ଅଣଛାତ୍ରଙ୍କ ଉପରେ ଆଜିଠୁ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୪ା୯(ସୁଚିସ୍ମିତା ସାହୁ): ଅଣଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଅଣଛାତ୍ର ରହୁଥିବାରୁ କ୍ୟାମ୍ପସ୍‌ରେ ଉତ୍ତେଜନା ଲାଗି ରହିଛି। ମଙ୍ଗଳବାର ହଷ୍ଟେଲ୍‌ ଯାଞ୍ଚ କରିବାକୁ ଯିବା ସମୟରେ ଅଣଛାତ୍ରମାନେ ଡେପୁଟି ୱାର୍ଡେନ୍‌ ଓ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ତାଲା ପକାଇବା ସହ ଢେଲା ଓ ପଥରମାଡ଼ କରିଥିଲେ। ତେବେ ବୁଧବାର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଚେତାବନୀ ପରେ କ୍ୟାମ୍ପସ୍‌ରୁ ଅଣଛାତ୍ରଙ୍କୁ ବାହାର କରିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସ୍ତୁତ ହେଉଛନ୍ତି। ଗୁରୁବାର ଡେଡ୍‌ଲାଇନ୍‌ ଥିବାରୁ ରେସିଡେନ୍ସିଆଲ୍‌ କମିଟି ବୈଠକ ବସି ଅଣଛାତ୍ରଙ୍କୁ ବାହାର କରିବାକୁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯିବ ବୋଲି ଜଣେ ବରିଷ୍ଠ ଅଧ୍ୟାପକ ସୂଚନା ଦେଇଛନ୍ତି।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ରହୁଥିବା ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ତାରିଖ ସୁଦ୍ଧା ସମସ୍ତ ଅଣଛାତ୍ର ହଷ୍ଟେଲ ଛାଡିବାକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୋଟିସ ଜାରି କରିଥିଲେ। ଅଣଛାତ୍ରଙ୍କୁ ବାହାର କରିବା ପାଇଁ ପ୍ରୟାସ କରିଥିବାରୁ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା। ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦେଖି ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାର କୁଳପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟର ନିୟମାବଳୀ ଉପରେ ଯେପରି କୌଣସି ଆଞ୍ଚ ନ ଆସିବ, ସେହି ନିୟମ ଅନୁସାରେ କୁଳପତି ନିଷ୍ପତି ନେଇପାରିବେ। ଯଦି ଏଥିରେ କୌଣସି ବିରୋଧ ଆସୁଛି, ତେବେ ଆଇନ ଅନୁସାରେ ଦଣ୍ଡ ବିଧାନ କରାଯାଉ। ଅଣଛାତ୍ରମାନେ ଯଦି କୌଣସି ଶୈକ୍ଷିକ ବାତାବରଣରେ ନ ଥିବେ, ତେବେ ସେମାନଙ୍କୁ ବାହାର କରାଯିବ। ରାଜ୍ୟ ସରକାର ସବୁବେଳେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଙ୍କ ସପକ୍ଷରେ ରହିବେ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।
ସୂଚନାଯୋଗ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଅଣଛାତ୍ରଙ୍କ ରାଜ୍‌ ଚାଲିଛି। ବିଶ୍ୱବିଦ୍ୟାଳୟରେ ପାଠପଢ଼ା ସରିବାର ବର୍ଷ ବର୍ଷ ବିତି ଯାଇଥିଲେ ସୁଦ୍ଧା ସେମାନେ ହଷ୍ଟେଲ ଛାଡୁନାହାନ୍ତି। ସେହିପରି ବହୁ ଛାତ୍ର ହଷ୍ଟେଲ ରୁମ୍‌ଗୁଡିକୁ ବେଆଇନ ଭାବେ କବ୍‌ଜା କରି ଅଣଛାତ୍ରଙ୍କୁ ବିକ୍ରି କରୁଥିବା ଅଭିଯୋଗ ହେଉଛି। ତେଣୁ ଅଣଛାତ୍ରମାନେ ହଷ୍ଟେଲରେ ରହି କ୍ୟାମ୍ପସରେ ଆପରାଧିକ ଓ ରାଜନୈତିକ କାର୍ଯ୍ୟକଳାପ ଜାରି ରଖୁଥିବାରୁ କ୍ୟାମ୍ପସ୍‌ ଅନେକ ସମୟରେ ଅଶାନ୍ତ ହୋଇପଡୁଛି। ଛାତ୍ରୀଛାତ୍ରଙ୍କ ପାଠପଢ଼ା ସମେତ ବିଶ୍ୱବିଦ୍ୟାଳୟ ପରିଚାଳନାରେ ମଧ୍ୟ ବ୍ୟାଘାତ ଘଟୁଛି। ସେମାନଙ୍କୁ ବାହାର କରିବାକୁ ଛାତ୍ରୀଛାତ୍ରମାନେ ବାରମ୍ବାର ଆନ୍ଦୋଳନ କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଦୃଢ଼ ପଦକ୍ଷେପ ନେଉ ନ ଥିଲେ। ନିକଟରେ ହଷ୍ଟେଲରେ ରହୁଥିବା ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିବା ପରେ କର୍ତ୍ତୃପକ୍ଷଙ୍କ ଚେତା ପଶିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri