୁ ପୂର୍ବରୁ ୩ ଜଣ ପ୍ରଧାନମନ୍ତ୍ରୀ ଗାବ୍ରିଏଲ୍‌ ଅଟ୍ଟଲ, ମିଶେଲ ବର୍ନିଏ ଓ ଫ୍ରାଙ୍କୋଇସ୍‌ ବେରୌଙ୍କୁ ପଦ ହରାଇବାକୁ ପଡ଼ିଛି। ଅର୍ଥନୀତିଜ୍ଞମାନେ କହିଛନ୍ତି, ଫ୍ରାନ୍ସରେ ସ୍ଥିରତା ଆଣିବାକୁ ହେଲେ ଟିକସ ବୃଦ୍ଧି ଓ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫% ଖର୍ଚ୍ଚ କାଟ୍‌ ପାଇଁ ପଦକ୍ଷେପ ନେବାକୁ ପଡ଼ିବ। ଏହି ସବୁ ପ୍ରସଙ୍ଗରେ ମାକ୍‌ରଁଙ୍କ ଉଦାସୀନତାକୁ ଦେଶବାସୀ ନାପସନ୍ଦ କରି ‘ବ୍ଲକ୍‌ ଏଭ୍ରିଥିଙ୍ଗ୍‌ ମୁଭ୍‌ମେଣ୍ଟ’ ଚଳାଇଛନ୍ତି। ବିଶେଷକରି ଟିକ୍‌ଟକ୍‌, X ଓ ଏନ୍‌କ୍ରିପ୍ଟେଡ୍‌ ମେସେଜିଂ ଚ୍ୟାନେଲଗୁଡ଼ିକରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସମ୍ପ୍ରତି ଦାନା ବାନ୍ଧିବାରେ ଲାଗିଛି। ଷ୍ଟ୍ରାଇକ୍‌, ବର୍ଜନ, ରାସ୍ତାରେ ବିକ୍ଷୋଭ ସହ ଶ୍ରମିକ, ଛାତ୍ରୀଛାତ୍ର ଓ ଅଧିକାର କର୍ମୀମାନେ ମାକ୍‌ରଁଙ୍କ ଅସମାନତା ନୀତିକୁ ଜୋର୍‌ଦାର ବିରୋଧ କରୁଛନ୍ତି। ଏହି ଆନ୍ଦୋଳନର କେହି କେନ୍ଦ୍ରୀୟ ନେତୃତ୍ୱ ନାହାନ୍ତି। ଏହାସତ୍ତ୍ୱେ ରାସ୍ତା ଅବରୋଧ, ବ୍ୟାଙ୍କରୁ ଅର୍ଥ ଉଠାଣ ଓ ବଡ଼ ସଂସ୍ଥାଗୁଡ଼ିକୁ ବର୍ଜନ କରିବା ୨୦୧୮-୧୯ର ‘ୟେଲୋ ଭେଷ୍ଟ’ ପ୍ରୋଟେଷ୍ଟର ସ୍ମୃତିକୁ ଉଜ୍ଜୀବିତ କରିଛି। ପୋଲିସ ବୁଧବାର ସକାଳେ ୭୫ ଜଣଙ୍କୁ ଅଟକ ରଖିଥିବାବେଳେ ଅପରାହ୍ନ ହେଲାବେଳକୁ ଗିରଫ ଆନ୍ଦୋଳନକାରୀଙ୍କ ସଂଖ୍ୟା ୩୦୦ ଛୁଇଁଛି। ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ନିସ୍‌, ମାର୍ସିଲେ, ବସ୍ତିଆ, ଆଜାକ୍କିଓ ଓ ଅନ୍ୟ ସହରଗୁଡ଼ିକରେ ବିମାନବନ୍ଦର ପାଇ ସତର୍କତା ଜାରି କରିଛନ୍ତି। ଯାତ୍ରୀମାନେ ସେମାନଙ୍କ ବିମାନ ଚଳାଚଳରେ ବିଳମ୍ବ ଓ ରଦ୍ଦ ନେଇ ଯାଞ୍ଚ କରିନିଅନ୍ତୁ ବୋଲି ପରାମର୍ଶ ଦିଆଯାଇଛି। ଏସବୁ ଭିତରେ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତି ସହ ମାକ୍‌ରଁଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ଉଭା ହୋଇଛି। ରାଷ୍ଟ୍ରପତି ଭୋଟରଙ୍କ ନୈରାଶ୍ୟକୁ ଅଣଦେଖା କରି ନିଜ ଅନୁଗତଙ୍କୁ ଥଇଥାନ କରିବାକୁ ଉଦ୍ୟମ କରିଥିବା ସୋସିଆଲିଷ୍ଟ ପାର୍ଟି ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri