Posted inଜାତୀୟ

ଶସ୍ତାରେ ଘର କିଣିବାକୁ ଚାହୁଁଛନ୍ତି? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୪।୯: ସେପ୍ଟେମ୍ବର 3 ରେ, GST ପରିଷଦ ସିମେଣ୍ଟ ଉପରେ ଟିକସ ହାର 28 ପ୍ରତିଶତରୁ 18 ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ପଦକ୍ଷେପ ଦ୍ୱାରା ରିଅଲ ଇଷ୍ଟେଟ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଆଶା କରାଯାଉଛି। ଘର କିଣିବାକୁ ଚାହୁଁଥିବା ଲୋକମାନେ କମ ର୍ନିମାଣ ଖର୍ଚ୍ଚର ଲାଭ ପାଇପାରିବେ। ଯାହା ଯୋଗୁଁ ଘରଗୁଡ଼ିକ ଅଧିକ ସୁଲଭ ହେବ ଏବଂ ସରକାରଙ୍କ “ସମସ୍ତଙ୍କ ପାଇଁ ଗୃହ” ମିଶନକୁ ପ୍ରୋତ୍ସାହନ ମିଳିବ। ସରକାରଙ୍କ ଏହି ନିଷ୍ପତ୍ତି ଉପରେ ରିଅଲ ଇଷ୍ଟେଟ ବିଶେଷଜ୍ଞମାନେ କ’ଣ କହୁଛନ୍ତି ଏବଂ ସାଧାରଣ ଲୋକମାନେ ଏହା ଦ୍ୱାରା କିପରି ଲାଭ ପାଇପାରିବେ ତାହା ମଧ୍ୟ ଆମେ ଆପଣଙ୍କୁ ଜଣାଇବୁ।

ହିରଣନ୍ଦାନୀ ଏବଂ NAREDCO ଜାତୀୟ ସଭାପତି ନିରଞ୍ଜନ ହିରଣନ୍ଦାନୀ କହିଛନ୍ତି ଯେ ରିଅଲ ଇଷ୍ଟେଟ ଏବଂ ଭିତ୍ତିଭୂମି କ୍ଷେତ୍ର ପାଇଁ, ସିମେଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ର୍ନିମାଣ ସାମଗ୍ରୀ ଉପରେ GSTକୁ 28 ପ୍ରତିଶତରୁ 18 ପ୍ରତିଶତକୁ ହ୍ରାସ କରିବା ଏକ ଐତିହାସିକ ସଂସ୍କାର। ଏହା ମୂଲ୍ୟକୁ ଯଥେଷ୍ଟ ହ୍ରାସ କରିବ, ପ୍ରକଳ୍ପଗୁଡ଼ିକର କାର୍ଯ୍ୟକ୍ଷମତାରେ ଉନ୍ନତି ଆଣିବ ଏବଂ ସାରା ଦେଶରେ ଭିତ୍ତିଭୂମି ବିକାଶରେ ବୃଦ୍ଧି ଘଟିବ। ସେ କହିଛନ୍ତି ଯେ, ବିଶେଷକରି ସୁଲଭ ଗୃହ ର୍ନିମାଣ ଲାଭଦାୟକ ହେବ କାରଣ ର୍ନିମାଣ ଖର୍ଚ୍ଚ ହ୍ରାସର ଲାଭ ଘର କ୍ରେତାଙ୍କ ପାଖରେ ପହଞ୍ଚାଇ ହେବ, ଯାହା ଘରଗୁଡ଼ିକୁ ଅଧିକ ସୁଗମ କରିବ ଏବଂ ସରକାରଙ୍କ ’ସମସ୍ତଙ୍କ ପାଇଁ ଗୃହ’ ମିଶନକୁ ମଧ୍ୟ ବୃଦ୍ଧି କରିବ। ଏହି ସଂସ୍କାର କେବଳ ଡେଭଲପରମାନଙ୍କ ପାଇଁ ପ୍ରୋତ୍ସାହନ ନୁହେଁ ବରଂ ଗ୍ରାହକ, ଗୃହ କ୍ଷେତ୍ର ଏବଂ ଭାରତର ଦୀର୍ଘକାଳୀନ ଅଭିବୃଦ୍ଧି କାହାଣୀ ପାଇଁ ମଧ୍ୟ ଲାଭଦାୟକ। ସେ ଆହୁରି କହିଛନ୍ତି ଯେ GST ସଂସ୍କାର ଭାରତୀୟ ଗ୍ରାହକଙ୍କ ପାଇଁ ଏକ ଉତ୍ସବ ଉପହାର ଏବଂ ଅର୍ଥନୀତି ପାଇଁ ଏକ ରଣନୈତିକ ପ୍ରୋତ୍ସାହନ।

NAREDCO ଜାତୀୟ ସଭାପତି ଜି ହରି ବାବୁ କହିଛନ୍ତି ଯେ ଏହି ନିଷ୍ପତ୍ତିର ସମୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ପାର୍ବଣ ଋତୁରେ ଘୋଷଣା କରାଯାଇଥିବା ଏହି ନିଷ୍ପତ୍ତି ଗ୍ରାହକ ଭାବନାକୁ ଉନ୍ନତ କରିବ ଏବଂ ନୂତନ ଚାହିଦା ସୃଷ୍ଟି କରିବ। ଏହା ଅର୍ଥନୀତିକୁ ମଜବୁତ କରିବ, ଗୃହ କ୍ରେତାଙ୍କୁ ସମର୍ଥନ କରିବ ଏବଂ ବିକାଶକମାନଙ୍କୁ ଉତ୍ସାହିତ କରିବ। ସେ କହିଛନ୍ତି ଯେ ଏହା ଗ୍ରାହକ, ରିଅଲ ଇଷ୍ଟେଟ କ୍ଷେତ୍ର ଏବଂ ଦେଶର ଅଭିବୃଦ୍ଧି କାହାଣୀ ପାଇଁ ଲାଭଦାୟକ। ଆମେ ଏହାକୁ ଏକ ପ୍ରଗତିଶୀଳ ପଦକ୍ଷେପ ଭାବରେ ଦେଖୁଛୁ ଯାହା ଭାରତୀୟ ଅର୍ଥନୀତିକୁ ଦୀର୍ଘକାଳୀନ ଗତି ପ୍ରଦାନ କରିବ। TaxManager.in ର ପ୍ରତିଷ୍ଠାତା ଏବଂ ସିଇଓ ଦୀପକ କୁମାର ଜୈନ HT କୁ କହିଛନ୍ତି ଯେ ସିମେଣ୍ଟ ଭଳି ପ୍ରମୁଖ ର୍ନିମାଣ ସାମଗ୍ରୀ ଉପରେ GST ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବା ଦ୍ୱାରା ରିଅଲ ଇଷ୍ଟେଟ, ବିଶେଷ ଭାବରେ ଲାଭବାନ ହେବାର ଆଶା କରାଯାଉଛି। ଏହି ପଦକ୍ଷେପ ସାମଗ୍ରିକ ର୍ନିମାଣ ଖର୍ଚ୍ଚକୁ କିଛି ପରିମାଣରେ ହ୍ରାସ କରିବାରେ ସାହାଯ୍ୟ କରିବ।

୫୬ତମ GST ପରିଷଦ ବୈଠକରେ, ୧୨ ପ୍ରତିଶତ ଏବଂ ୨୮ ପ୍ରତିଶତ ହାରକୁ ମିଶ୍ରଣ କରି GST ହାରକୁ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଦୁଇଟି ସ୍ଲାବରେ ଯୁକ୍ତିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେପ୍ଟେମ୍ବର ୩ ତାରିଖରେ ପରିଷଦ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଥିଲେ ଯେ ସର୍ବପ୍ରଥମେ ମୁଁ କହିବାକୁ ଚାହୁଁଛି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ୧୫ ଅଗଷ୍ଟରେ ଲାଲକିଲ୍ଲାରୁ ଭାଷଣ ଦେଇ ଏହି କ୍ଷେତ୍ରରେ ପରବର୍ତ୍ତୀ ପିଢ଼ିର ସଂସ୍କାର ପାଇଁ ଏକ ନୂତନ ଦିଗ ସ୍ଥିର କରିଥିଲେ। ସେ ଇଚ୍ଛା ପ୍ରକାଶ କରିଥିଲେ ଯେ ଆମେ ଯଥାଶୀଘ୍ର ଲୋକମାନଙ୍କୁ ଲାଭ ପ୍ରଦାନ କରିବା ଉଚିତ। ଏହି ସଂସ୍କାର କେବଳ ହାରକୁ ଯୁକ୍ତିଯୁକ୍ତ କରିବା ଉପରେ ଆଧାରିତ ନୁହେଁ।

ଏହା ସାଂରଚନିକ ସଂସ୍କାର ଉପରେ ମଧ୍ୟ ଆଧାରିତ। ଏହା ଜୀବନକୁ ସହଜ କରିବା ଉପରେ ମଧ୍ୟ ଆଧାରିତ ଯାହା ଦ୍ୱାରା ବ୍ୟବସାୟଗୁଡ଼ିକ GST ସହିତ ବ୍ୟବସାୟ କରିପାରିବେ। ସେ ଆହୁରି କହିଛନ୍ତି ଯେ ଆମେ ଓଲଟା ଶୁଳ୍କ ଗଠନର ସମସ୍ୟାଗୁଡ଼ିକୁ ସମାଧାନ କରିଛୁ। ଆମେ ବର୍ଗୀକରଣ ସମସ୍ୟାର ସମାଧାନ କରିଛୁ ଏବଂ ସ୍ଥିରତା ଏବଂ ପୂର୍ବାନୁମାନ ସୁନିଶ୍ଚିତ କରିଛୁ। ଆମେ ସ୍ଲାବ ହ୍ରାସ କରିଛୁ। ଏବେ କେବଳ ଦୁଇଟି ସ୍ଲାବ ରହିବ, ଏବଂ ଆମେ କ୍ଷତିପୂରଣ ପ୍ରସଙ୍ଗ ଉପରେ ଧ୍ୟାନ ଦେଉଛୁ, ଜୀବନକୁ ସହଜ କରିବା, ପଞ୍ଜୀକରଣକୁ ସରଳ କରିବା, ରିଟର୍ଣ୍ଣ ଫାଇଲିଂ ଏବଂ ରିଫଣ୍ଡ।

 


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri