ସବୁ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ ଧୂଅଁ।ବାଣ

ବ୍ରହ୍ମପୁର ଅଫିସ,୨ା୯-ବ୍ରହ୍ମପୁର ମହାନଗର ନିଗମ ପାଇଁ ମହୁଡ଼ାରେ ପ୍ରସ୍ତାବିତ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିମନ୍ତେ ମୁଖ୍ୟମନ୍ତ୍ରୀ ୨୦୧୩ ଅକ୍ଟୋବର ୩ରେ ଶିଳାନ୍ୟାସ କରିଥିଲେ । ଏହାର ୬ ବର୍ଷ ପୁରିବାକୁ ଯାଉଛି ଏବଂ ପ୍ରକଳ୍ପ ସ୍ଥାନରେ କେବଳ ପ୍ରାଚୀର ନିର୍ମାଣରେ ଅଟକିଛି ।
ଏଭଳି ସ୍ଥିତିରେ ଗଞ୍ଜାମ ଜିଲାର ସବୁ ସହରାଞ୍ଚଳରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣ କରାଯିବାର ସରକାରୀ ଘୋଷଣା ଧୂଅଁାବାଣ ହୋଇଥିବା ଜିଲା କଂଗ୍ରେସ ସମାଲୋଚନା କରିଛି। ଅନ୍ୟପକ୍ଷରେ ବିଏମ୍‌ସିର ‘ମୋ ସହର, ପରିଷ୍କାର ସହର’ (ମାଇ ସିଟି, କ୍ଲିନ ସିଟି) ଯୋଜନା ପ୍ରହସନରେ ପରିଣତ ହୋଇଥିବା କଂଗ୍ରେସ ସଙ୍ଗିନ ଅଭିଯୋଗ କରିଛି ।
ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଆଇନଜୀବୀ ପୀତବାସ ପଣ୍ଡା ରବିବାର କହିଛନ୍ତି, ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ପ୍ରଶାସନ ପକ୍ଷରୁ ଛତ୍ରପୁରରେ ଏକ ବୈଠକ ଅନୁଷ୍ଠିତ ହୋଇ ଗଞ୍ଜାମର ୧୮ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯିବାର ପ୍ରଚାର କରାଯାଇଛି । ଜିଲାର ବଡ଼ ସହର ବ୍ରହ୍ମପୁର ପାଇଁ ଗୋଟିଏ ପ୍ରକଳ୍ପ ନିର୍ମାଣ ହୋଇପାରୁ ନ ଥିବା ବେଳେ ସବୁ ସହରାଞ୍ଚଳରେ ମାତ୍ର ୬ ରୁ ୭ ମାସ ମଧ୍ୟରେ କିଭଳି ହେବ ବୋଲି ପଣ୍ଡା ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି, ୨୦୧୩ ରେ ପିପିପି ମୋଡରେ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିର୍ମାଣ ଲାଗି ପ୍ରସ୍ତାବ ରଖାଗଲା । ଏଥିପାଇଁ ୭୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା ।
ଗୁଜରାଟର ଏକ ଘରୋଇ ଉଦ୍ୟୋଗ ଦ୍ୱାରା ପ୍ଲାଣ୍ଟ ନିର୍ମାଣ କରାଯିବା ନିଷ୍ପତ୍ତି ନିଆଯାଇଥିଲା । ଇଣ୍ଟର ନ୍ୟାଶନାଲ ଫାଇନାନ୍ସ କର୍ପୋରେଶନ (ଆଇଏଫସି)ର ଜଣେ ମହିଳା ଅଧିକାରୀ ମଧ୍ୟସ୍ଥ ସାଜିଥିଲେ ।
ଗୁଜରାଟର ସେହି ଉଦ୍ୟୋଗକୁ ସେ ବାଛିଥିଲେ। ପ୍ଲାଣ୍ଟ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ନିକଟ ମହୁଡ଼ାରେ ଆବଶ୍ୟକ ଜମି ଚିହ୍ନଟ ପରେ ୨୦୧୩ ଅକ୍ଟୋବର ୩ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭ ଦିଆଯାଇଥିଲା। ବିଏମ୍‌ସି ସହିତ ହୋଇଥିବା ଚୁକ୍ତିନାମା ସେହି ଉଦ୍ୟୋଗ ଖିଲାପ କରି ପ୍ରକଳ୍ପ ନିର୍ମାଣରୁ ଓହରିଗଲା ।
ଅନ୍ୟପକ୍ଷରେ ବ୍ରହ୍ମପୁରରୁ ଦୈନିକ ୧୪୦ ରୁ ୧୫୦ ଟନ ବର୍ଜ୍ୟବସ୍ତୁ ଉପତ୍ନ୍ନ ହେଉଛି । ରେଶମ ନଗରୀର ଆବର୍ଜନା ପରିଚାଳନାକୁ ମହୁଡ଼ା ଅଞ୍ଚଳବାସୀ ବିରୋଧ କରୁଛନ୍ତି ।
ଏଭଳି ସ୍ଥିତିରେ ପ୍ଲାଣ୍ଟ ନିର୍ମାଣରେ ପ୍ରତିବନ୍ଧକ ଦେଖାଦେଇଛି । ମହୁଡ଼ାରେ ପ୍ଲାଣ୍ଟ ନିର୍ମାଣ ପାଇଁ ବିଏମ୍‌ସି ୪୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଋଣ ଆଣି ମଧ୍ୟ କାର୍ଯ୍ୟକାରୀ କରିପାରୁ ନ ଥିବା କଂଗ୍ରେସ ସମାଲୋଚନା କରିଛି ।
ତେଣୁ ବିଏମ୍‌ସିର ଯୋଜନା ଫସର ଫାଟିବାର ତାଚ୍ଛଲ୍ୟ କରାଯାଇଛି। ତେଣୁ ଜିଲାର ୧୮ ସହରାଞ୍ଚଳରେ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିର୍ମାଣ ଘୋଷଣା ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିବା କାର୍ଯ୍ୟକାରୀ ସଭାପତି କଟାକ୍ଷ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଆଉ ୮ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ...

ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ଟିକେଟ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ...

ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଏଇଠୁ ଲଢିବେ…

ଭୁବନେଶ୍ୱର,୨୭।୪: ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ବିଧାନସଭା ନିର୍ବାଚନ ପାଇଁ ବାକି ଥିବା ୮ ଆସନରେ ପ୍ରାର୍ଥୀ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri