ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ ଜଣାପଡ଼ିଛି, ପିଏମ୍‌ଓ ଏବଂ ନୀତି ଆୟୋଗ ବିଶେଷକରି ଆଗାମୀ ଦଶନ୍ଧିରେ ସଂସ୍କାର ଆଣିବାରେ ସକ୍ଷମ ବାବୁ ଓ ପ୍ରଯୁକ୍ତି ବିଶେଷଜ୍ଞ ମଧ୍ୟରୁ ଏକ ନୂତନ ପିଢ଼ିର ନେତୃତ୍ୱ ସନ୍ଧାନରେ ଅଛନ୍ତି। ଏହା ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ପୁରୁଣା ଶୈଳୀର କୁଶଳୀବାବୁଙ୍କ ଯୁଗ ଶେଷହେବାକୁ ଯାଉଛି। କେନ୍ଦ୍ର ଏବେ ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି, ବଜାର, ଭୂରାଜନୀତି ଏବଂ ସାଧାରଣ ଯୋଗାଯୋଗରେ ଦକ୍ଷ ପ୍ରଶାସକଙ୍କୁ ଚାହୁଁଛି। ମୋଦି ସରକାର ବରିଷ୍ଠତା ବଦଳରେ ଅଧିକରୁ ଅଧିକ ବିଶେଷଜ୍ଞତା ଏବଂ କାର୍ଯ୍ୟାନ୍ବୟନ ଦକ୍ଷତା ଥିବା ଅଧିକାରୀଙ୍କୁ ଗୁରୁତ୍ୱ ଦେଉଛନ୍ତି। ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମି, ଏଆଇ, ସେମିକଣ୍ଡକ୍ଟର, ଲଜିଷ୍ଟିକ୍ସ ହେଉ କିମ୍ବା ସବୁଜ ଶକ୍ତି; ଏପରି ଲୋକଙ୍କୁ ଖୋଜାଯାଉଛି ଯେଉଁମାନେ ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ାଇପାରିବେ ଏବଂ ନିବେଶଜନିତ ଅଭିବୃଦ୍ଧି ଓ ଆର୍ଥିକ ଲାଭ ଆଣିିପାରିବେ। ଅମିତାଭ କାନ୍ତଙ୍କ ପରି ନୀତିନିର୍ଦ୍ଧାରକ ପ୍ରଶାସକଙ୍କ ଉତ୍ଥାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପରିବର୍ତ୍ତନକୁ ପ୍ରତିଫଳିତ କରିଥିଲା। ବାବୁମାନେ କେବଳ ପ୍ରଶାସନକୁ ନିୟନ୍ତ୍ରଣ କରିବେ ତାହା ନୁହେଁ, ବରଂ ସେମାନେ ଭାରତକୁ ପ୍ରତିନିଧିତ୍ୱ କରିବେ, ସଂସ୍କାର ପରିଚାଳନା କରିବେ ଏବଂ କର୍ପୋରେଟ ଗତିରେ ଫଳାଫଳ ପ୍ରଦାନ କରିବେ ବୋଲି ଆଶା କରାଯାଏ। କିନ୍ତୁ ଭାରତର ସ୍ଥାୟୀ ସମସ୍ୟା ଯେପରିକି ଦୁର୍ବଳ ସାଂସ୍ଥାଗତ କ୍ଷମତା, କର୍ମଚାରୀ ଅଭାବ, ଅସୀମ ସ୍ଥାନାନ୍ତର ଏବଂ ପ୍ରଶାସନିକ ସ୍ଥାଣୁତା କିଛି ହାଇ ପ୍ରୋଫାଇଲ ଅଧିକାରୀଙ୍କ ଦ୍ୱାରା ସମାଧାନ ହେବା କଷ୍ଟକର। ତଥାପି ସରକାର ଅପଣାଉଥିବା ବ୍ୟାପକ ଦୃଷ୍ଟିକୋଣଟି ଯୁକ୍ତିଯୁକ୍ତ।
ଆସିଛି ନୂଆ ସକାଳ
ପଶ୍ଚିମବଙ୍ଗରରେ ଏବେ ରାଜନୈତିକ ପରିବର୍ତ୍ତନ ଘଟିଛି। କେନ୍ଦ୍ର-ରାଜ୍ୟ ମଧ୍ୟରେ ଦୃଢ଼ ସମନ୍ବୟର ସମ୍ଭାବନା ସୃଷ୍ଟି ହୋଇଛି। ଏହା ମଧ୍ୟରେ ଅଲ ଇଣ୍ଡିଆ ସର୍ଭିସ (ଏଆଇଏସ୍‌)ର ଅଂଶଗୁଡ଼ିକ ପାଇଁ ଆଶା ଉଜ୍ଜିବୀତ ହୋଇଛି। ‘ନୂଆ ସକାଳ’ ଆସୁଛି ବୋଲି ଚର୍ଚ୍ଚା ହେଉଛି। ତେବେ ଏହା ଭାରତରେ ରାଜନୀତି ଏବଂ ବାବୁ ପରିସରର ଅସ୍ଥିର ସମ୍ପର୍କ ବିଷୟରେ ଅନେକ କିଛି ପ୍ରକାଶ କରୁଛି। ଏଭଳି ପ୍ରସଙ୍ଗ ବଙ୍ଗଳା ବାହାରେ ବି ଦେଖିବାକୁ ମିଳୁଛି। ସାରା ଭାରତରେ ବାବୁମାନେ ପ୍ରାୟତଃ ସୀମିତ ପ୍ରଶାସନିକ ସ୍ବାଧୀନତା, ନିରନ୍ତର ରାଜନୈତିକ ବାଧା ଏବଂ ଏକ ବଦଳି ସଂସ୍କୃତି ମଧ୍ୟରେ କାର୍ଯ୍ୟ କରନ୍ତି, ଯାହାଦ୍ୱାରା ଦୀର୍ଘକାଳୀନ ନୀତି ନିର୍ଦ୍ଧାରଣ ସମ୍ଭବ ହୋଇପାରୁନାହିଁ। ପଶ୍ଚିମବଙ୍ଗ ଏହାର ଏକ ଦୃଷ୍ଟାନ୍ତ ଥିଲା। କାରଣ ମମତା ବାନାର୍ଜୀ ସରକାର ଏବଂ କେନ୍ଦ୍ର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଚାଲିଥିଲା। କେନ୍ଦ୍ରୀୟ ଡେପୁଟେଶନ ବିବାଦ,ବାରମ୍ବାର ପ୍ରଶାସନିକ ଟଣାଓଟରା ଏବଂ ରାଜନୈତିକ ନିଯୁକ୍ତିକୁ ନେଇ ଅଭିଯୋଗ ଏପରି ପରିବେଶ ସୃଷ୍ଟି କରିଥିଲା ଯେଉଁଠାରେ ଅନେକ ଅଧିକାରୀ କେବଳ ତିଷ୍ଠି ରହିବାକୁ ପସନ୍ଦ କରୁଥିଲେ; ପ୍ରଶାସନ ସମସ୍ୟାରେ ଥିଲା। ବିଡ଼ମ୍ବନାର ବିଷୟ, କେରଳରେ ମଧ୍ୟ କାର୍ଯ୍ୟକାଳକୁ ବଞ୍ଚାଇବାକୁ ସଂଘର୍ଷ କରିବାକୁ ପଡ଼ିଛି। ଦିଲ୍ଲୀରେ ଅମଲାତନ୍ତ୍ର ଓ ରାଜନୈତିକ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଟଣାଓଟରା କାହାକୁ ଅଛପା ନାହିଁ। ତେବେ ବଙ୍ଗଳାରେ ଏବେ ଏଆଇଏସ୍‌ ଅଧିକାରୀଙ୍କ ବିଶ୍ୱାସ ଯେ, ଡବଲ-ଇଞ୍ଜିନ ସରକାର ପ୍ରଶାସନିକ ଆତ୍ମବିଶ୍ୱାସ ଏବଂ ଦ୍ରୁତ ନିଷ୍ପତ୍ତି ଗ୍ରହଣକୁ ଫେରାଇ ଆଣିପାରେ। କିନ୍ତୁ ବାବୁମାନେ ଉତ୍ସାହିତ ହେବା ଉଚିତ ନୁହେଁ କାରଣ ରାଜନୈତିକ ସମୀକରଣ କେନ୍ଦ୍ର ସହିତ ଉତ୍ତମ ତାଳମେଳ ଉପରେ ନିର୍ଭର କରେ। ଭାରତ ଏବେ ଅମଲାତନ୍ତ୍ରଙ୍କଠାରୁ ଏକବିଂଶ ଶତାବ୍ଦୀର ଶାସନ ଆଶା କରେ। ଯଦି କାର୍ଯ୍ୟକାଳ ସ୍ଥିରତା, ବୃତ୍ତିଗତ ସ୍ବାୟତ୍ତତା ଏବଂ ସାଂଗଠନିକ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ନ ଆସେ, ତେବେ ବିଜ୍ଞ ଅଧିକାରୀମାନେ ସବୁବେଳେ ରାଜନୈତିକ ସ୍ଥିତି ଆଗରେ ମୁଣ୍ଡପାତି ଚୁପଚାପ କାମ କରିବେ।
ବାବୁଙ୍କ ପୋଷ୍ଟରେ ସଂସ୍କାର ଚିନ୍ତାଧାରା
ଯୁବ ଆଇଏଏସ୍‌ ଅଧିକାରୀ ଦିଲୀପ କେ କୈନିକାରା ସୋସିଆଲ ମିଡିଆରେ ସଂସ୍କାର ଚିନ୍ତାଧାରା ସମ୍ପର୍କରେ ପୋଷ୍ଟ କରିବା ପରେ ଅପ୍ରତ୍ୟାଶିତ ଭାବରେ କେରଳର ଅମଲାତନ୍ତ୍ର ବ୍ୟବସ୍ଥା ସଚ୍ଚୋଟତା ଉପରେ ଆଲୋଚନା ଚାଲିଛି। ଭାରତରେ ପ୍ରଶାସନିକ ସଂସ୍କାର ସାଧାରଣତଃ କମିଟି ରିପୋର୍ଟରେ ରହିଥାଏ, ଯାହାକୁ କେହି ପଢ଼ିପାରନ୍ତି ନାହିଁ ଏବଂ ଉପସ୍ଥାପନ କରାଯାଇଥିବା ମୁଖ୍ୟ ବିନ୍ଦୁଗୁଡ଼ିକୁ ମନେ ରଖନ୍ତି ନାହିଁ। କିନ୍ତୁ ଏଥର ସମ୍ମିଳନୀ କକ୍ଷର ବିତର୍କ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିଗଲା। ଅବସର ବୟସ ବୃଦ୍ଧି ଏବଂ ବ୍ୟବସାୟ କରିବାର ସହଜତାକୁ ଉନ୍ନତ କରିବାଠାରୁ ଆରମ୍ଭ କରି ନାଇଟ ଲାଇଫକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱବ୍ୟାପୀ ପ୍ରତିଯୋଗିତାମୂଳକ ମାନସିକତାକୁ ଗୁରୁତ୍ୱ ଦେବା ପର୍ଯ୍ୟନ୍ତ ସବୁଗୁଡ଼ିକରେ କୈନିକାରାଙ୍କ ପରାମର୍ଶ ଅତ୍ୟନ୍ତ ବ୍ୟାପକ। ସାମାଜିକ ସୂଚକାଙ୍କ, ସାକ୍ଷରତା ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କେରଳ ଭଲ ପ୍ରଦର୍ଶନ କରିଚାଲିଛି। ତଥାପି ସେହି ସାମାଜିକ ପୁଞ୍ଜିକୁ ଅର୍ଥନୈତିକ ଗତିରେ ପରିଣତ କରିବାକୁ ସଂଘର୍ଷ କରୁଛି। କେରଳ ବର୍ଷ ବର୍ଷ ଧରି ଅନେକ ଦକ୍ଷ ସଭିଲ ସର୍ଭାଣ୍ଟଙ୍କୁ ସୃଷ୍ଟି କରିଛି। ସମସ୍ୟା ହେଉଛି ଭିନ୍ନ ଭାବରେ ଚିନ୍ତା କରୁଥିବା ଅଧିକାରୀଙ୍କୁ ସାର୍ବଜନୀନ ଭାବରେ ସମ୍ମାନିତ କରାଗଲେ ମଧ୍ୟ ସର୍ବଦା ସାଙ୍ଗଠନିକ ଭାବରେ ସ୍ଥାନିତ କରାଯାଉ ନାହିଁ। ସେଥିପାଇଁ ଏହି ବିତର୍କ ଗୁରୁତ୍ୱପୂର୍ଣ୍ଣ। ଯୁବପିଢ଼ିର ବାବୁମାନେ ଫାଇଲ ନୋଟିଂରେ ଶାସନର ବିଭେଦକୁ ଲୁଚାଇ ନରଖି ଖୋଲାଖୋଲି ଭାବରେ ସାଧାରଣରେ ପ୍ରକାଶ କରିବାକୁ ଆଗ୍ରହୀ ହେଉଛନ୍ତି। ନୀତି ସଂସ୍କାର ପାଇଁ ସାମାଜିକ ଗଣମାଧ୍ୟମ ଆଦର୍ଶ ମଞ୍ଚ ନ ହୋଇପାରେ, କିନ୍ତୁ ଏହା କିଛି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ପ୍ରକାଶ କରିଛି।
Email: dilipcherian@gmail.com

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?