ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କର ରାଜକୁମାର ବୁଧ ମାସରେ ଦୁଇଥର ରାଶି ପରିବର୍ତ୍ତନ କରିଥାନ୍ତି। ଏହାର ପ୍ରଭାବ ୧୨ ରାଶିଙ୍କ ଜୀବନରେ ପଡ଼ିଥାଏ। ଏହି କ୍ରମରେ ସେପ୍ଟେମ୍ବର ମାସ ଆରମ୍ଭରେ ବୁଧ ସିଂହ ରାଶିରେ ବିରାଜମାନ ରହିବେ। ଏହା ଫଳରେ ଶୁଭ ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଶୀଘ୍ର ବୁଧ ଅରୁଣଙ୍କ ସହ ମିଶି କେନ୍ଦ୍ର ଯୋଗ ସୃଷ୍ଟି କରିବେ। ଫଳରେ ଏହି ୩ ରାଶିର ଜାତକଧାରୀ ବିଶେଷ ଲାଭ ପାଇବେ। ଆସନ୍ତୁ ଜାଣିବା ଏହି ଭାଗ୍ୟବାନ ରାଶି ବିଷୟରେ…
ବୃଷ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ବୁଧ-ଅରୁଣ କେନ୍ଦ୍ର ଯୋଗ ଲାଭକାରୀ ରହିବ। ଏହି ରାଶିରେ ବୁଧ ଚତୁର୍ଥ ସ୍ଥାନରେ ଅଛନ୍ତି। ଏମିତିରେ ଏହି ରାଶିର ଜାତକଧାରୀଙ୍କୁ ବିଶେଷ ଲାଭ ମିଳିବ। ଦୀର୍ଘଦିନ ଧରି ଅଟକିଥିବା କାମ ପୂରଣ ହେବ। ଜମିଜମା ମାମଲାରେ ଆପଣଙ୍କୁ ସଫଳତା ମିଳିବ। ସୁଖସୁବିଧା ବୃଦ୍ଧି ପାଇବ। ଏହାଛଡ଼ା ଉଚ୍ଚାଧିକାରୀଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ହୋଇପାରେ। ଫଳରେ ଚାକିରିରେ ବହୁତ ଲାଭ ମିଳିପାରେ।
କର୍କଟ ରାଶି: ବୁଧ-ଅରୁଣ ସଂଯୋଗ ଯୋଗୁ ସୃଷ୍ଟି ହୋଇଥିବା କେନ୍ଦ୍ର ଯୋଗ ଏହି ରାଶିର ଜାତକଧାରୀଙ୍କ ପାଇଁ ଭଲ ରହିବ। ଆକସ୍ମିକ ଧନଲାଭର ଯୋଗ ରହିଛି। ଦୀର୍ଘଦିନ ଧରି ଅଟକିଥିବା କାମ ପୂରଣ ହେବା ସହ ଜୀବନରେ ଖୁସି ଫେରିବ। ଛାତ୍ରମାନଙ୍କ ପାଇଁ ଏହି ସମୟ ବେଶ ଭଲ ରହିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି କରୁଥିବା ଜାତକଧାରୀଙ୍କୁ ବିଶେଷ ଫଳ ମିଳିବ। ଜୀବନରେ ଖୁସି ଫେରିବ।
ତୁଳା ରାଶି: ଏହି ରାଶିର ଜାତକଧାରୀଙ୍କ ଭାଗ୍ୟ ଚମକିବ। ଅନେକ କ୍ଷେତ୍ରରେ ଧନ ଲାଭ ହୋଇପାରେ। ଜୀବନରେ ରହିଥିବା ଅସୁବିଧା ଶେଷ ହୋଇପାରେ। ଅନେକ କ୍ଷେତ୍ରରେ ସଫଳତା ପାଇପାରିବେ। ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ହେବ। ଆମଦାନୀ ବଢ଼ିବ। ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଏହି ଯୋଗ ଲାଭଦାୟକ ରହିବ। ପରିଶ୍ରମର ଫଳ ପାଇବେ। ଶିକ୍ଷା କ୍ଷେତ୍ରରେ ମଧ୍ୟ ଲାଭାନ୍ବିତ ହେବେ।


