ଗଞ୍ଜାମ,୫।୯(ବିଦ୍ୟାଧର ସାହୁ ): ତାମିଲନାଡୁର ଚେନ୍ନାଇ ସ୍ଥିତ ନେହୁର ଇନଡୋର ଷ୍ଟାଡିୟମରେ ୱାକୋ ଇଣ୍ଡିଆ କିକବକ୍ସିଂ ଫେଡେରେଶନ ଦ୍ୱାରା ଆୟୋଜିତ କିକ ବକ୍ସିଂ ପ୍ରତିଯୋଗିତାରେ ରୌପ୍ୟ ହାସଲକାରୀ ପାୟଲ ନାହାକଙ୍କୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଚେନ୍ନାଇରୁ ଫେରିବା ପରେ ପାୟଲ ଛତ୍ରପୁରସ୍ଥିତ ଭାଜପା କାର୍ଯ୍ୟାଳୟ ଯାଇ ବିଧାୟକଙ୍କୁ ଭେଟିଥିଲେ। ଚିଲ୍ଡରେନ ଓ କ୍ୟାଡେଟ ଆୟୋଜିତ ହୋଇଥିବା ୱକୋ ଭାରତ ଜାତୀୟ କିକବକ୍ସିଂ ଚାମ୍ପିଅନଶିପ ୨୦୨୫ରେ ଓଡ଼ିଶାର ଗଞ୍ଜାମ ବ୍ଲକର ପାୟଲ ନାହକ (୯ ବର୍ଷ) ଜିଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଚାମ୍ପିଅନଶିିପରେ ଗଞ୍ଜାମର ପାୟଲ ୩୩ କିଲୋ ବର୍ଗରେ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଏକ ବିରାଟ ସଫଳତା ହାସଲ କରିଥିଲେ। ଏଥିସହ ଅନୁଗୋଳ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କିକ ବକ୍ସିଂ ପ୍ରତିଯୋଗିତାରେ ମଧ୍ୟ ପାୟଲ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିଲେ । ବିଧାୟକଙ୍କୁ ଭେଟିବା ବେଳେ ପାୟଲଙ୍କ କୋଚ ପ୍ରମୋଦ ଆପତେ, ପୂର୍ବତନ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ, ଶ୍ରମିକ ସଂଗଠନ ନେତା ଦୁର୍ଯ୍ୟେଧନ ରେଡି ଏବଂ ପାୟଲଙ୍କ ବାପା ପ୍ରଶାନ୍ତ କୁମାର ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।


